ଜରିମାନାକୁ କେନ୍ଦ୍ରକରି ଉତ୍ତେଜନା

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ଏନେଇ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାସ୍ତା ଉପରେ ପାର୍କିଂ କରୁଥିବା ଯାନବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ମଙ୍ଗଳବାର ନୂଆ ବସ୍‌ଷ୍ଟାଣ୍ଡଠାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ରାସ୍ତାରେ ପାର୍କିଂ କରିଥିବା ଯାନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ଏହି ସମୟରେ କଂଗ୍ରେସ ଯୁବନେତା ଶିଳାଦିତ୍ୟ ପଟ୍ଟନାୟକଙ୍କ ବାଇକ୍‌ରୁ ଜରିମାନା ଆଦାୟକୁ କେନ୍ଦ୍ରକରି ଜଣେ ମହିଳା ଏସ୍‌ଆଇଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏନେଇ ଉଭୟ ମୁହଁାମୁହଁି ହୋଇଥିଲେ। ଏସ୍‌ଆଇ ଶିଳାଦିତ୍ୟଙ୍କୁ ଏକ ଧକ୍କା ମାରିଥିବା ନେଇ ଅଭିଯୋଗ ଆଣିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ସେଠାରୁ ପଳାଇଥିବା ବେଳେ ଜନସାଧାରଣଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଉଭୟପଟୁ ଆସୁଥିବା ଯାନବାହନ ପ୍ରାୟ ୩୦ ମିନିଟଥ ଧରି ଅଟକି ରହିଥିଲା। ଖବରପାଇ ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚିି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଯାନବାହନ ଚଳାଚଳ ସ୍ବାଭାବିକ୍‌ ହୋଇଥିଲା।
ମୁତାବକ, ମଙ୍ଗଳବାର ପୂର୍ବାହ୍ନରେ ଟାଉନ ଥାନାର ଜଣେ ମହିଳା ଏସ୍‌ଆଇଙ୍କ ନେତୃତ୍ୱରେ ଏକ ଟିମ୍‌ ବସ୍‌ଷ୍ଟାଣ୍ଡ ପଟୁ ରାସ୍ତା ଉପରେ ପାର୍କିଂ କରିଥିବା ଯାନବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରୁଥିଲା। ବସ୍‌ଷ୍ଟାଣ୍ଡ ନିକଟରେ ପୌର ପରିଷଦ ମାର୍କେଟ କମ୍ପ୍ଲେକ୍ସ ରହିଛି। ଶିଳାଦିତ୍ୟ କୌଣସି କାମରେ ଆସି ଏକ ରାସ୍ତା ପାର୍ଶ୍ୱରେ ବାଇକ୍‌ ପାର୍କିଂ କରି କାମ ସାରି ଫେରିବା ବେଳେ ପୋଲିସ ତାଙ୍କଠାରୁ ଚାଲାଣ କାଟିବାକୁ ନେଇ ବିରୋଧ କରିଥିଲେ। ଏଠାରେ ପାର୍କିଂ ସୁବିଧା ନ ଥିବାରୁ କେଉଁଠି ବାଇକ୍‌ ରଖିବେ ବୋଲି ପ୍ରଶ୍ନ କରିଥିଲେ। ଏନେଇ ସମ୍ପୃକ୍ତ ମହିଳା ଏସ୍‌ଆଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉତ୍ତେଜନାର ରୂପ ନେଇଥିଲା। ଏନେଇ ଶିଳାଦିତ୍ୟ କୁହନ୍ତି, ରାସ୍ତା ଉପରେ ଲମ୍ବାରେ ବାଇକ୍‌ ପାର୍କିଂ ହୋଇଥିବା ବେଳେ କେବଳ ମୋ ବାଇକ୍‌କୁ କାହିଁକି, ସମସ୍ତ ବାଇକ୍‌ ମାଲିକଙ୍କଠାରୁ ଜରିମାନା ଆଦାୟ କରିବାକୁ ମୁଁ କହିବାରୁ ସେ ହଠାତ୍‌ ରାଗି ତୁମେ କିଏ, ଆମେ ଯାହା ଚାହିଁବୁ କରିବୁ ବୋଲି କହିବାରୁ ମୁଁ ଏହାର ବିରୋଧ କରିବା ବେଳେ ସେ ମୋତେ ଧକ୍କା ମାରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ମହିଳା ଏସ୍‌ଆଇଙ୍କ ମତାମତ ମିଳିପାରିନାହିଁ। ଏନେଇ ବସ୍‌ଷ୍ଟାଣ୍ଡ ସଦ୍‌ଭାବନା ବ୍ୟବସାୟୀ ସଂଘ ସଭାପତି ଶୋଭନ ଘୋଷ୍‌ କୁହନ୍ତି, ବସ୍‌ଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ରହିଛି। ପୌର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଡ୍ରେନ୍‌ ରହିଛି। ଏଠାରେ ପାର୍କିଂ ସୁବିଧା ନାହିଁ। ଗୋଟିଏ ପାର୍ଶ୍ୱରେ ବ୍ୟାଙ୍କ, ଏକ ଶପିଂ ମଲ୍‌ ରହିଥିବାରୁ ଲୋକେ ବାଧ୍ୟହୋଇ ରାସ୍ତା ପାର୍ଶ୍ୱରେ ପାର୍କିଂ କରୁଛନ୍ତି। ତେବେ ପୌର ପ୍ରଶାସନ ପକ୍ଷରୁ କୌଣସି ପାର୍କିଂ ସୁବିଧା କରାଯାଇ ନ ଥିବା ଏବଂ ଏନେଇ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆ ନ ଯାଇ ମନଇଚ୍ଛା ଜରିମାନା ଆଦାୟକୁ ବିରୋଧ କରୁଛି। ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟହେବୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏନେଇ ଥାନାଧିକାରୀ ତାରିକ୍‌ ଅହମ୍ମଦ କୁହନ୍ତି, ରାସ୍ତା ଉପରେ ପାର୍କିଂ ଯୋଗୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ପୌର ପ୍ରଶାସନ ସହ ଆଲୋଚନା କରାଯିବ। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଏ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରାଯିବ। ରାସ୍ତା ଉପରକୁ ମାଡ଼ି ଆସିଥିବା ବେପାରୀ, ଡ୍ରେନ୍‌କୁ ଅବରୋଧ କରି ବେପାର କରୁଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା ନେଇ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri