ସଭିଙ୍କ ଏଜେଣ୍ଡା ବିକାଶ

ସରଣ୍ଡା, ୩୧।୩(ଡି.ଏନ.ଏ.): ଚଳିତ ଅତାବିରା ଏନ୍‌ଏସି ନିର୍ବାଚନକୁ ନେଇ ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର, ରାସ୍ତାଘାଟ ସବୁଠି ଆଲୋଚନା। ଏନ୍‌ଏସିର ନଗରପାଳ ପଦବୀ ପାଇଁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେବ। କାହା ମୁଣ୍ଡରେ ଭୋଟର ଢାଳିବେ ସୁନା କଳସ। ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ସଂରକ୍ଷିତ ନଗରପାଳ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ବିଜେଡିରୁ ବନମାଳି ବରିହା, ଭାଜପାରୁ ଲକ୍ଷ୍ମୀ ବେହେରା, କଂଗ୍ରେସରୁ ସବିତା ଭୁଏ ଏବଂ ସ୍ବାଧୀନ ଭାବେ ସାମନ୍ତ ଭୁଏ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ୧୨ଟି ୱାର୍ଡରେ ନଗରପାଳ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଛନ୍ତି। ଏହି ସମସ୍ତ ପଦବୀ ଲାଗି ଆସନ୍ତା ଏପ୍ରିଲ ୩ରେ ନିର୍ବାଚନ ହେବ ଏବଂ ୧୬ଟି ବୁଥ୍‌ରେ ୧୩,୫୨୦ ଭୋଟର ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ମଧ୍ୟ ଜୋରଦାର କରିଛନ୍ତି। ଦଳୀୟ ଗୀତରେ କମ୍ପୁଛି ଅତାବିରା ଏନ୍‌ଏସି ଅଞ୍ଚଳ। ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତିର ପାହାଡ଼ ଛିଡା କରୁଛନ୍ତି। ସବୁ ପ୍ରାର୍ଥୀ ୱାର୍ଡ ସମସ୍ୟାର ସମାଧାନ, ମୌଳିକ ସେବା ପ୍ରଦାନ ଓ ଅତାବିରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ବିକାଶର ନାରା ଦେଇ ଭୋଟରଙ୍କ ନିକଟତର ହେଉଛନ୍ତି। ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀଙ୍କ ଟକ୍କର ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି। ଫଳାଫଳ ଯାହା ହେଉନା କାହିଁକି ଭୋଟ୍‌ ବିଭାଜନକୁ ନେଇ ଦଳୀୟ କର୍ମକର୍ତ୍ତା ଚିନ୍ତାରେ ପଡିଛନ୍ତି।

କ’ଣ କୁହନ୍ତି ନଗରପାଳ ପ୍ରାର୍ଥୀ…

୯୯ ପ୍ରତିଶତ ଜିତିବୁ ବୋଲି ଆଶା
ଅତାବିରାର ଉନ୍ନତି ଓ ବିକାଶ ପାଇଁ ସବୁ ପ୍ରକାରର ପ୍ରକଳ୍ପ ହାତକୁ ନେଇଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଚାଷୀଙ୍କଠାରୁ ଆରମ୍ଭ କରି କ୍ରୀଡ଼ାବିତ୍‌ ଯାଏ ସମସ୍ତଙ୍କ ବିକାଶକୁ ଧ୍ୟାନ ଦିଆଯାଇଛି। ତେଣୁ ୯୯ ପ୍ରତିଶତ ଜିତିବାର ଆଶା ଓ ଭରସା ଅଛି।
-ବନମାଳି ବରିହା, ବିଜେଡି ପ୍ରାର୍ଥୀ
ସମସ୍ତଙ୍କୁ ସବୁପ୍ରକାର ସୁବିଧା ଦେବି
ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଶିକ୍ଷକତା ଛାଡି ନିର୍ବାଚନ ମଇଦାନକୁ ଆସିଛି। ରାସ୍ତା, ଘାଟ, ଡ୍ରେନ୍‌ ସମସ୍ୟା ଏଠାରେ ଉଦ୍‌ବେଗଜନକ। ଗରିବଙ୍କ କଚ୍ଚା ଘର କେବେ ପକ୍କା ହେବ, ବାର୍ଦ୍ଧକ୍ୟ ହୋଇଥିଲେ ବି ଭତ୍ତା ନ ପାଇ ଲୋକେ ଅନେଇ ବସିଛନ୍ତି। ବିଗତ ୧୦ ବର୍ଷ ଶାସନ କାଳରେ ଏମାନେ କିଛି ବି କାମ କରିନାହାନ୍ତି। ଏନ୍‌ଏସିର ସମସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାର ଏଜେଣ୍ଡା ନେଇ ନିର୍ବାଚନ ଲଢୁଛି।-ଲକ୍ଷ୍ମୀ ବେହେରା, ଭାଜପା ପ୍ରାର୍ଥତ୍ନୀ
ଦୁର୍ନୀତିମୁକ୍ତ ଏନ୍‌ଏସି ଗଠନ ଇଚ୍ଛା
ଲୋକଙ୍କ ସେବା କରିବାକୁ ଏଠାକୁ ଆସିଛି। ଦୁର୍ନୀତିମୁକ୍ତ ଏନ୍‌ଏସି ଗଠନ କରିବାକୁ ଚାହୁଁଛି। ପାନୀୟଜଳ, ରାସ୍ତାଘାଟ, ଆବାସ ଯୋଜନାରେ ଘରଦ୍ୱାର, ପାଇଖାନା ଆଦି ଅନେକ ସମସ୍ୟାର ସମାଧାନ ଏଜେଣ୍ଡା ନେଇ ଲୋକଙ୍କୁ ଭୋଟ୍‌ ଭିକ୍ଷା କରୁଛି। ଫଳାଫଳ ନିଶ୍ଚୟ ଆମ ସପକ୍ଷରେ ଯିବ।
-ସବିତା ଭୁଏ, କଂଗ୍ରେସ ପ୍ରାର୍ଥତ୍ନୀ
ସମୂହଙ୍କୁ ନେଇ ବିକାଶ ଚିନ୍ତା
ଅତାବିରା ଏନ୍‌ଏସି ଦୁର୍ନୀତିରେ ଭରି ରହିଛି। ବିଗତ ଦିନରେ ଏନ୍‌ଏସିବାସୀ ଠକାମିରେ ପଡିଛନ୍ତି। ଗୋଟିଏ କାମ ପାଇଁ ଅନେକ ଥର ବିଲ୍‌ କରାଯାଇଛି। ଶୌଚାଳୟ ନାଁରେ ଟଙ୍କା ହରିଲୁଟ ହୋଇଛି। ସର୍ବସାଧାରଣ ସ୍ଥାନରେ ଶୌଚାଳୟ ନ କରି ବିଲ୍‌ ଉଠା ସରିଛି। ଏସବୁ ଦୁର୍ନୀତିର ଖୋଳତାଡ଼ ସହ ସମୂହଙ୍କୁ ନେଇ ଏ ଅଞ୍ଚଳର ବିକାଶ ଚିନ୍ତା କରିବି ।
-ସାମନ୍ତ ଭୁଏ, ସ୍ବାଧୀନ ପ୍ରାର୍ଥୀ


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri