କଂସାରୀପାଟିଆ ନଦୀରେ ପୁଣି ପଲିଥିନ ଆଡ଼

ପାରାଦୀପ,୧୩।୧୧(ସ୍ବ.ପ୍ର.): ପାରାଦୀପର ମଧ୍ୟସ୍ଥଳରେ ଥିବା କଂସାରୀପାଟିଆ ନଦୀରେ ପୁଣି ପଲଥିନ ଆଡ ନିର୍ମାଣ ହେଲାଣି। ୧୫ ଦିନ ତଳେ ପ୍ରଶାସନ ପକ୍ଷରୁ ଏସବୁ ପଲିଥିନ ଆଡ଼ ଉଚ୍ଛେଦ କରାଯାଇଥିଲା। ଏବେ ନଦୀର ଅଠରବାଙ୍କିଠାରୁ ଶ୍ମଶାନ ପର୍ଯ୍ୟନ୍ତ ସୀମାରେ ୫ଟି ନୂତନ ପଲିଥିନ ଆଡ଼ ନିର୍ମାଣ କରାଯାଇଛି।
ସେପ୍ଟେମ୍ବର ୧୨ରେ ପ୍ରବଳ ବର୍ଷା ଯୋଗୁ ପାରାଦୀପ ଓ କୁଜଙ୍ଗ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଏକାଧିକ ଗ୍ରାମରେ ପାଣି ଜମିଥିଲା। ସେତେବେଳେ ଦେଖାଗଲା ଯେ ନଦୀର ଏକାଧିକ ଜାଗାରେ କିଛି ମତ୍ସ୍ୟଜୀବୀ ପଲିଥିନ ଯୁକ୍ତ ଆଡ଼ କରିଥିବାରୁ ବର୍ଷାପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ। ଏସବୁ ଆଡ଼ ନିଷ୍କାସନ ଦାବିରେ ସେତେବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଏହାପରେ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ଅଞ୍ଚଳରେ ଥିବା ସମସ୍ତ ନଦୀରୁ ଆଡ ଉଚ୍ଛେଦ କରାଯାଇଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ପୁଣି ଥରେ ନଦୀରେ ଆଡ଼ ତିଆରି କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଲଘୁଚାପଜନିତ ବର୍ଷାର ଆଶଙ୍କା ଥିବାରୁ ପୁର୍ନବାର ପାଣି ଜମିବାର ଆଶଙ୍କା ରହିଛି ବୋଲି କାଳିଆପାଟ ଗ୍ରାମର ଆଲୋକ ରାଉତ କୁହନ୍ତି। ସୂଚନାଯୋଗ୍ୟ, ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ନଦୀରେ ମାଛ ଧରିବା ପାଇଁ ସରକାର ଅଧିକାର ଦେଇଛନ୍ତି। ସେଥିପାଇଁ ସେମାନେ ଡିସେମ୍ବରରୁ ଜୁନ୍‌ ମଧ୍ୟରେ ନଦୀରେ ବାଉଁଶ ପୋତି ଜାଲ ବସାଇପାରିବେ। ଏହାପରେ ଉକ୍ତ ଆଡ଼କୁ ଉଠାଇଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର କିଛି ମତ୍ସ୍ୟଜୀବୀମାନେ ଏହାକୁ ନ ମାନି ବାରମ୍ବାର ଆଡ଼ ବସାଉଛନ୍ତି ସ୍ଥାନୀୟ ଲୋକେ କହିଛନ୍ତି। ଏସମ୍ପର୍କରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର କହିଛନ୍ତି, ନୂତନ ଆଡ଼ ବସିବା ଘଟଣା ତାଙ୍କ ନଜରକୁ ଆସିନାହିଁ। ତେବେ ଏବିଷୟରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ସରକାରଙ୍କ ବଡ଼ ଘୋଷଣା: ବଢିବ ମାସିକ ପେନସନ! ଜାଣନ୍ତୁ କେତେ …

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ବୟସ୍କ ନାଗରିକ, ନିରାଶ୍ରିତ ମହିଳା ଓ ଦିବ୍ୟାଙ୍ଗଜନଙ୍କ ପାଇଁ ବଡ଼ ଖବର। ଯୋଗୀ ଆଦିତ୍ୟନାଥ ସରକାର ଏହି ବର୍ଗର ହିତାଧିକାରୀଙ୍କୁ ମିଳୁଥିବା ପେନସନ ରାଶି…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?