କଂସାରୀପାଟିଆ ନଦୀରେ ପୁଣି ପଲିଥିନ ଆଡ଼

ପାରାଦୀପ,୧୩।୧୧(ସ୍ବ.ପ୍ର.): ପାରାଦୀପର ମଧ୍ୟସ୍ଥଳରେ ଥିବା କଂସାରୀପାଟିଆ ନଦୀରେ ପୁଣି ପଲଥିନ ଆଡ ନିର୍ମାଣ ହେଲାଣି। ୧୫ ଦିନ ତଳେ ପ୍ରଶାସନ ପକ୍ଷରୁ ଏସବୁ ପଲିଥିନ ଆଡ଼ ଉଚ୍ଛେଦ କରାଯାଇଥିଲା। ଏବେ ନଦୀର ଅଠରବାଙ୍କିଠାରୁ ଶ୍ମଶାନ ପର୍ଯ୍ୟନ୍ତ ସୀମାରେ ୫ଟି ନୂତନ ପଲିଥିନ ଆଡ଼ ନିର୍ମାଣ କରାଯାଇଛି।
ସେପ୍ଟେମ୍ବର ୧୨ରେ ପ୍ରବଳ ବର୍ଷା ଯୋଗୁ ପାରାଦୀପ ଓ କୁଜଙ୍ଗ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ଏକାଧିକ ଗ୍ରାମରେ ପାଣି ଜମିଥିଲା। ସେତେବେଳେ ଦେଖାଗଲା ଯେ ନଦୀର ଏକାଧିକ ଜାଗାରେ କିଛି ମତ୍ସ୍ୟଜୀବୀ ପଲିଥିନ ଯୁକ୍ତ ଆଡ଼ କରିଥିବାରୁ ବର୍ଷାପାଣି ଠିକ୍‌ ଭାବେ ନିଷ୍କାସନ ହୋଇପାରୁନାହିଁ। ଏସବୁ ଆଡ଼ ନିଷ୍କାସନ ଦାବିରେ ସେତେବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଏହାପରେ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ଅଞ୍ଚଳରେ ଥିବା ସମସ୍ତ ନଦୀରୁ ଆଡ ଉଚ୍ଛେଦ କରାଯାଇଥିଲା। ମାତ୍ର କିଛିଦିନର ବ୍ୟବଧାନ ପରେ ପୁଣି ଥରେ ନଦୀରେ ଆଡ଼ ତିଆରି କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ଲଘୁଚାପଜନିତ ବର୍ଷାର ଆଶଙ୍କା ଥିବାରୁ ପୁର୍ନବାର ପାଣି ଜମିବାର ଆଶଙ୍କା ରହିଛି ବୋଲି କାଳିଆପାଟ ଗ୍ରାମର ଆଲୋକ ରାଉତ କୁହନ୍ତି। ସୂଚନାଯୋଗ୍ୟ, ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ନଦୀରେ ମାଛ ଧରିବା ପାଇଁ ସରକାର ଅଧିକାର ଦେଇଛନ୍ତି। ସେଥିପାଇଁ ସେମାନେ ଡିସେମ୍ବରରୁ ଜୁନ୍‌ ମଧ୍ୟରେ ନଦୀରେ ବାଉଁଶ ପୋତି ଜାଲ ବସାଇପାରିବେ। ଏହାପରେ ଉକ୍ତ ଆଡ଼କୁ ଉଠାଇଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର କିଛି ମତ୍ସ୍ୟଜୀବୀମାନେ ଏହାକୁ ନ ମାନି ବାରମ୍ବାର ଆଡ଼ ବସାଉଛନ୍ତି ସ୍ଥାନୀୟ ଲୋକେ କହିଛନ୍ତି। ଏସମ୍ପର୍କରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର କହିଛନ୍ତି, ନୂତନ ଆଡ଼ ବସିବା ଘଟଣା ତାଙ୍କ ନଜରକୁ ଆସିନାହିଁ। ତେବେ ଏବିଷୟରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri