ରତ୍ନଭଣ୍ଡାରକୁ ନେଇ ବିଜୟଙ୍କ ବୟାନ ପରେ ପାଲଟା ଆକ୍ରମଣ କଲା ଭାଜପା, କହିଲା ବାଟବଣା ହୋଇଛ…

ଭୁବନେଶ୍ୱର,୧୨।୭: ରତ୍ନଭଣ୍ଡାରକୁ ନେଇ ବିଜୟ ମହାପାତ୍ରଙ୍କ ବୟାନ ରଖିବା ପରେ ତାଙ୍କୁ ବଡ଼ା ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଭାଜପା କହିଛି, ମାସକର ସରକାରଙ୍କୁ ବିଜୟ ସମାଲୋଚନା କରିବା ଦୁର୍ଭାଗ୍ୟ ଜନକ। ଭାଜପା ସରକାର ବାଟବଣା ହୋଇନି ନିଜେ ବିଜୟ ମହାପାତ୍ର ବାଟବଣା ହୋଇଯାଇଛନ୍ତି। ୨୦୦୦ ମସିହାରୁ ଆଜି ଯାଏ ରାଜ୍ୟ ରାଜନୀତିରେ ସେ ବାଟବଣା। ବିଜେଡିକୁ ବିରୋଧ କରୁଥିବା ବିଜୟ ମହାପାତ୍ର ଆଜି ପୁଅ ସ୍ବାର୍ଥ ପାଇଁ ସ୍ବର ବଦଳାଇଦେଇଛନ୍ତି। ପ୍ରଥମ ଦିନରୁ ହିଁ ଭାଜପା ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ବେଶ ଯତ୍ନବାନ ରହିଛି।

ସବୁ ପ୍ରକ୍ରିୟା ସରିଛି କେବଳ ୧୪ ତାରିଖକୁ ଅପେକ୍ଷା। ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନର ସୁରକ୍ଷା ଯାଞ୍ଚ କରାଯିବ। ଚାବିରେ ଭଣ୍ଡାର ଖୋଲୁ କି ନାହିଁ ନହେଲେ ଚାବି ଭଙ୍ଗା ହୋଇ ରତ୍ନଭଣ୍ଡାର ଖୋଲାଯିବ। ଭାଜପା ଯାହା କହିଛି ତାହା କରିବ। ଏଥିରେ କୌଣସି ଦ୍ୱନ୍ଦ ନାହିଁ କିନ୍ତୁ ବିଜୟ ବାବୁ ଦ୍ୱନ୍ଦ ସୃଷ୍ଟି କରୁଛନ୍ତି ବୋଲି ଦଳ କହିଛି।

ସୂଚନାଥାଉ କି, ଜୁନ ୧୪ରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବାକୁ ଯାଉଛି। ପରେ କମିଟି ସଦସ୍ୟ ଭିତରକୁ ଯିବାର ନିଷ୍ପତ୍ତି ହୋଇଛି। ମାତ୍ର ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ରତ୍ନଭଣ୍ଡାର ଅଳଙ୍କାର ଲୋକନାଥ ଜଗିଥିବା ବେଳେ ସେଠାରୁ ସାପଙ୍କ ଗର୍ଜନ ଆସୁଥିବା ଲୋକେ କହୁଛନ୍ତି। ତେଣୁ ଲୋକନାଥଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜା କରାଯିବ ବୋଲି କୁହାଯାଉଛି। ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି। ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଖୁବଶୀଘ୍ର ଏସଓପି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?