Posted inଜାତୀୟ

ମନ୍ତ୍ରୀ ଦିନେଶ ଖଟିକଙ୍କ ପରେ ଏବେ ଭାଜପା ବିଧାୟକଙ୍କ ଚିଠି ଭାଇରାଲ

ଲକ୍ଷ୍ନୌ,୨୧ ।୭: ଉତ୍ତର ପ୍ରଦେଶରେ ଅସନ୍ତୁଷ୍ଟ ମନ୍ତ୍ରୀ ଓ ବିଧାୟକଙ୍କ କଥା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ସବୁକିଛି ଠିକ୍ ଚାଲୁ ନ ଥିବା ଅନୁମାନ କରାଯାଉଛି । ପ୍ରଥମେ ଉତ୍ତର ପ୍ରଦେଶର ମନ୍ତ୍ରୀ ଦିନେଶ ଖଟିକଙ୍କ ଇସ୍ତଫା ଚର୍ଚ୍ଚାକୁ ଆସିଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପଠାଇଥିବା ନିଜ ଇସ୍ତଫାରେ ସେ ଅଭିଯୋଗ କରିଥିଲେ କି ମୁଁ ଦଳିତ ହୋଇଥିବାରୁ ମୋତେ ସରକାର ଉପଯୁକ୍ତ ସମ୍ମାନ ଦେଉନାହାନ୍ତି । ଅଧିକାରୀମାନେ ତାଙ୍କ କଥା ଶୁଣୁ ନାହାନ୍ତି । ଏବେ ଆଉ ଜଣେ ବିଧାୟକଙ୍କ ଚିଠି ସାମ୍ନାକୁ ଆସିଛି । ଏଥିରେ ଏକଜ୍ୟୁକିଟିଭ ଇଞ୍ଜିନିୟରଙ୍କ ଉପରେ ଗୁରୁତର ଅଭିଯୋଗ କରାଯାଇଛି ।
ସୂଚନାଯୋଗ୍ୟ, ଏହି ଚିଠିଟି ଉନ୍ନାଓର ସଫିପୁରର ବିଧାୟକ ବମ୍ବା ଲାଲ ଦିବାକର ଲେଖିଛନ୍ତି । ବିଧାୟକ ଅଭିଯୋଗ କରିଛନ୍ତି କି ଏକଜ୍ୟୁକିଟିଭ ଇଞ୍ଜିନିୟର ରଜନୀଶ ଚନ୍ଦ୍ର ଅନୁରାଗୀ ତାଙ୍କ ଫୋନ ଉଠାଉ ନାହାନ୍ତି । ଯଦିଓ କେବେ ଫୋନ ଉଠାଉଛନ୍ତି ତେବେ ଅନୁଚିତ ଓ ଅସଂସଦୀୟ ଭାଷା କହୁଛନ୍ତି । ବିଧାୟକ ବମ୍ବା ଲାଲ ଦିବାକର ଡିଏମ ଓ ସିଡିଓଙ୍କୁ ଚିଠି ଲେଖି ଇଞ୍ଜିନିୟର ରଜନିଶ ଚନ୍ଦ୍ର ଅନୁରାଗୀଙ୍କୁ ଅକ୍ଷମ କହି ତାଙ୍କୁ ଟ୍ରାନ୍ସଫର କରିବା ଓ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri