ନିଲମ୍ବନ ପରେ ସ୍କୁଲରୁ ହଣ୍ଡା, ଡେକ୍‌ଚି ନେଇଗଲେ ଶିକ୍ଷକ

ନବରଙ୍ଗପୁର,୧୩ା୨(ବି.ପ୍ର.):ସରକାର ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାମାନେ ହଷ୍ଟେଲରେ ରହି କିଭଳି ସୁସ୍ଥ ପରିବେଶରେ ପାଠ ପଢ଼ିବେ ସେ ନେଇ ଚିନ୍ତା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ଖାଦ୍ୟ, ଭତ୍ତା ଓ ସ୍କୁଲ ଫି, କୋଭିଡ୍‌ ସମୟରେ ସହାୟତା ସହ ମାଟ୍ରିକ୍‌ ଫର୍ମ ପୂରଣ ପାଇଁ ମାଗଣା ବ୍ୟବସ୍ଥା କରାଯାଇଛି। ହେଲେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକର ଦୁର୍ଗମ କଟାଗାଁ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରଙ୍କ ଠାରୁ ବହି ଓ ମାଟ୍ରିକ ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ ସହ ହଷ୍ଟେଲକୁ ଯୋଗାଇ ଦିଆଯାଇଥିବା ହଣ୍ଡାହାଣ୍ଡି ଶିକ୍ଷକ ସୃଷ୍ଟିଧର ନାୟକ ନେଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ହଷ୍ଟେଲରେ ୧୦୦ ଅନ୍ତେବାସୀ ଛାତ୍ରଙ୍କ ପାଇଁ ରୋଷେଇ କରିବାରେ ସମସ୍ୟ ଦେଖାଦେଇଛି।
ଶିକ୍ଷାର ବିକାଶ ପାଇଁ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ କଟାଗାଁ ସ୍ଥିତ ଏହି ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ୧୯୯୪ରେ ସ୍ଥାପନ କରାଯାଇଥିଲା। ଏବେ ସ୍କୁଲରେ ୨୮୪ ଛାତ୍ରୀଛାତ୍ର ନବମ ଓ ଦଶମ ଶ୍ରେଣୀରେ ନାମ ଲେଖାଇ ଥିବାବେଳେ ୧୦୦ ଛାତ୍ର ହଷ୍ଟେଲରେ ରହୁଛନ୍ତି। ୯୦ ଅନୁସୂଚିତ ଜନଜାତି ଓ ୧୦ ଅନୁସୂଚିତ ଜାତି ବର୍ଗର ଛାତ୍ର ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଏବେ ବିଦ୍ୟାଳୟକୁ ୫-ଟିରେ ରୂପାନ୍ତର କରାଯିବା ସହ ଏକ ସୁନ୍ଦର ପରିବେଶ ସୃଷ୍ଟି କରାଯାଇଛି। ପିଲାଙ୍କୁ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାର ମାଗଣା ବହି ଯୋଗାଇ ଦେଉଛନ୍ତି। ହେଲେ ତତ୍‌କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୃଷ୍ଟିଧର ନାୟକ ପିଲାଙ୍କ ଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। କୋଭିଡ୍‌ ସମୟରେ ସରକାର ମାଟ୍ରିକ୍‌ ପିଲାଙ୍କ ଫର୍ମ ପୂରଣ ପାଇଁ ଫି ଛାଡ଼ କରିଥିବାବେଳେ ଏଠାରେ ୫ ଟଙ୍କା ଲେଖାଏ ଆଦାୟ କରିଥିଲେ। ଏହାକୁ ନେଇ ପିଲାମାନେ ଜିଲାପାଳ ଓ ଡିଇଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଫେବୃୟାରୀ ୧୯ରେ ଡିଇଓଙ୍କ ଚିଠି ସଂଖ୍ୟ ୧୪୬୫ରେ ଶିକ୍ଷକ ସୃଷ୍ଟିଧର ନାୟକଙ୍କୁ ନିଲମ୍ବନ କରି ବିଏମ୍‌ ସେମଳା ଗାଁର ବ୍ଲକ ଗ୍ରାଣ୍ଟ ଜେ.ଏମ୍‌. ହାଇସ୍କୁଲକୁ ପଠାଇଥିଲେ। ତେବେ ନିଲମ୍ବନ ପରେ ମଧ୍ୟ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ରୋଷେଇ ପାଇଁ ମଙ୍ଗଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ହଣ୍ଡା ଡେକ୍‌ଚି, ଚଟୁ ଆଦି ରୋଷେଇ ସାମଗ୍ରୀ ଶିକ୍ଷକ ସୃଷ୍ଟିଧର ନାୟକ ନେଇ ଚାଲିଯାଇଥିଲେ। ଏବେ ଅନ୍ତେବାସୀଙ୍କ ପାଇଁ ରେଷେଇ କରିବାରେ ବହୁ ସମସ୍ୟା ଦେଖାଦେଇଛି। ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଛୋଟ ହଣ୍ଡାହାଣ୍ଡିରେ ରୋଷେଇ କରି କାମ ଚଳାଯାଉଛି। ରୋଷେଇରେ ବହୁ ସମସ୍ୟା ଦେଖା ଦେଉଛି ବୋଲି ରୋଷେୟା କହ୍ନେଇ ଭତରା କହିଛନ୍ତି। ସେହିପରି ଗ୍ରାମର ବେଲାରସେନ ଗଣ୍ଡା କହିଛନ୍ତି ଯେ, ଶିକ୍ଷକ ସୃଷ୍ଟିଧର ନାୟକ ଛାତ୍ରୀଛାତ୍ରଙ୍କ ସାଇକଲ ବାବଦକୁ ଆସିଥିବା ଟଙ୍କା, ବହି ଓ ଫର୍ମ ପୂରଣ ପାଇଁ ଟଙ୍କା ଆଦାୟ କରୁଥିଲେ। କୋଭିଡ୍‌ ସମୟରେ ପିଲାଙ୍କୁ ସରକାର ଦେଇଥିବା ୨୨୫୦ ଲେଖାଏ ଟଙ୍କାରୁ ମଧ୍ୟ ଜାଲ ଦସ୍ତଖତ କରି ୭ ଜଣଙ୍କ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଅତି ଚତୁରତାର ସହ କୋଭିଡ୍‌ ସହାୟତାକୁ ସେ ଉଠାଇ ଦେଇଥିବା ଅଭିଯୋଗ ହୋଇଛି। ହଷ୍ଟେଲରେ ନିଜ ଅଞ୍ଚଳର ପିଲାମାନେ ରହୁ ନ ଥିବାରୁ ସେ ଏହାର ସୁଯୋଗ ନେଇଛନ୍ତି। ହଷ୍ଟେଲରେ ଡାବୁଗାଁ, ଝରିଗାଁ ଓ ରାଇଘର ଭଳି ଦୂରଦୂରାନ୍ତରୁ ପିଲାମାନେ ରହୁଥିବାରୁ ଏହାର ତଦନ୍ତରେ ସମସ୍ୟା ହେବ ବୋଲି ଏକ ପ୍ରକାର ଯୋଜନା କରି ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। କଟାଗାଁ ହାଇସ୍କୁଲର ଏବେକାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କୁ ପଚାରିବାରୁ, ସୃଷ୍ଟିଧର ହଷ୍ଟେଲ ପରିଚାଳନାର ଆକ୍ୟୁଟାନ୍ସ, କ୍ୟାଶବୁକ୍‌, ପାସ୍‌ବୁକ ଓ ଷ୍ଟକ୍‌ଲିଷ୍ଟ ଏଯାଏ ପ୍ରଦାନ କରିନାହାନ୍ତି ବୋଲି କହିଛନ୍ତି। ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ନେଇ ତତ୍କାଳୀନ ପ୍ରଧାନ ଶିକ୍ଷକ ସୃଷ୍ଟିଧର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ ମିଥ୍ୟା ଅଭିଯୋଗ। ଏହା ମୋ ବିରୋଧରେ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଉଠାଯାଇଥିବା ସବୁ ଟଙ୍କା ନିଲମ୍ବିତ ହେବା ପୂର୍ବରୁ ଜମା କରିଦେଇଥିବା ସେ ପ୍ରକାଶ କରିଛନ୍ତି। ଏଥିସହ ହଣ୍ଡା, ଡେକ୍‌ଚିର ଚାର୍ଜ ଦେଇ ଦେଇଥିବାବେଳେ ବିଦ୍ୟାଳୟ ପକ୍ଷରୁ ମିଥ୍ୟା ଅଭିଯୋଗ କରାଯାଉଛି ବୋଲି ନାୟକ କହିଛନ୍ତି। ବହି ବାବଦକୁ ଟ୍ରାନ୍ସପୋର୍ଟି ବାବଦକୁ ଟଙ୍କା ମଗାଯାଇଥିଲା। ଫର୍ମ ପୂରଣ ପାଇଁ ଆଦାୟ ଟଙ୍କା ସେହି ସମୟରେ ଅଭିଯୋଗ ପରେ ଫେରାଇ ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ସୃଷ୍ଟିଧରଙ୍କ ପ୍ରତିକ୍ରିୟା ନେଇ ଫେରିବା ପରେ ପୁଣି ଫୋନ୍‌ କରି ଏହି ଖବର ପ୍ରକାଶ ନ କରିବାକୁ ଆମ ପ୍ରତିନିଧିଙ୍କୁ କହିଥିଲେ। ଏ ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri