ବ୍ରାହ୍ମଣୀରୁ ଅବାଧ ବାଲି ଚାଲାଣ

ପରଜଙ୍ଗ, ୧୩।୨(ଡି.ଏନ୍‌.ଏ.):ନିଲାମ ହୋଇଛି ବାଲିଘାଟ। ହେଲେ ନିଲାମଧାରୀ ସଂସ୍ଥା ଦାଖଲ କରିନାହିଁ ଆବଶ୍ୟକ କାଗଜପତ୍ର। ତଥାପି ବାହୁବଳ, ରାଜନୈତିକ ଚାପ ପ୍ରୟୋଗ କରି ବ୍ରାହ୍ମଣୀ ଶଯ୍ୟାରୁ ଦିନରାତି ଉଠାଯାଉଛି ବାଲି। ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ରାଜସ୍ବ ବିଭାଗ ଅବଗତ ଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାଯୋଗୁ ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡୁଛି, ଯାହାକୁ ନେଇ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପରଜଙ୍ଗ ଅଞ୍ଚଳରେ ପ୍ରଚୁର ପରିମାଣର ଲଘୁ ଖଣିଜ ସାମଗ୍ରୀ ଉପଲବ୍ଧ ଥିବାବେଳେ ଏସବୁ ଉପରେ ମୁନାଫାଖୋର ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ବିଶେଷ କରି ବାଲିଘାଟ ନିଲାମ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ଏହାକୁ କରାୟତ୍ତ କରିବାକୁ ପ୍ରତିଯୋଗିତା ଚାଲିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାହ୍ମଣୀ ନଦୀର କୁଲେଇ ବାଲିଘାଟରେ। ଉକ୍ତ ବାଲିଘାଟକୁ ପ୍ରଶାସନ ପକ୍ଷରୁ ଟେଣ୍ଡର ମାଧ୍ୟମରେ ନିଲାମ ଡକାଯାଇଥିଲା, ଯାହାକୁ ଭୁବନେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ହାସଲ କରିଛନ୍ତି। ହେଲେ ବାଲିଘାଟ ନିଲାମ, ଉତ୍ତୋଳନ ସଂକ୍ରାନ୍ତ କାଗଜପତ୍ର ସମ୍ପୂର୍ଣ୍ଣ ହୋଇନାହିଁ। ତହସିଲ ପ୍ରଶାସନ ମଧ୍ୟ ବାଲି ଉଠାଣ ପାଇଁ ଅନୁମତି ଦେଇନାହିଁ। ଏହାସତ୍ତ୍ୱେ ଜେସିବି ମେଶିନ ଏବଂ ଟିପ୍ପର ସହାୟତାରେ ନଦୀଶଯ୍ୟାରୁ ବାଲି ଉତ୍ତୋଳନ କରି ଅନ୍ୟତ୍ର ଗଚ୍ଛିତ ରଖାଯାଉଛି। ସେଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ସୁବିଧାରେ ବାଲି ଚାଲାଣ ପାଇଁ ନଦୀ ଗର୍ଭକୁ ରାସ୍ତା ତିଆରି କରାଯାଇଛି। ଏଥିଲାଗି ଜଙ୍ଗଲ ଜମିରୁ ମୋରମ ଖନନ କରାଯାଇଛି। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ବସୁଲେଇ ଘାଟରେ। ଲଘୁ ଖଣିଜ ସାମଗ୍ରୀ ଚାଲାଣ ରୋକିବା ଲାଗି ଜିଲା ପ୍ରଶାସନ ତରଫରୁ ସ୍କ୍ବାଡ୍‌ ଗଠନ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବାଲି ବ୍ୟବସାୟୀମାନେ ଏଭଳି ବେଆଇନ କାର୍ଯ୍ୟ କରିବାକୁ ସୁଯୋଗ ପାଉଛନ୍ତି ବୋଲି ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ଗେଙ୍କୁଟିଆ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ବିବେକାନନ୍ଦ ସାହୁ କୁହନ୍ତି, ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ତାଙ୍କ ନିକଟରେ ସୂଚନା ଅଛି। ତେବେ ତହସିଲ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସମୟ ଅଭାବ ରହୁଛି। ତେଣୁ ନିରୁପାୟ ହୋଇ ଦେଖିବା ଛଡ଼ା ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ସମ୍ପର୍କରେ କୌଣସି ସୂଚନା ନ ଥିଲା। ତେବେ ଖୁବ୍‌ଶୀଘ୍ର ବାଲିଘାଟରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?