ମନ୍ତ୍ରୀ ଫେରିବା ପରେ ଭାଙ୍ଗିଦେଲେ ଉଦ୍‌ଘାଟନୀ ଫଳକ

ରାୟଗଡ଼ା ଅଫିସ,୨୦ା୯: ଉପାନ୍ତ ରାୟଗଡ଼ା ଜିଲାର ଅନେକ ଗାଁକୁ ଏବେ ବି ମୋବାଇଲ ଟାଓ୍ବାର ଅପହଞ୍ଚ ରହିଛି। ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପେନିକଣାଠାରେ ମୋବାଇଲ ଟାଓ୍ବାର ସ୍ଥାପନ ହୋଇଥିବାବେଳେ ସୋମବାର ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଉଦ୍‌ଘାଟନ କରିଥିଲେ। ତେବେ ମନ୍ତ୍ରୀ ଟାଓ୍ବାର ଉଦ୍‌ଘାଟନ କରି ଫେରିବାର ମାତ୍ର ଅଧଘଣ୍ଟା ମଧ୍ୟରେ କେହି ଦୁର୍ବୃତ୍ତ ଉଦ୍‌ଘାଟନୀ ଫଳକକୁ ଭାଙ୍ଗି ଦେଇଛନ୍ତି।
ଜିଲାରେ ମୋବାଇଲ ଟାଓ୍ବାର ସ୍ଥାପନ ନିମନ୍ତେ କଂଗ୍ରେସ ଏମ୍‌ପି ପାର୍ଲାମେଣ୍ଟରେ ଦାବି ଉଠାଇଥିବାବେଳେ ବିଜେଡି ନେତା ତଥା ମନ୍ତ୍ରୀ ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଦଳୀୟ କାର୍ଯ୍ୟକ୍ରମ ଭଳି ମୋବାଇଲ ଟାୱାର ଉଦ୍‌ଘାଟନ କରୁଥିବାରୁ ବିରୋଧୀ ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥିବା ଗାଁରେ ଚର୍ଚ୍ଚା ହେଉଛି। ତେବେ ଫଳକ କିଏ ଭାଙ୍ଗିଲା ତାହା କେହି ଦେଖି ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଫଳକ ଭଙ୍ଗାଯାଇଥିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, କଂଗ୍ରେସ ଏଭଳି ଛୋଟ କାମ କରେନାହିଁ। ଏମ୍‌ପି ସପ୍ତଗିରି ଉଲାକାଙ୍କ ବାରମ୍ବାର ପାର୍ଲାମେଣ୍ଟରେ ଦାବି ପରେ ଟାଓ୍ବାର ବସିବା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।
ଅଞ୍ଚଳରେ ନେଟଓ୍ବର୍କ ସେବା ଉପଲବ୍ଧ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟାଓ୍ବାର ସ୍ଥାପନ ପରେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହ ଫଳକ ଭଙ୍ଗା ଘଟଣାକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗଲୋଡି ସମେତ କାରୁବାଇ, ପିପଲଗୁଡ଼ା, ମିରାବାଲି, ସାନ୍ଧୁବାଡ଼ି, ଦୁର୍ଗପାଡ଼ୁ ଆଦି ପଞ୍ଚାୟତରେ ମୋବାଇଲ ନେଟୱର୍କ ସୁବିଧା ନ ଥିଲା। ଫଳରେ ଲୋକେ ଆମ୍ବୁଲାନ୍ସ, ବ୍ୟାଙ୍କ ସେବା, ଅନ୍‌ଲାଇନ ପାଠପଢ଼ା ଆଦି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଟାଓ୍ବାର ସ୍ଥାପନ ନିମନ୍ତେ ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ ପେନିକଣାଠାରେ ଜିଓ ଟାୱାର ସ୍ଥାପନ କରାଯାଇଥିଲା। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିବା ପରେ ସୋମବାର ମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଥିଲା। ବିଳମ୍ବ ହୋଇଥିଲେ ମଧ୍ୟ ଏହାଦ୍ୱାରା ଅଞ୍ଚଳବାସୀଙ୍କ ବିକାଶ ଘଟିବ ବୋଲି ମନ୍ତ୍ରୀ ଟାଓ୍ବାର ଉଦ୍‌ଘାଟନ ଅବସରରେ କହିଥିଲେ। ମୋବାଇଲରେ ସିଗ୍‌ନାଲ ଦେଖି ଅଞ୍ଚଳବାସୀ ମଧ୍ୟ ବେଶ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝି, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri