Posted inଜାତୀୟ

ଏସ୍‌ସିଙ୍କ ନିଷ୍ପତ୍ତି ପରେ ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ପାଇଁ ଅଧ୍ୟାଦେଶ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୦।୫: କେଜ୍‌ରିଓ୍ବାଲ ସରକାର ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ ଅଧ୍ୟାଦେଶ ପାରିତ କରିଛନ୍ତି। ଏହି ଅଧ୍ୟାଦେଶ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଅଧିକାରକୁ କଡ଼ାକଡ଼ି କରାଯାଇଛି। ଅଧ୍ୟାଦେଶ ଜାରି କରିବା ସହିତ କେନ୍ଦ୍ର ସରକାର ଜାତୀୟ ରାଜଧାନୀ ନାଗରିକ ସେବା ପ୍ରାଧିକରଣ ମଧ୍ୟ ଗଠନ କରିଛନ୍ତି। ସମସ୍ତ ଗ୍ରୁପ ଏ ଏବଂ ଡାନିବ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ନିଯୁକ୍ତ କରିବା ଏହି କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ରହିବ। କେନ୍ଦ୍ର ଦ୍ୱାରା ସୃଷ୍ଟି ହୋଇଥିବା ନୂତନ ପ୍ରାଧିକରଣରେ ତିନି ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଶାସନ ସଚିବ (ଗୃହ), ଏନସିଟି ସରକାର ରହିଛନ୍ତି। ଏହି କର୍ତ୍ତୃପକ୍ଷଙ୍କ ପରାମର୍ଶରେ କେନ୍ଦ୍ର ନିଷ୍ପତ୍ତି ନେବ। ଏହା ସହିତ, କେବଳ ସଂଖ୍ୟାଗରିଷ୍ଠତା ଦ୍ୱାରା ନିଷ୍ପତ୍ତି ନିଆଯିବ ବୋଲି ବ୍ୟବସ୍ଥା ମଧ୍ୟ ଅଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାରଙ୍କୁ ଦିଆଯାଇଥିବା କ୍ଷମତାକୁ ହ୍ରାସ କରିବା ପାଇଁ ଏହି ନିୟମ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ସଚିବ ଗୃହକୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଅର୍ଥାତ୍‌ ନୂତନ ନିୟମ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରାଧିକରଣରେ ସଂଖ୍ୟାଲଘୁଙ୍କ ମଧ୍ୟରେ ରହିବେ। ଅର୍ଥାତ୍‌ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ରହିବ। ଅଧିକାରୀଙ୍କ ଟ୍ରାନ୍ସଫର ତଥା ବଦଳିକୁ ନେଇ କୌଣସି ବିବାଦ ଦେଖାଦେଲେ ଏହି ଅଥରିଟି ସଦସ୍ୟଙ୍କ ମଧ୍ୟରେ ଭୋଟ ଗ୍ରହଣ କରାଯିବ । ଏଥିରେ ବି ବିବାଦର ସମାଧାନ ନ ହେଲେ ଶେଷ ନିଷ୍ପତ୍ତି ଉପରାଜ୍ୟପାଳ ନେବେ ବୋଲି ଏହି ଅଧ୍ୟାଦେଶରେ ଉଲ୍ଲେଖ ଅଛି।

ଦିଲ୍ଲୀର ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିବା ବେଳେ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂରେ ଉପରାଜ୍ୟପାଳ ହସ୍ତକ୍ଷେପ କରି ପାରିବେନି ବୋଲି ରାୟ ପ୍ରକାଶ କରିଥିଲେ। ମାତ୍ର ଏହା ଉପରେ ଅଧ୍ୟାଦେଶ ଆଣି ଉପରାଜ୍ୟପାଳଙ୍କୁ ତାଙ୍କ କ୍ଷମତା ଫେରାଇଛନ୍ତି କେନ୍ଦ୍ର ସରକାର।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?