ଶପଥ ନେବା ପରେ ବିଶ୍ୱର ଏହି ଶକ୍ତିଶାଳୀ ନେତାଙ୍କୁ ଫୋନ କରିବେ ଟ୍ରମ୍ପ, କରିବେ ବଡ଼ ଘୋଷଣା!

ଓ୍ବାଶିଂଟନ୍‌,୨୦।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ଶପଥ ଉତ୍ସବ ବେଳେ କେତେକ ଅପ୍ରୀତିକର ସ୍ଥିତି ଉପୁଜିବା ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶରଣାର୍ଥୀ ଓ ଆପ୍ରବାସୀମାନେ ଓ୍ବାଶିଂଟନ ଡିସିରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଓ୍ବାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥଗ୍ରହଣ ପାଇଁ ଟ୍ରମ୍ପ ଶନିବାର ସଂଧ୍ୟାରେ ଓ୍ବାଶିଂଟନରେ ପହଞ୍ଚତ୍ଛନ୍ତି।

ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶପଥ ନେବା ପରେ ଟ୍ରମ୍ପ ଜଣେ ଶକ୍ତିଶାଳୀ ଦେଶର ନେତାଙ୍କ ସହ ଫୋନରେ କଥା ହେବେ। ଋଷିଆ ସହ ୟୁକ୍ରେନ ଯୁଦ୍ଧ ବିରାମ ନେଇ ଟ୍ରମ୍ପ ପୁଟିନଙ୍କ ସହ କଥାହେବେ। ୮୨ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତରାଧିକାରୀ ଭାବେ ୭୮ ବର୍ଷୀୟ ଟ୍ରମ୍ପ ମଙ୍ଗଳବାର ହ୍ବାଇଟ ହାଉସରେ ଅବସ୍ଥାପିତ ହେବେ। ତେବେ ତାଙ୍କର ବିଭିନ୍ନ ନୀତିକୁ ବହୁ ଆମେରିକୀୟ ବିରୋଧ କରୁଛନ୍ତି। ପିପୁଲ୍ସ ମାର୍ଚ୍ଚ ବ୍ୟାନରରେ ସାକ୍ଷୀ ଫର୍‌ ସାଉଥ ଏସିଆନ ସର୍ଭାଇଭର୍ସ ସମେତ ଅଣଲାଭଦାୟକ ସଂସ୍ଥାଗୁଡ଼ିକ ପକ୍ଷରୁ ବିକ୍ଷୋଭ କରାଯାଇଛି। ୨୦୧୬ରେ ଟ୍ରମ୍ପ ଜିତିବା ପରେ ୨୦୧୭ରେ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା ଅନୁରୂପ ବିକ୍ଷୋଭ ଶୋଭାଯାତ୍ରାକୁ ଓ୍ବମେନ୍ସ ମାର୍ଚ୍ଚ କୁହାଯାଉଥିବାବେଳେ ଏଥରର ବିକ୍ଷୋଭକୁ ପିପୁଲ୍ସ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ବିକ୍ଷୋଭକାରୀମାନେ ଟ୍ରମ୍ପ ବିରୋଧୀ ବ୍ୟାନର ଓ ପୋଷ୍ଟର ଧରି ପରବର୍ତ୍ତୀ ରାଷ୍ଟ୍ରପତି ଓ ତାଙ୍କ ଘନିଷ୍ଠ ସମର୍ଥକମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀ ସଂଗଠନ ମଧ୍ୟରେ ଆବର୍ସନ ଆକ୍ସନ ନାଓ, ଟାଇମ ଟୁ ଆକ୍ଟ, ସିଷ୍ଟରସଙ୍ଗ, ଓ୍ବମେନ୍ସ ମାର୍ଚ୍ଚ, ପପୁଲାର ଡେମୋକ୍ରାସି ଇନ ଆକ୍ସନ, ହାରିଏଟ୍ସ ଓ୍ବାଇଲ୍ଡେଷ୍ଟ ଡ୍ରିମ୍ସ, ଦି ଫେମିନିଷ୍ଟ ଫ୍ରଣ୍ଟ ଆଦି ସଂସ୍ଥା ରହିଥିଲେ। ସୂଚନାଯୋଗ୍ୟ, ଆର୍କ୍ଟିକ ବାୟୁ ପ୍ରବାହ ଯୋଗୁ ସୋମବାର ରାଜଧାନୀରେ ଭୟଙ୍କର ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଶପଥ ଉତ୍ସବ ସମେତ ସେଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଇନ୍ଡୋରରେ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri