ସିରିଆ ପରେ ଇରାନର ପାଳି? ଅଡୁଆ କରିବେ ଟ୍ରମ୍ପ!

ତେହେରାନ,୧୦।୧୨: ସେପ୍ଟେମ୍ବର ଶେଷରେ ଯେତେବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଇରାନର ସବୁଠାରୁ ଶକ୍ତିଶାଳୀ ହିଜବୁଲାର ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଏହା ତେହେରାନକୁ ଏକ ବଡ଼ ଝଟକା ଲାଗିଥିଲା। ଦୁଇମାସ ପରେ ଇରାନର ପ୍ରମୁଖ ସହଯୋଗୀ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ଦେଶ ଛାଡି ପଳାୟନ କରିଥିଲେ। ଅସଦ ଶାସନର ପତନ ପରେ ଇରାନର ପ୍ରତିରୋଧ ମୋର୍ଚ୍ଚା ବିଚ୍ଛିନ୍ନ ହୋଇଛି। ସିରିଆର ପତନ ପରେ ପରବର୍ତ୍ତୀ ପାଳି ଇରାନର ପଡିପାରେ ବୋଲି ଆଲୋଚନା ତୀବ୍ର ହୋଇଛି।

ଜେରୁଜେଲମ ପୋଷ୍ଟର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ଅସଦ ଶାସନର ପତନ ପରେ ଯେଉଁମାନଙ୍କୁ ସବୁଠୁ ବଡ଼ ଝଟ୍‌କା ଲାଗିଛି ସେମାନଙ୍କ ମଧ୍ୟରେ ଇରାନ ଶୀର୍ଷରେ ରହିଛି। ଦ୍ୱିତୀୟରେ ରହିଛି ଲେବନାନର ହିଜବୁଲା। ଋଷିଆ ଅସଦଙ୍କୁ ସବୁଠାରୁ ଅଧିକ ସମର୍ଥନ କରୁଥିଲା କିନ୍ତୁ ସିରିଆରେ ଏହାର ପୁଞ୍ଜି ବିନିଯୋଗ ଇରାନ ଭଳି ନ ଥିଲା।

ଅସଦଙ୍କ ପତନ ଇରାନକୁ ସବୁଠୁ ଅଧିକ ଚକିତ କରିଛି। ଅସଦଙ୍କ ପତନ କେବଳ ଇରାନ ପାଇଁ ରଣନୈତିକ ଝଟକା ନୁହେଁ। ଘରୋଇ ସ୍ତରରେ ଏହା ଏକ ବଡ ପ୍ରଭାବ ପକାଇପାରେ। ଅସଦଙ୍କ ଶାସନ ପରି ଅଲି ଖାମେନେଇଙ୍କ ନିଷ୍ଠୁର ଶାସନ ବିରୋଧରେ ଚାପା ବିରୋଧ ଧୀରେଧୀରେ ତେଜିବାରେ ଲାଗିଛି। ତେବେ ଇରାନରେ ସିରିଆ ଭଳି ସମାନ ଘଟଣା ଘଟିବ ବୋଲି କହିବା ଠିକ୍‌ ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଇରାନର ଏକ ଶକ୍ତିଶାଳୀ ସେନା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ ରହିଛି।

ଇରାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅସଦଙ୍କ ପତନ ଏକ ଶକ୍ତିଶାଳୀ ପ୍ରେରଣା ସାଜିପାରେ। ଯଦି ଅସଦଙ୍କୁ ଶାସନରୁ ହଟାଯାଇପାରୁଛି, ତେବେ ଖାମେନେଙ୍କୁ ମଧ୍ୟ ହଟାଯାଇପାରିବ। ଏଥିସହ, ମାସେତଳେ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନକୁ ଫେରିବା ଇରାନ ସରକାରଙ୍କ ଟେନଶନ ବଢାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, କେମିତି ଯିବେ ଜାଣନ୍ତୁ…

ପୁରୀ,୨୩।୬: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ମଙ୍ଗଳବାର ଦ୍ୱିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀବାସୀଙ୍କ…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବଡ଼ଭାଇ,ପୁତୁରା: ଫେରାର୍‌ ଥିବାବେଳେ ବାପପୁଅଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର ସାନଭାଇ କହ୍ନେଇ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ…

ବିଧାନସଭା ଭିତରେ ଷ୍ଟାଲିନଙ୍କ ନକଲ କଲେ ମୁଖ୍ୟମନ୍ତ୍ରୀ ବିଜୟ, ତାଳିରେ କମ୍ପିଲା ଗୃହ, ଦେଖନ୍ତୁ VIDEO

ଚେନ୍ନାଇ,୨୩।୬: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଭାଷଣର ଶେଷ ଭାଗ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥିଲା, ଯେତିକି ତାଙ୍କର ସମ୍ପୂର୍ଣ୍ଣ ସମ୍ବୋଧନ ଥିଲା। ଭାଷଣ…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ଜିଲାପାଳ ପରାମର୍ଶ କ୍ରମେ ଜୋର୍‌ ସୋରରେ ଚାଲିଛି ସଫେଇ ଅଭିଯାନ, ସାମିଲ ହେଲେ…

ଗଞ୍ଜାମ,୨୩।୬(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହୱାନ ଓ ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନଙ୍କ ପରାମର୍ଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ସଫେଇ ଅଭିଯାନ…

ବିଶ୍ୱକପ୍‌ରେ ମେସିଙ୍କ ରେକର୍ଡ, ନକ୍‌ଆଉଟ୍‌ରେ ପହଞ୍ଚିଲା ଆର୍ଜେଣ୍ଟିନା

ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri