Posted inଜାତୀୟ

ପଞ୍ଜାବ ପରେ ଏଏପି ଟାର୍ଗେଟରେ ଆଉ ଦୁଇ ରାଜ୍ୟ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିପୁଳ ବିଜୟ ପରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦାମି ପାର୍ଟି (ଏଏପି)ର ଟାର୍ଗେଟରେ ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳପ୍ରଦେଶ ରହିଥିବା ଦଳୀୟ ନେତା ଅକ୍ଷୟ ମାରାଥେ କହିଛନ୍ତି।

“ଆମେ ଗୁଜରାଟ ଓ ହିମାଚଳପ୍ରଦେଶ ନିଶ୍ଚିତ ଯାଉଛୁ। ଏହି ଦୁଇ ରାଜ୍ୟ ଆମ ର଼୍ୟାଡରରେ ଅଛି। ଆମ ପାର୍ଟି ଦଳୀୟ କର୍ମୀଙ୍କୁ ସେହି ରାଜ୍ୟଙ୍କୁ ପଠାଉଛି। ଏହା ନିଶ୍ଚିତ ଭାବେ ବଡ଼ ପ୍ରଭାବ ପକାଇବ। ଦୀର୍ଘ ଦଶନ୍ଧି ହେଲା ଭାରତୀୟଙ୍କୁ ଦୁଇ ଦଳ ମଧ୍ୟରୁ ବାଛିବାକୁ ପଡ଼ୁଥିଲା, ଯାହାକି କାମ ଦେଉ ନାହିଁ। ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି” ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଏଏପି ୯୧ ଆସନ ଦଖଲ କରିଛି। ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବରେ ଏଏପି ସରକାର ଗଠନ କରିବାକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାନ୍ତ ଡାକ୍ତରରୁ ସବୁଠୁ ଧନୀ ବିଧାୟକ: ଏବେ ପୁଣି ମୁଖ୍ୟମନ୍ତ୍ରୀ

ଅଗରତାଲା,୮।୩: ତ୍ରିପୁରା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଛୁଟି ପାଇଁ ମିଛ

ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଛୁଟି ପାଇଁ ଅନେକେ କରିଥାନ୍ତି ବାହାନା। ଏହା ଭାରତ ଭଳି ଦେଶରେ ସାଧାରଣ କଥା। ହେଲେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୯ ହଜାର

ନୂଆଦିଲ୍ଲୀ,୬।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୯...

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ...

ବିହାର ବନ୍ୟା: ନୀତିଶଙ୍କୁ ଘେରିଲା ଭାଜପା

ପାଟନା,୨।୧୦: ବିହାରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ନେଇ ଭାଜପା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଛି। ଏନେଇ ଭାଜପା ପକ୍ଷରୁ ସଞ୍ଜୟ ଜାୟସଓ୍ବାଲ୍‌ କହିଛନ୍ତି ଯେ,ରାଜ୍ୟରେ ପ୍ରଶାସନିକ...

ଶ୍ରୀନଗରର ବୋମିନାରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୫ ।୧୧: ଶ୍ରୀନଗରର ବୋମିନା ଅଞ୍ଚଳରେ ଥିବା ସ୍କିମସ୍ ହସ୍ପିଟାଲ ନିକଟରେ ଶୁକ୍ରବାର ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ...

ଅପରାଧିଙ୍କ ସହ ପ୍ରଥମ ରାତି କାଟିଲେ ଅଭିନେତ୍ରୀ

କୋଟା,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିବା ମହଙ୍ଗା ପଡିଛି। ଏହି ମାମଲାରେ ତାଙ୍କୁ...

‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’

ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି।  ତୋଗାଡିଆ କହିଛନ୍ତି,...

Advertisement
Archives

Model This Week