ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…

କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍‌ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍‌ ଶନିବାର ଦୁଇ ବଡ଼ ଷ୍ଟାର ତଥା କେନ୍ଦ୍ରାପଡ଼ା ଏମ୍‌ପି ଥିବା ଅନୁଭବ ମହାନ୍ତି ଏବଂ କୋରେଇର ପୂର୍ବତନ ବିଧାୟକ ତଥା ସୋଭର ବୟ ଆକାଶ ଦାସନାୟକ ବିଜେଡି ଛାଡ଼ିଛନ୍ତି। ଆଜି ବିଜେଡି ଛାଡ଼ିବା ପରେ ଅନୁଭବ ମହାନ୍ତି ଇସ୍ତଫାପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିଛି ଅଦୃଶ୍ୟ ଶକ୍ତି ଯୋଗୁ ସେ ୪ ବର୍ଷ ହେଲା ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଅଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ମୁଁ  ରାଜନୀତି ଛାଡ଼ିବି ନାହିଁ। କିନ୍ତୁ ବିଜେଡିରୁ ଇସ୍ତଫା ଦେବା ଅନିର୍ବାଯ୍ୟ ଥିଲା ବୋଲି ଅନୁଭବ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ମୋ’ ଜନ୍ମମାଟି ପାଇଁ କିଛି କାମ କରିବି ବୋଲି ଅନୁଭବ ଲେଖିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଦେଇଛନ୍ତି।

୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକ ସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ସରକାରଙ୍କ କଡ଼ା ନିର୍ଦ୍ଦେଶ: CJP ଆନ୍ଦୋଳନରେ ସାମିଲ ହୋଇପାରିବେନି ଛାତ୍ରୀଛାତ୍ର

ଚେନ୍ନାଇ,୧୯ା୮: ତାମିଲନାଡୁ ସରକାର ବୁଧବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। CJP ଆନ୍ଦୋଳନରେ କୌଣସି ଛାତ୍ରୀଛାତ୍ର ସାମିଲ ହୋଇପାରିବେନି ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

ଦାରିଙ୍ଗବାଡି-କୋଟଗଡ଼ ରାସ୍ତା ଅବସ୍ଥା ଶୋଚନୀୟ: ଯାତ୍ରୀବାହୀ ବସ ଚଳାଚଳ ବନ୍ଦ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଜିଲା ପ୍ରଭାବିତ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ଲାଗି…

ରୁଆ-ବିହୁଡ଼ା ପୂର୍ବରୁ ମାଟି ମା’ଙ୍କ ଅନୁମତି ନେବାର ନିଆରା ପରମ୍ପରା: ଗାଁ ଗାଁରେ ଉତ୍ସାହ

ବୀରମହାରାଜପୁର, ୧୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଚାଷୀଙ୍କ ଜୀବନ ଓ ଲୋକସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମସ୍ତ ବିଧାୟକଙ୍କୁ ମିଳିବ ନୂଆ କାର୍‌ ସହ…

ଚେନ୍ନାଇ,୧୯ା୮: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ବିଧାନସଭାରେ ବିଧାୟକ ଏବଂ ଜନସାଧାରଣଙ୍କ ସମ୍ପର୍କରେ ଅନେକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତ…

Video: ଦୁଇ ପତ୍ନୀଙ୍କ କଳହ ମଧ୍ୟରେ ବେହୋସ ହେଲେ ଫୁଟବଲ ପ୍ରଶିକ୍ଷକ, ଚେତା ଫେରିବା ପରେ ପ୍ରଥମ ପତ୍ନୀଙ୍କ ସହ କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୯।୮: ପ୍ରାୟତଃ, ଦୁଇଜଣଙ୍କ ମଧ୍ୟରେ ବିବାଦର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କ୍ରସଫାୟାରରେ ଫସି ଯାଆନ୍ତି; କିନ୍ତୁ, ଯେତେବେଳେ ବିବାଦ ଜଣେ ପୁରୁଷଙ୍କ ଦୁଇ ସ୍ତ୍ରୀଙ୍କ…

ନକଲି ଜାତି ଓ ଜମିପଟ୍ଟା ପ୍ରମାଣପତ୍ର ମାମଲା: ତଦନ୍ତ ଆରମ୍ଭ କଲା ଯୁଗ୍ମ କମିଟି

ମହାକାଳପଡ଼ା,୧୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବୃଦ୍ଧି ପାଉଛି ନକଲି ଜାତି ଓ ଜମି ପଟ୍ଟା ପ୍ରମାଣପତ୍ର। କେତେଜଣ ମଧ୍ୟସ୍ଥ ସରକାରୀ…

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ…

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ: ସମଗ୍ର ଜିଲାରେ ଶୋକର ଛାୟା

ଭବାନୀପାଟଣା, ୧୯।୮ (ଉତ୍ତମ କୁମାର ଦାଶ/ ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri