Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍‌, UIDAI ଦେଲା ସୂଚନା…

ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍‌ କରିବା ଜରୁରୀ ବୋଲି UIDAI କହିଛି। ତେବେ କ’ଣ ଆପଣ ଜାଣନ୍ତି ଯେ ଆଧାରରେ ତଥ୍ୟ ଭୁଲ ଥିଲେ ନୂଆ ବିବରଣୀ ଆବେଦନ କରିବାର କେତେଦିନ ମଧ୍ୟରେ ଅପଡେଟ୍‌ ହୋଇଯାଏ। ଯଦି ନା ତେବେ ଜାଣିରଖନ୍ତୁ…
ଯଦି ଆପଣଙ୍କୁ ଆଧାର ଅପ୍‌ଡେଟ୍‌ କରାଇବାର ଅଛି ତେବେ ଏହି କାମକୁ ୨୦୨୪ ମାର୍ଚ୍ଚ ୧୪ ମଧ୍ୟରେ କରାଇନିଅନ୍ତୁ। ହେଲେ ଅଫଲାଇନ୍‌ରେ ଏହା ମାଗଣା ନୁହେଁ। କେବଳ ଅନଲାଇନ୍‌ରେ ହିଁ ଆଧାରକୁ ମାଗଣାରେ ଅପଡେଟ୍‌ କରାଯାଇପାରିବ।
-କେତେଦିନରେ ହେବ ଅପଡେଟ୍‌: UIDAI  ଓ୍ବେବସାଇଟ୍‌ ଅନୁଯାୟୀ, ସାଧାରଣତଃ ୯୦% ଅପ୍‌ଡେଟ୍‌ ଅନୁରୋଧ ୩୦ ଦିନ ମଧ୍ୟରେ ପୂରଣ ହୋଇଥାଏ।  ଯଦି କାହାର ଆବେଦନ ସମୟସୀମା ୯୦ ଦିନରୁ ଅଧିକ ହୋଇଛି ତେବେ ସେ ୧୯୪୭(ଟୋଲ୍‌ ଫ୍ରି) ନମ୍ବରରେ କଲ କରି ଅଧିକ ସୂଚନା ଜାଣିପାରିବ।
-ଅପଡେଟ୍‌ କରାଇପାରିବେ ଏସବୁ ଡିଟେଲ୍ସ:
ଅନଲାଇନ୍‌ରେ ନାମ, ଠିକଣା, ଜନ୍ମତାରିଖ, ଲିଙ୍ଗ, ମୋବାଇଲ ନମ୍ବର ଏବଂ ଇମେଲକୁ ମାଗଣାରେ ଅପଡେଟ୍‌ କରାଇହୁଏ। ହେଲେ ଯିଏ ନିଜର ଫଟୋ, ଆଖିପତା ନଚେତ ଅନ୍ୟ ବାୟୋମେଟ୍ରିକ୍‌ ଡିଟେଲ୍ସ ଅପଡେଟ୍‌ କରିବାକୁ ଚାହାନ୍ତି ସେ ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ ଆବଶ୍ୟକ ଶୁଳ୍କ ପୈଠ କରିବାକୁ ହେବ।

Enter your email to get our daily news in your inbox.

All Right Reserved By Dharitri.Com

ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର

ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି,...

ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ...

କିଛିଦିନ ପାଇଁ ନୂଆ ସିଇସି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯାଉ: ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୧୭।୨:ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଦେବା ପାଇଁ ସୋମବାର ଚୟନ କମିଟିର ବୈଠକ ହୋଇଛି ପିଏମଓରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ...

Qatar Emir on India Visit: ଭାରତରେ ପହଞ୍ଚିଲେ କତାରର ଅମିର: କୋଳାଗ୍ରତ କରି ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମିରଙ୍କୁ ବିମାନବନ୍ଦରରେ କୋଳାଗ୍ରତ କରି ସ୍ବାଗତ କରିଛନ୍ତି। କତାରର ଅମିର ଶେଖ ତମିମ ବିନ ହମାଦ ଅଲଥାନି ଦୁଇ...

KIIT ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କଲା କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ

କାଠମାଣ୍ଡୁ,୧୭।୨: ଓଡ଼ିଶାର ଭୁବନେଶ୍ୱରସ୍ଥିତ KIIT ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ଏହି ଘଟଣାକୁ ନେଇ କାଠମାଣ୍ଡୁସ୍ଥିତ ଭାରତୀୟ...

ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି

ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ...

ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ କରି ଲଗାଇଦେଲେ ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବର୍ଲିିନ୍‌,୧୭।୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ...

ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍‌

ଓ୍‌ବାଶିଂଟନ୍‌/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri