ଦିଶାଙ୍କ ପରେ

କେରଳର ଏକ ଦୈନିକ ଖବରକାଗଜର ଦିଲ୍ଲୀ ଖବରଦାତା ସିଦ୍ଦିକ୍‌ କାପାନ୍‌ଙ୍କୁ ୧୫ ଫେବୃୟାରୀରେ ସୁପ୍ରିମକୋର୍ଟ ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ୯୦ ବର୍ଷୀୟା ମା’ଙ୍କୁ ଦେଖା କରିବା ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୌଣସି ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆରେ କାପାନ୍‌ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ଜାମିନରେ ସର୍ତ୍ତ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶର ହାଥ୍‌ରାସରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିବା ଘଟଣାର ଖବର ସଂଗ୍ରହ ଲାଗି ଯାଉଥିବା ବେଳେ ୫ ଅକ୍ଟୋବରରେ ପୋଲିସ ତାଙ୍କୁ ଗିରଫ କରିଥିଲା। କାପାନ୍‌ଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ଏବଂ ଧର୍ମକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗ ଅଣାଯାଇଛି। କିନ୍ତୁ ଏବେ ମନେହେଉଛି କାପାନ୍‌ ଏକୁଟିଆ ନୁହନ୍ତି। ୨୧ ବର୍ଷୀୟା ବେଙ୍ଗାଲୁରୁ ଝିଅ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଦେଶଦ୍ରୋହ ଆଇନରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆରେ ସରକାରଙ୍କ ସମର୍ଥକମାନେ ଦିଶାଙ୍କୁ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀ ଅଜମଲ କସବ ଓ ଦିଲ୍ଲୀ ନିର୍ଭୟା ଘଟଣାରେ ଅତ୍ୟାଚାର କରିଥିବା ୧୭ ବର୍ଷୀୟ ଯୁବକ ସହ ତୁଳନା କରୁଛନ୍ତି। ଏଭଳି ତୁଳନା କରୁଥିବା ବ୍ୟକ୍ତିମାନେ କେବେହେଲେ ନିଜ ଜୀବନରେ ଗୁଗଲ୍‌ ଡକ୍‌ ଆପ୍‌ରେ କାମ କରିନାହାନ୍ତି। ସେମାନେ ଯଦି କାମ କରିଥାଆନ୍ତେ, ତେବେ ଏଭଳି ହାସ୍ୟାସ୍ପଦ ମତ ଦେଇ ନ ଥାଆନ୍ତେ। ‘ଟୁଲ୍‌କିଟ୍‌’ର ଅର୍ଥ ସମ୍ପର୍କରେ ହୁଏତ ଅଧିକାଂଶ ଜାଣିନାହାନ୍ତି। ଅନଭିଜ୍ଞଙ୍କ ବିଜ୍ଞ ମତ ଶୁଣିବା ହୋଇଛି ସାମ୍ପ୍ରତିକ ଭାରତର ସବୁଠାରୁ ବଡ଼ ଦୁଃଖ। ଏଥିସହିତ ଦିଲ୍ଲୀ ପୋଲିସର ଦକ୍ଷତାକୁ ପ୍ରଶଂସା କରୁଥିବା ନାଗରିକ ମଧ୍ୟ ସନ୍ଦେହ ଘେରରେ ଆସିବା କଥା। କେବଳ ଦିଲ୍ଲୀ ପୋଲିସ ନୁହେଁ, ଭାରତର ସବୁ ରାଜ୍ୟର ପୋଲିସ ସର୍ବଦା ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟ କରିଥାଏ। ମନେରଖିବାକୁ ହେବ ଯେ, ଦିଶା ଜଣେ ପରିବେଶ କର୍ମୀ। ସ୍ବିଡେନ୍‌ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କ ‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର’ ଅଭିଯାନର ସେ ଏକ ଅଂଶବିଶେଷ। ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର ଅଭିଯାନରେ ପିଲାମାନେ ଶୁକ୍ରବାର ସ୍କୁଲ ବନ୍ଦ କରି ସ୍ବଚ୍ଛ ଜଳବାୟୁ ଦିଗରେ ସଚେତନତା ସୃଷ୍ଟି କରିଥାଆନ୍ତି। ଦିଶାଙ୍କ ଗିରଫ ପରେ ଦେଶବ୍ୟାପୀ ଦିଲ୍ଲୀ ପୋଲିସକୁ ସମାଲୋଚନା କରାଯିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଭାରତ ସରକାରଙ୍କୁ ଭର୍ତ୍ସନା କରାଯାଉଛି।
ଦିଶା ମଧ୍ୟ ଏକାକୀ ନାହାନ୍ତି। ତାଙ୍କ ପରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ନିକିତା ଜାକୋବ, ଶାନ୍ତନୁଙ୍କ ଭଳି ଯୁବପିଢ଼ି ପଛରେ ଦିଲ୍ଲୀ ପୋଲିସ ଧାଇଁଛି। ଅତି ଚତୁରତାର ସହିତ ଜାତୀୟ ଗଣମାଧ୍ୟମର ଦୃଷ୍ଟିକୁ ଚାଷୀ ଆନ୍ଦୋଳନଠାରୁ ଦୂରେଇ ନେବା ପାଇଁ କେନ୍ଦ୍ର ସରକାର ଏକପ୍ରକାର ସଫଳ ହୋଇଛି। ଏହି ଯୁବପିଢ଼ି କେଉଁଭଳି ଭାବେ ଦେଶ ବିରୋଧରେ କାର୍ଯ୍ୟ କରିଛନ୍ତି, ତାହା କୌଣସି ଜାଗାରେ ସ୍ପଷ୍ଟ କରାଯାଇ ନାହିଁ। ସରକାର ଏବେ ଟୁଲ୍‌କିଟ୍‌, ଟୁଇଟର ଏବଂ ଅନ୍ୟ କେତେକ ସୋସିଆଲ୍‌ ମିଡିଆ ମଞ୍ଚ ସମେତ କେତେ ଜଣ ଅନ୍ତର୍ଜାତୀୟ ବ୍ୟକ୍ତିବିଶେଷକଙ୍କ ନାମକୁ ଏହି ଦ୍ୱନ୍ଦ୍ୱ ଭିତରକୁ ଟାଣିଆଣି ମୂଳ ପ୍ରସଙ୍ଗକୁ ଗୌଣ କରି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri