Posted inଜାତୀୟ

୨୫ ବର୍ଷରେ ୬ ଥର ଦଳ ବଦଳ ପରେ ନିଜର ପାର୍ଟି ଗଠନ କରିଥିଲେ ମୁଲାୟମ…

ନୂଆଦିଲ୍ଲୀ,୧୦।୧୦ : ମୁଲାୟମ ସିଂ ଯାଦବ ନିଜ ରାଜନୈତିକ ଜୀବନରେ ୨୫ ବର୍ଷରେ ୬ ଥର ଦଳ ବଦଳ କରିବପରେ ନିଜର ପାର୍ଟି ଗଠନ କରିଥିଲେ। ୧୯୬୭ ମସିହାରେ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ଟିକେଟରେ ମୁଲାୟମ ସିଂ ଯାଦବ ପ୍ରଥମ ଥର ପାଇଁ ଜିତିଥିଲେ। ୧୯୬୯ ବିଧାନସଭା ନିର୍ବାଚନରେ ମୁଲାୟମ ସଂୟୁକ୍ତ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା। ୧୯୭୪ ବିଧାନସଭା ନିର୍ବାଚନରେ ମୁଲାୟମ ଦ୍ୱିତୀୟ ଥର ପାଇଁ ଭାରତୀୟ କ୍ରାନ୍ତି ଦଳର ଟିକେଟରେ ବିଧାୟକ ହୋଇଥିଲେ। ୧୯୭୭ ବିଧାନସଭା ନିର୍ବାଚନରେ ସେ ଜନତା ଦଳର ଜଣେ ବିଧାୟକ ହୋଇଥିଲେ। ଏହି ବିଜୟ ସହିତ ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ।

୧୯୮୦ ବିଧାନସଭା ନିର୍ବାଚନରେ ମୁଲାୟମଙ୍କୁ ଦ୍ୱିତୀୟ ଥର ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ନିର୍ବାଚନରେ ମୁଲାୟମ ଚୌଧୁରୀ ଚରଣ ସିଂଙ୍କ ଜନତା ପାର୍ଟି ସେକ୍ୟୁଲାର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୧୯୮୫ ବିଧାନସଭା ନିର୍ବାଚନରେ ମୁଲାୟମ ସିଂ ଯାଦବ ଚରଣ ସିଂଙ୍କ ଦଳ ଲୋକ ଦଳ ଏବଂ ୧୯୮୯ ରେ ଭିପି ସିଂଙ୍କ ଜନତା ଦଳ ଟିକେଟରେ ବିଧାନସଭାରେ ପହଞ୍ଚିଥିଲେ।

୧୯୯୦ ରେ ଯେତେବେଳେ କେନ୍ଦ୍ରରେ ଭିପି ସିଂଙ୍କ ସରକାରଙ୍କର ପତନ ହୋଇଥିଲା, ସେତେବେଳେ ମୁଲାୟମ ସିଂ ଚନ୍ଦ୍ରଶେଖରଙ୍କ ଜନତା ଦଳ (ସମାଜବାଦୀ) ରେ ଯୋଗ ଦେଇଥିଲେ। ଏପ୍ରିଲ ୧୯୯୧ ରେ ଯେତେବେଳେ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କଲା, ସେତେବେଳେ ମୁଲାୟମ ସିଂଙ୍କ ସରକାର ଭାଙ୍ଗିଯାଇଥିଲା। ୧୯୯୧ ରେ, ଉତ୍ତରପ୍ରଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଲାୟମ ସିଂ ଜନତା ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଏକ ବର୍ଷ ପରେ ୧୯୯୨ ରେ ମୁଲାୟମ ସମାଜବାଦୀ ପାର୍ଟି ଗଠନ କରିଥିଲେ। ୪ ଅକ୍ଟୋବର ୧୯୯୨ ରେ ମୁଲାୟମ ସିଂ ଯାଦବ ଲକ୍ଷ୍ନୌର ବେଗମ ହଜରତ ମହଲ ପାର୍କରେ ସମାଜବାଦୀ ପାର୍ଟି ଗଠନ ସମ୍ପର୍କରେ ଘୋଷଣା କରିଥିଲେ। ସମାଜବାଦୀ ପାର୍ଟିର କାହାଣୀ ମୁଲାୟମ ସିଂଙ୍କ ରାଜନୈତିକ ଯାତ୍ରା ସହିତ ଜାରି ରହିଥିଲା। ସେ ୫୦ ବର୍ଷ ବୟସରେ ରାଜ୍ୟର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ନଭେମ୍ବର ୧୯୯୩ରେ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। ରାଜ୍ୟରେ ଭଜପା ପୁନର୍ବାର କ୍ଷମତାକୁ ନ ଆସିବା ପାଇଁ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ସହିତ ମିଳିତ ହୋଇଥିଲେ। ସମାଜବାଦୀ ପାର୍ଟିର ଏହା ଥିଲା ପ୍ରଥମ ପ୍ରମୁଖ ପରୀକ୍ଷଣ। ବାବ୍ରି ମସଜିଦ ଭାଙ୍ଗିବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ବାତାବରଣରେ ମଧ୍ୟ ମୁଲାୟମଙ୍କ ଏହି ପରୀକ୍ଷଣ ସଫଳ ହୋଇଥିଲା। କଂଗ୍ରେସ ଏବଂ ଜନତା ଦଳ ସମର୍ଥନରେ ମୁଲାୟମ ସିଂ ପୁନର୍ବାର କ୍ଷମତାକୁ ଆସି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?