ଥାନାକୁ ଡାକି ପୋଲିସ ପିଟିବା ଘଟଣାକୁ ୭ଦିନ ବିତିଲା

ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି । ହେଲେ ଘଟଣାର ତଦନ୍ତ କରାଯାଇ ସବ୍‌ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଘଟଣାକୁ ରଫାଦଫା କରିବାକୁ ଚାପ ପଡୁଛି। ପୁଣି ଗିରଫ କରିବାର ଭୟ ଦେଖାଯାଉଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିଥିଲା ା ଉକ୍ତ ଘଟଣାର ସମାଧାନ ପାଇଁ ଗତ ୧୦ ତାରିଖରେ ଫତେଗଡ଼ ଥାନାର ସବ୍‌ଇନ୍ସପେକ୍ଟର ଅରୂପ ନାୟକ ଫୋନ ଯୋଗେ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ଥାନାକୁ ଡକାଇଥିଲେ । ସୁନିଲ ଥାନାରେ ପହଞ୍ଚି କେଶ କୋର୍ଟରେ ବିଚାରଧୀନ ରହିଥିବା ନିଜର ପକ୍ଷ ରଖିଥିଲେ ।
ତେବେ ସବ୍‌ଇନ୍ସପେକ୍ଟର କିଛି ନ ଶୁଣି ସ୍ବାମୀ ସ୍ତ୍ରୀ ଭଲରେ ଚଳିବ କହି ଅଭିଯୋଗର ସମାଧାନ ହୋଇଗଲା ବୋଲି କହିଥିଲେ।
ଏପରିକି ଏକ ନିଷ୍ପତ୍ତି ପତ୍ରରେ ଦସ୍ତଖତ ନେଇ ଯାଇ ବିବାଦ ନ କରିବାକୁ ପରାମର୍ଶ ଦେଇଥିଲେ। ପରେ ଥାନା ପଛପଟକୁ ଡାକି ପ୍ଲାଷ୍ଟିକ ପାଇପରେ ମାଡ଼ ମାରିଥଲେ । ପ୍ରତିବାଦ କରିବାରୁ ମିଥ୍ୟା କେଶରେ ଥାନାରେ ପୁରାଇ ଦେବେ ବୋଲି ଧମକ ଦେଇଥିଲେ। ଏନେଇ ନୟାଗଡ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଏପରି କି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ଏନେଇ ସୁନିଲ କୁହନ୍ତି, ସ୍ତ୍ରୀଙ୍କ ସହ ବିବାଦ ଘଟଣାରେ ପୂର୍ବରୁ ମୋ ନଁାରେ ମାମଲା ରହିଛି। ଯାହାକି କୋର୍ଟରେ ବିଚାରଧୀନ ରହିଛି। ଏଭଳି ସ୍ଥଳେ ପୁଣି ମୋତେ ଥାନାକୁ ଡକାଇ ସବ୍‌ଇନ୍ସପେକ୍ଟର ମାଡ ମାରିଲେ । ମୁଁ ଅଭିଯୋଗ କରିବାରୁ ମୋତେ ଓ ମୋ ପରିବାରକୁ ଫସାଇବାକୁ ଉଦ୍ୟମ କରାଯାଉଛି ।
ସବ୍‌ଇନ୍ସପେକ୍ଟରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଚାପ ପଡୁଛି ।
ପୁଣି ଆମ ନଁାରେ ମାମଲା ରୁଜୁକରି ଗିରଫ କରିବାକୁ ବାରମ୍ବାର ଧମକାଉଛନ୍ତି। ପୋଲିସର ଗୁଣ୍ଡାଗିରି ବିରୋଧରେ ଅଭିଯୋଗ କରିବା କ’ଣ ଭୁଲ। ଘଟଣାର ତଦନ୍ତ ହେବା ନିହାତି ଦରକାର କହି ସେ କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri