ଥାନାକୁ ଡାକି ପୋଲିସ ପିଟିବା ଘଟଣାକୁ ୭ଦିନ ବିତିଲା

ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି । ହେଲେ ଘଟଣାର ତଦନ୍ତ କରାଯାଇ ସବ୍‌ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଘଟଣାକୁ ରଫାଦଫା କରିବାକୁ ଚାପ ପଡୁଛି। ପୁଣି ଗିରଫ କରିବାର ଭୟ ଦେଖାଯାଉଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିଥିଲା ା ଉକ୍ତ ଘଟଣାର ସମାଧାନ ପାଇଁ ଗତ ୧୦ ତାରିଖରେ ଫତେଗଡ଼ ଥାନାର ସବ୍‌ଇନ୍ସପେକ୍ଟର ଅରୂପ ନାୟକ ଫୋନ ଯୋଗେ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ଥାନାକୁ ଡକାଇଥିଲେ । ସୁନିଲ ଥାନାରେ ପହଞ୍ଚି କେଶ କୋର୍ଟରେ ବିଚାରଧୀନ ରହିଥିବା ନିଜର ପକ୍ଷ ରଖିଥିଲେ ।
ତେବେ ସବ୍‌ଇନ୍ସପେକ୍ଟର କିଛି ନ ଶୁଣି ସ୍ବାମୀ ସ୍ତ୍ରୀ ଭଲରେ ଚଳିବ କହି ଅଭିଯୋଗର ସମାଧାନ ହୋଇଗଲା ବୋଲି କହିଥିଲେ।
ଏପରିକି ଏକ ନିଷ୍ପତ୍ତି ପତ୍ରରେ ଦସ୍ତଖତ ନେଇ ଯାଇ ବିବାଦ ନ କରିବାକୁ ପରାମର୍ଶ ଦେଇଥିଲେ। ପରେ ଥାନା ପଛପଟକୁ ଡାକି ପ୍ଲାଷ୍ଟିକ ପାଇପରେ ମାଡ଼ ମାରିଥଲେ । ପ୍ରତିବାଦ କରିବାରୁ ମିଥ୍ୟା କେଶରେ ଥାନାରେ ପୁରାଇ ଦେବେ ବୋଲି ଧମକ ଦେଇଥିଲେ। ଏନେଇ ନୟାଗଡ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଏପରି କି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ଏନେଇ ସୁନିଲ କୁହନ୍ତି, ସ୍ତ୍ରୀଙ୍କ ସହ ବିବାଦ ଘଟଣାରେ ପୂର୍ବରୁ ମୋ ନଁାରେ ମାମଲା ରହିଛି। ଯାହାକି କୋର୍ଟରେ ବିଚାରଧୀନ ରହିଛି। ଏଭଳି ସ୍ଥଳେ ପୁଣି ମୋତେ ଥାନାକୁ ଡକାଇ ସବ୍‌ଇନ୍ସପେକ୍ଟର ମାଡ ମାରିଲେ । ମୁଁ ଅଭିଯୋଗ କରିବାରୁ ମୋତେ ଓ ମୋ ପରିବାରକୁ ଫସାଇବାକୁ ଉଦ୍ୟମ କରାଯାଉଛି ।
ସବ୍‌ଇନ୍ସପେକ୍ଟରଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଚାପ ପଡୁଛି ।
ପୁଣି ଆମ ନଁାରେ ମାମଲା ରୁଜୁକରି ଗିରଫ କରିବାକୁ ବାରମ୍ବାର ଧମକାଉଛନ୍ତି। ପୋଲିସର ଗୁଣ୍ଡାଗିରି ବିରୋଧରେ ଅଭିଯୋଗ କରିବା କ’ଣ ଭୁଲ। ଘଟଣାର ତଦନ୍ତ ହେବା ନିହାତି ଦରକାର କହି ସେ କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri