ପୋଲ ଭାଙ୍ଗି ଦେଇ ବିଭାଗ ବର୍ଷେ ହେଲା ଚୁପ୍‌

କୁଜଙ୍ଗ,୧୫ା୨(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତର ବଡ଼ଙ୍ଗ ଓ ପାରିଅଙ୍ଗ ଗଁାକୁ ଲୁଣା ନଦୀ ଉପରେ ସଂଯୋଗ କରିଥିବା ପୋଲକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ଷେ ତଳୁ ଭାଙ୍ଗି ଦେଇଥିଲା। ନୂଆ ପୋଲ ନିର୍ମାଣ କରିବା ନଁାରେ ବିଭାଗ ଚୁପ ହୋଇ ବସିଛି। ଫଳରେ ନଦୀ ଉପରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ପାଦ ଚଲା ରାସ୍ତାରେ ୨ ଗ୍ରାମର ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବା ସହ ହନ୍ତସନ୍ତ ହେଉଛନ୍ତି।
ଲୁଣା ନଦୀ ଉପରେ ନିର୍ମିତ ପୋଲକୁ ୨୦୨୨ ଏପ୍ରିଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାଙ୍ଗି ନୂତନ ପୋଲ ନିର୍ମାଣ ପାଇଁ ଯୋଜନା କରିଥିଲା। ଏଥି ନିମନ୍ତେ ପାଖାପାଖି ୧୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ କାମ ଆରମ୍ଭ ପୂର୍ବରୁ ମୃତ୍ତିକା ପରୀକ୍ଷାରେ ଦେଖାଗଲା ଯେ, ସେ ସ୍ଥାନରେ ଅଧିକ ପଙ୍କ ଅଛି। ଯଦି ଏହି ବ୍ୟୟ ଅଟକଳ ଓ ଡ୍ରଇଂ ଅନୁସାରେ ପୋଲ କରାଯାଏ ତାହା ହେଲେ ପୋଲର ସ୍ଥାୟିତ୍ୱ ରହିବ ନାହିଁ। ତେଣୁ ବିଭାଗ ପୁନର୍ବାର ଏକ ପୋଲର ନକ୍ସା କରି ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପଠାଇ ଥିଲା। ନକ୍ସା ମଞ୍ଜୁରୀ ପରେ ପ୍ରାୟ ୪ ମାସ ତଳୁ ୨ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳର ଏକ ପ୍ରସ୍ତାବ ମୁଖ୍ୟଯନ୍ତ୍ରୀଙ୍କ ମଞ୍ଜୁରୀ ନିମନ୍ତେ ପଠାଯାଇଥିଲେ ବି ତାହା ଆଜିଯାଏ ମଞ୍ଜୁର ମିଳିନାହିଁ। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଜୟନ୍ତ କୁମାର ପୃଷ୍ଟିଙ୍କୁ ପଚାରିବାରେ ମାତ୍ର ୧୫ ଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି। ବଡ଼ଙ୍ଗ ପୋଲ ସଂକ୍ରାନ୍ତରେ ଖବର ପାଇଲା ପରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଜାଣିବାକୁ ପାଇଲି ଏଷ୍ଟିମେଟ୍‌ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଯାଇଛି। ହେଲେ ଅଦ୍ୟାବଧି ମଞ୍ଜୁରୀ ମିଳିନାହିଁ। ଆଗାମୀ ସପ୍ତାହକ ମଧ୍ୟରେ ଏଷ୍ଟିମେଟ୍‌ର ମଞ୍ଜୁରୀ ମିଳିବା ଲାଗି ବୋଲି ସେ ପଦକ୍ଷେପ ନେବେ। ପରେ ଟେଣ୍ଡର କରାଯାଇ କାମ ହେବ। ସୂଚନାଯୋଗ୍ୟ, ୨୦୨୨ ବର୍ଷା ଋତୁରେ ଜନସାଧାରଣ ପୋଲ ନ ଥିବାରୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ପିଲାଙ୍କୁ ସେହି ବିପଦ ସଙ୍କୁଳ ରାସ୍ତାରେ ସ୍କୁଲ୍‌କୁ ଛାଡିବାକୁ ଅଭିଭାବକ ରାଜି ହୋଇ ନ ଥିଲେ। ଗ୍ରାମରେ କୌଣସି ରୋଗୀଙ୍କୁ ନେବାକୁ ହେଲେ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଆଗକୁ ବର୍ଷାଦିନ ଆସୁଛି। ଭରା ନଦୀରେ ଅସ୍ଥାୟୀ ରାସ୍ତା ରହିବ ନାହିଁ। ତେଣୁ ଯଥାଶୀଘ୍ର ପୋଲ ନିର୍ମାଣ କରିବାକୁ ନାଏବ ସରପଞ୍ଚ ସମରେନ୍ଦ୍ର ପ୍ରଧାନ, ପବିତ୍ର ନାୟକ, ସୁଦର୍ଶନ ବାରିକ ଓ ପ୍ରକାଶ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ବିଭାଗ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନ ନିଏ ତେବେ ଗ୍ରାମବାସୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri