ଭାଜପା ପରେ ବିଜେଡିର ପାଲଟା ଅଭିଯୋଗ, ପିଲାଙ୍କୁ ରାଜନୈତିକ କାମରେ ଲଗାଉଛି ଭାଜପା

ଭୁବନେଶ୍ୱର,୧୪।୭(ସୁନିତ୍‌ ମିଶ୍ର): ରାଜନୈତିକ କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କୁ ସାମିଲ କରାଯିବା ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସୋମବାର ବିଜେଡିର ଏକ ମହିଳା ପ୍ରତିନିଧି ଦଳ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କୁ ଭେଟି ଭାଜପା ବିରୋଧରେ ଅଭିଯୋଗ କରିଛି। ବିଜେଡି କହିଛି, ଗତ ରବିବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଭାଜପାରେ ଯୋଗ ଦେଲେ। ସିଏ ଯେଉଁ ଶୋଭାଯାତ୍ରା ଆଣିକି ଆସିଲେ ଏବଂ ଯେଉଁଠି ମିଶ୍ରଣ ପର୍ବ ହେଲା ସେଠାରେ ଛୋଟ ପିଲାମାନେ ସାମିଲ ଥିଲେ। ସେହି ପିଲାମାନଙ୍କୁ ଶାସକ ଦଳର ଟୋପି, ଉତ୍ତରୀୟ ମଧ୍ୟ ପିନ୍ଧାଯିବା ସହିତ ପ୍ଲାକାର୍ଡ ଓ ବ୍ୟାନର ହାତରେ ଧରାଇ ଦିଆଯାଇଥିଲା। ଛୋଟ ପିଲାମାନଙ୍କୁ ଭାଜପା ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଛି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆୟୋଗ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଯେଉଁ ବଡ଼ ନେତାମାନେ ଥିଲେ ଏବଂ ପ୍ରଭାତ ବିଶ୍ୱାଳଙ୍କୁ ନୋଟିସ୍‌ ଜାରି କରିବା ଲାଗି ଆୟୋଗ ନିକଟରେ ବିଜେଡି ପ୍ରତିନିଧି ଦଳ ଦାବି କରିଛି। ଭାଜପା ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛିି। ଝାରସୁଗୁଡ଼ାରେ ଛୋଟ ପିଲାମାନଙ୍କୁ ନେଇ ଯେଉଁଭଳି ଆନ୍ଦୋଳନ କରୁଥିଲେ ସେଥିରେ ଦୋଷ ସ୍ବୀକାର କରି ରାଜ୍ୟବାସୀଙ୍କୁ ବିଜେଡି କ୍ଷମା ମାଗୁ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜୁ ଛାତ୍ର ଜନତା ଦଳ ସଭାପତି ଈପ୍ସିତା ସାହୁଙ୍କ ନେତୃତ୍ୱରେ ଝାରସୁଗୁଡ଼ାଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଆନ୍ଦୋଳନ କରାଯାଉଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ପୋଷାକ ପରିଧାନ କରିଥିବା ଛୋଟ ପିଲାମାନେ ସେଥିରେ ସାମିଲ ଥିବା ନଜରକୁ ଆସିଥିଲା, ତାହାକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ସେହି ଘଟଣାରେ ଅଧ୍ୟକ୍ଷା ବବିତା ପାତ୍ର ନିର୍ଦ୍ଦେଶ ଦେଇଥିଲେ, ବିଜେଡି ନେତାଙ୍କୁ ନୋଟିସ୍‌ ପଠାଯିବ। ନୋଟିସ୍‌ ପହଞ୍ଚିବାର ୭ ଦିନ ଭିତରେ ପ୍ରଶାସନ ଆକ୍ସନ ଟେକେନ ରିପୋର୍ଟ ଜଣାଉ। ବବିତା ପାତ୍ର ଆହୁରି କହିଛନ୍ତି, ସାମାଜିକ ଗଣମାଧ୍ୟମରେ ନଜରକୁ ଆସିଥିଲ। ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତ୍ରୀମାନେ ନାଚୁଥିଲେ ଏବଂ ସେଠାରେ କୁଶପୁତ୍ତଳିକାରେ ନିଆଁ ଲାଗିଥିବା ବେଳେ ପିଲାମାନେ ସ୍କୁଲ ଡ୍ରେସ୍‌ ପିନ୍ଧି ଥିଲେ। ତେଣୁ କମିଶନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇ ସାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

୧୮ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହସିଲେ ସ୍ବାସ୍ଥ୍ୟମନ୍ତ୍ରୀ? ସାମ୍ବାଦିକ ସମ୍ମିଳନୀରେ କହିଲେ, ‘ବିରତି ପରେ ଦେବେ ଉତ୍ତର’

ଜୟପୁର,୧୪।୭: ରାଜସ୍ଥାନର ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ ଖିନଭସାରଙ୍କ ଠାରୁ ପ୍ରାୟ ଅଠର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଏବଂ ରାଜ୍ୟର ପ୍ରାୟ ପଚାଶ ଜଣଙ୍କ ଗୁରୁତର ଅସୁସ୍ଥତା ସମ୍ପର୍କରେ…

ଆମେରିକା ସହ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଭାରତ? ପ୍ରତିକ୍ରିୟା ରଖିଲେ ଟ୍ରମ୍ପଙ୍କ ପ୍ରତିନିଧି ସେର୍ଗିଓ ଗୋର୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୭: ଭାରତ ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିବା ରିପୋର୍ଟ ସମ୍ପର୍କରେ ଭାରତ ଏବଂ ଆମେରିକା ଉଭୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।…

ସ୍ମାର୍ଟଫୋନ ବଜାରରେ ଏଆଇ କ୍ରେଜ୍‌, ସାମ୍ନାକୁ ଆସିଲା ଚମକାଇବା ଭଳି ତଥ୍ୟ

ନୂଆଦିଲ୍ଲୀ,୧୪।୭: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଏବେ କେବଳ ସ୍ମାର୍ଟଫୋନର ଏକ ଫିଚର୍‌ ହୋଇ ରହିନାହିଁ ବରଂ ଏହା ଭାରତୀୟ ଗ୍ରାହକଙ୍କ କିଣିବା ନିଷ୍ପତ୍ତିକୁ ମଧ୍ୟ ପ୍ରଭାବିତ କରୁଛି।…

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ହର୍ମୁଜ ଦେଇ ଯାଉଥିବା ଜାହାଜ ଉପରେ ୨୦% ଟିକସ ଲଗାଇବା ପାଇଁ ଯୋଜନା ଘୋଷଣା କଲା ଆମେରିକା; ଇରାନ କହିଲା -‘ଟ୍ରମ୍ପ ସମ୍ପୂର୍ଣ୍ଣ ଠିକ…’

ତେହରାନ,୧୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ 20% ଟିକସ ଘୋଷଣା ଉପରେ ଇରାନ ପ୍ରତିଆକ୍ରମଣ କରିଛି।…

ଅଶାନ୍ତ ମିଡଲ ଇଷ୍ଟ: ତେଲ ଟ୍ୟାଙ୍କର ଉପରେ ଆକ୍ରମଣରେ ଭାରତୀୟ ମୃତ

ତେହରାନ,୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ଏବେ ସମଗ୍ର ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ପରି ମନେ ହେଉଛି। ଏହା ମଧ୍ୟରେ, ସଂଯୁକ୍ତ ଆରବ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri