Posted inଜାତୀୟ

ବିରୋଧୀ ଦଳ ନେତା ହେବା ପରେ ବଦଳିଗଲା ଅନ୍ଦାଜ, ଦେଶୀ ଲୁକ୍‌ରେ ନଜର ଆସିିଲେ ରାହୁଲ

ନୂଆଦିଲ୍ଲୀ,୨୬।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ବିରୋଧୀ ଦଳର ନେତା ହୋଇଛନ୍ତି। ତେବେ ମଙ୍ଗଳବାର ଏନେଇ ଘୋଷଣା ହେବା ପରେ ଆଜି ତାଙ୍କୁ କିଛି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ସବୁବେଳେ କାଜୁଆଲ ଲୁକରେ ଦେଖାଯାଉଥିବା ରାହୁଲ ବୁଧବାର ସଂସଦରେ ଅଲଗା ଲୁକ୍‌ରେ ନଜର ଆସିଥିଲେ। ରାହୁଲ ସବୁବେଳେ ଧଳା ଟି-ସାର୍ଟ ଏବଂ ଜିନ୍ସରେ ନଜର ଆସନ୍ତି କିନ୍ତୁ ଆଜି ସେ ଦେଶୀ ଲୁକ୍‌ରେ ଅର୍ଥାତ କୁର୍ତ୍ତା ଏବଂ ପାଇଜାମାରେ ନଜର ଆସିଥିଲେ। ତାଙ୍କ ଲୁକ୍‌କୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। କାରଣ ମଙ୍ଗଳବାର ଏମପି ଭାବେ ଶପଥ ଗ୍ରହଣ ସମୟରେ ରାହୁଲ ଟି-ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ।

ରାହୁଲ ଗାନ୍ଧୀ ୧୮ତମ ଲୋକ ସଭାରେ ବିରୋଧୀ ଦଳର ନେତା ହୋଇଛନ୍ତି। ଏହାପୂର୍ବରୁ ରାହୁଲ ସଂସଦ ବାହାରେ ଅନେକ ସମୟରେ ସମାନ କାଜୁଆଲ ଲୁକରେ ନଜର ଆସିଛନ୍ତି। ଭାରତ ଯୋଡୋ ଯାତ୍ରା ହେଉ, କି ନ୍ୟାୟ ଯାତ୍ରା, କଂଗ୍ରେସ ମୁଖ୍ୟାଳୟ କିମ୍ବା ସାମ୍ବାଦିକ ସମ୍ମିଳନୀ ରାହୁଲ ଗାନ୍ଧୀ ସବୁବେଳେ ଧଳା ଟି-ସାର୍ଟରେ ନଜର ଆସନ୍ତି। ତାଙ୍କୁ ଏହି ବିଷୟରେ ଅନେକ ଥର ପ୍ରଶ୍ନ ମଧ୍ୟ କରାଯାଇଥିଲା। ଏହାକୁ ନେଇ ରାହୁଲ କୁହନ୍ତି, ସବୁବେଳେ ‘ଧଳା ଟି-ସାର୍ଟ’ ପିନ୍ଧିବାର କାରଣ ଏହି ଟି-ସାର୍ଟ ମୋ ପାଇଁ ସ୍ବଚ୍ଛତା, ନିଷ୍ଠା ଏବଂ ସରଳତାର ପ୍ରତୀକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri