ମାସେ ଗଲାନି, ରାସ୍ତାରୁ ଉଠିଗଲା ପିଚୁ

ପୋଟେରୁ,୧ା୫(ଡି.ଏନ୍‌.ଏ.): ମାସେ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ହୋଇଥିଲା। ମାତ୍ର ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ମାସେ ଗଲାନି, ରାସ୍ତାରୁ ପିଚୁ ଉଠି ଏହା ନଷ୍ଟ ହୋଇଗଲାଣି। ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠି ମୋରମ୍‌ ଦେଖାଗଲାଣି। କାର୍ଯ୍ୟ କରୁଥିବା ଠିକାଦାର ଗୋଟିଏ ରାତି ମଧ୍ୟରେ ତରବରରେ ଅତି କମ ପିଚୁ ମିଶ୍ରିତ ବିଜୁରିରେ ରାସ୍ତା କରି ରୋଲିଂ ନ କରିବାରୁ ଏବେ ରାସ୍ତାର ଅବସ୍ଥା ଏପରି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ପକ୍ଷରୁ ଏମ୍‌ପିଭି-୫ ଗ୍ରାମଠାରୁ ଭାୟା କୁମ୍ଭାଗୁଡା ପର୍ଯ୍ୟନ୍ତ ୨.୧୦୦ କିମି ପିଚୁ ରାସ୍ତା ଉନ୍ନତୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଲକ୍ଷାଧିକ ଟଙ୍କାର ଟେଣ୍ଡରକୁ ପ୍ରମୋଦ ସ୍ବାଇଁ ନାମକ ଠିକାଦାର କାର୍ଯ୍ୟ କରିବାକୁ ଦାୟିତ୍ୱ ନେଇଥିଲେ। ତେବେ ଠିକ୍‌ ରୂପେ କାର୍ଯ୍ୟ ନ କରି ଅତି ନମ୍ନମାନର କାମ କରିଥିବାରୁ ରାସ୍ତା ନିର୍ମାଣର ମାସେ ମଧ୍ୟ ଗଲାନି। ରାସ୍ତା ସାରା ଫାଟ ସୃଷ୍ଟି ହେବା ସହ ରାସ୍ତା ଉପରୁ ପିଚୁ,ବଜୁରି ସବୁ ଉଠିଗଲାଣି। ଏହି ରାସ୍ତାଦେଇ କୌଣସି ଭାରି ଯାନ ଯାତାୟାତ କରୁନି। ନଚେତ୍‌ ବର୍ତ୍ତମାନ ରାସ୍ତା ସବୁ ନଷ୍ଟ ହୋଇସାରନ୍ତାଣି। ପୁରୁଣା ରାସ୍ତା ଉପରେ ଅଳ୍ପ ପରିମାଣର ପିଚୁ ଦେଇ ରାସ୍ତା କାର୍ଯ୍ୟ କରାଯାଇଥିବାରୁ ଏପରି ଅବସ୍ଥାହୋଇଛି। ଗୋଡରେ ଆଡେଇ ଦେଲେ ପିଚୁ ଉଠି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଆର୍‌ଡି ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, ସେ ନୂତନ ଭାବେ ଏଠାରେ ଯୋଗ ଦେଇଛନ୍ତି। ଏହି କାମ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri