ନିର୍ମାଣର ମାସକ ପରେ ୧୫ ସ୍ଥାନରେ ତାଳି ପଡ଼ିଲା

ଚଣ୍ଡିଖୋଲ,୩ା୬(ଡି.ଏନ୍‌.ଏ.): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡରେ ରହିଛି ବାଲିଚନ୍ଦ୍ରପୁର-ବେଣିପୁର ରାସ୍ତା। ଏହି ରାସ୍ତା ୧୦ କି.ମି. ୨ ମିଟର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। କେବଳ ରାସ୍ତାର ଉନ୍ନତୀକରଣ ନିମନ୍ତେ ପିଚୁକାର୍ଯ୍ୟ କରିବାକୁ ଏତେ ପରିମାଣର ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି, ଯାହାକି ୧ କିଲୋମିଟର ପିଛା ୨ କୋଟିରୁ ଊର୍ଦ୍ଧ୍ୱ ହେବ। ହେଲେ ରସ୍ତା ନିର୍ମାଣ ଶେଷ ହେବାର ମାସକ ପରେ ତାହା ଭାଙ୍ଗିବା ଓ ଦବିବା ଆରମ୍ଭ ହୋଇଛି। ସେଥିପାଇଁ ରାସ୍ତାର ଟିଗିରିଆ, ଖଡ଼ଗପୁର, ଗଜେନ୍ଦ୍ରପୁର ଓ କଳାଶ୍ରୀ ନିକଟରେ ପାଖାପାଖି ୧୫ଟି ସ୍ଥାନରେ ତାଳି ପଡ଼ିବା କାର୍ଯ୍ୟ ଚାଲିଛି। ଫଳରେ ଏହାକୁ ନେଇ ରାସ୍ତା କାର୍ଯ୍ୟରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ରାସ୍ତାକୁ ୨ ଭାଗରେ ବିଭକ୍ତ କରାଯାଇ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ୍‌ ଟେଣ୍ଡର କରିଥିଲା।
କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତା ପାଇଁ ୯ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ପାଇଁ ୧୨ କୋଟି ୮୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨ ଠିକା କମ୍ପାନୀ ଏହି ରାସ୍ତା ନବୀକରଣ ଦାୟିତ୍ୱ ନେଇଥିଲେ। ସେଥିମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ୫ କି.ମି. ୫୦୦ ମିଟର ରାସ୍ତା ନିର୍ମାଣ ସରିଥିବାବେଳେ ୨ୟ ପର୍ଯ୍ୟାୟରେ କଳାଶ୍ରୀଠାରୁ ବେଣିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ଏବେ କଳାଶ୍ରୀଠାରୁ ବେଣିପୁର ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତା ବାରମ୍ବାର ଭାଙ୍ଗିବା ସହିତ ତାଳିପଡ଼ିବା ଆରମ୍ଭ ହୋଇଛି। ୨୦୧୯ରେ ଏହି ରାସ୍ତା କେନ୍ଦ୍ରାପଡ଼ା ଜଳ ସମ୍ପଦ ଡିଭିଜନ ଅଧୀନରେ ଥିଲା। ରାସ୍ତାର ଲମ୍ବ ୧୦ କି.ମି. ୨୦୦ ମିଟର ଥିବାବେଳେ ପୂର୍ତ୍ତ ବିଭାଗ ଏହାକୁ ୧୧ କି.ମି. ୨୦୦ ମିଟର କରି ଟେଣ୍ଡର କରିଛି, ଯାହାକି ଗୋଟିଏ କିଲୋମିଟର ରାସ୍ତାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି।
ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତାରେ ମାଟି ପକାଇବାରେ କିଛି ଦୋଷ ରହିଯାଇଛି, ଯେଉଁଥି ପାଇଁ ବାରମ୍ବାର ରାସ୍ତା ଦବୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri