ପୋଲିସ-ପ୍ରଶାସନ ଯାଞ୍ଚ ଢିଲା: ୪ ଦିନିଆ ସଟ୍‌ଡାଉନ୍‌ ପରେ ବ୍ରହ୍ମପୁରରେ ଅସମ୍ଭାଳ ଭିଡ

ବ୍ରହ୍ମପୁର ଅଫିସ , ୧।୭ – ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ପାର ହୋଇ ସାରିଲାଣି । ଏଭଳି ସାଙ୍ଘାତିକ ସ୍ଥିତିକୁ ନଜରରେ ରଖି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମହାନଗରରେ ଗତ ଶନିବାର ଠାରୁ ୪ ଦିନିଆ ସଟଡାଉନ ଘୋଷଣା କରିଥିଲେ। ଗତକାଲି ତାରି ଅବଧି ସରିଥିଲା। ବୁଧବାର ସକାଳୁ ସକାଳୁ ବ୍ରହ୍ମପୁର ସହରର ବିଭିନ୍ନ ଛକରେ ଲୋକଙ୍କ ଅକଥନୀୟ ଭିଡ ଦେଖିବାକୁ ମିଳିଥିଲା। ବଜାରରେ ଆଗକୁ କୌଣସି ସାମଗ୍ରୀ ମିଳିବ ନାହିଁ ତାହା ଭାବି ଲୋକେ ବିଭିନ୍ନ ବଜ଼ାର, ଭେଣ୍ଡିଂ ଜୋନ୍‌, ତେଜରାତି ଦୋକାନ, ଫଳ ଦୋକାନ , ଡ୍ରେସ ଦୋକାନ ,ଖେଳ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ,ବହି ଦୋକାନ ପ୍ରଭୁତି ରେ ବୁଧବାର ଅସମ୍ଭାଳ ଭିଡ଼ ଲାଗି ରହିଥିଲା। ସେହିପରି ବୁଧବାର ବଡ଼ ଏକାଦଶୀ ଥିବାରୁ ସକାଳୁ ସକାଳୁ ମନ୍ଦିର ବାହାରେ ଭକ୍ତଙ୍କ ପ୍ରବଳ ଭିଡ ଜମି ରହିଥିଲା। ଦେଖିବାକୁ ମିଳିଥିଲା ସତେ ଯେମିତି ସମସ୍ତେ ଭୁଲି ଯାଇଥିଲେ ସାମାଜିକ ଦୂରତାକୁ। ଜିଲାରେ ୬ଟି ସର୍ତ୍ତରେ ଦୋକାନୀମାନଙ୍କୁ କରୋନା କଟକଣା କାର୍ଯ୍ୟକାରୀ କରିବାକୁ ଜିଲାପାଳ ସତର୍କ କରାଇଦେଇଛନ୍ତି ।
ଦିନକୁ ଦିନ ବ୍ରହ୍ମପୁର ସହରରେ କରୋନା ପଜେଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ସହରରେ ମୋଟ ୩୫ଟି ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ମହାନଗର ନିଗମ ତରଫରୁ ମ୍ୟାପ ଜରିଆରେ ସୂଚନା ଦେଇଥିଲା। ଏପରିକି ଅତ୍ୟନ୍ତ ସମ୍ବେଦନଶୀଳ ୬ଟି ସାହିକୁ ନିଷିଦ୍ଧାଞ୍ଚାଳ ଘୋଷଣା କରାଯାଇଛି । ବ୍ରହ୍ମପୁର ସହରରେ କରୋନା ଯୋଦ୍ଧା ଡାକ୍ତର, ନର୍ସ ସ୍ବାସ୍ଥ୍ୟକର୍ମୀ ,ପୋଲିସ ସମେତ ସାଧାରଣ ଲୋକ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ସମସ୍ତଙ୍କୁ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଛି। ଅନ୍ୟପଟେ ଜିଲାରେ ଅଦ୍ୟାବଧି ୧୪୭୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିସାରିଲାଣି। ଲୋକେ ନିଜେ ସଚେତନ ଓ ସତର୍କ ରହିଲେ ହିଁ କରୋନା ସଂକ୍ରମଙ୍କୁ ବ୍ୟାପକ ହେବାରୁ ରୋକିହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ପୋଲିସ ଓ ପ୍ରଶାସନ ତରଫରୁ ସହରରେ ଯାଞ୍ଚ କଡାକଡି କରାଯାଉଥିଲେ ମଧ୍ୟ ଲୋକମାନଙ୍କର ଅସମ୍ଭାଳ ଭିଡକୁ ରୋକିବାରେ ଢିଲା ରହିଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

ଘଡ଼ଘଡ଼ି ସହ ଛେଚିବ ବର୍ଷା: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୮ା୧୦(ସୌମ୍ୟରଞ୍ଜନ ରାଉତ):ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ…

ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ପ୍ରଭାବ: ଦାରିଙ୍ଗବାଡ଼ିରେ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି, ୮।୧୦ (ଅରୁଣ ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକରେ ଦେଖିବାକୁ ମିଳିଛି।…

ଅମଳ ପୂର୍ବରୁ ଚାଷୀମୁଣ୍ଡରେ ଚଡ଼କ: ଧାନ ଫସଲରେ ରୋଗପୋକ, ମଉଳି ଯାଉଛି ଅମଳ ଆଶା

ବରଗଡ଼,୮ା୧୦(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି ବୋଲି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ସମସ୍ୟା ଏଠାରେ ସାଧାରଣରେ…

ବରଗଡ଼ରେ ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ: ଗାଡ଼ି ଚଳାଚଳ ଠପ୍‌

ବରଗଡ଼,୮।୧୧(ପ୍ରେମାନନ୍ଦ ଖମାରୀ): ଗୁରୁବାର ଓଡ଼ିଶା ବନ୍ଦ ଡାକରାକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଠପ ପଡିଥିବା…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?