ପୋଲିସ-ପ୍ରଶାସନ ଯାଞ୍ଚ ଢିଲା: ୪ ଦିନିଆ ସଟ୍‌ଡାଉନ୍‌ ପରେ ବ୍ରହ୍ମପୁରରେ ଅସମ୍ଭାଳ ଭିଡ

ବ୍ରହ୍ମପୁର ଅଫିସ , ୧।୭ – ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇ ଅଙ୍କ ପାର ହୋଇ ସାରିଲାଣି । ଏଭଳି ସାଙ୍ଘାତିକ ସ୍ଥିତିକୁ ନଜରରେ ରଖି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମହାନଗରରେ ଗତ ଶନିବାର ଠାରୁ ୪ ଦିନିଆ ସଟଡାଉନ ଘୋଷଣା କରିଥିଲେ। ଗତକାଲି ତାରି ଅବଧି ସରିଥିଲା। ବୁଧବାର ସକାଳୁ ସକାଳୁ ବ୍ରହ୍ମପୁର ସହରର ବିଭିନ୍ନ ଛକରେ ଲୋକଙ୍କ ଅକଥନୀୟ ଭିଡ ଦେଖିବାକୁ ମିଳିଥିଲା। ବଜାରରେ ଆଗକୁ କୌଣସି ସାମଗ୍ରୀ ମିଳିବ ନାହିଁ ତାହା ଭାବି ଲୋକେ ବିଭିନ୍ନ ବଜ଼ାର, ଭେଣ୍ଡିଂ ଜୋନ୍‌, ତେଜରାତି ଦୋକାନ, ଫଳ ଦୋକାନ , ଡ୍ରେସ ଦୋକାନ ,ଖେଳ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ,ବହି ଦୋକାନ ପ୍ରଭୁତି ରେ ବୁଧବାର ଅସମ୍ଭାଳ ଭିଡ଼ ଲାଗି ରହିଥିଲା। ସେହିପରି ବୁଧବାର ବଡ଼ ଏକାଦଶୀ ଥିବାରୁ ସକାଳୁ ସକାଳୁ ମନ୍ଦିର ବାହାରେ ଭକ୍ତଙ୍କ ପ୍ରବଳ ଭିଡ ଜମି ରହିଥିଲା। ଦେଖିବାକୁ ମିଳିଥିଲା ସତେ ଯେମିତି ସମସ୍ତେ ଭୁଲି ଯାଇଥିଲେ ସାମାଜିକ ଦୂରତାକୁ। ଜିଲାରେ ୬ଟି ସର୍ତ୍ତରେ ଦୋକାନୀମାନଙ୍କୁ କରୋନା କଟକଣା କାର୍ଯ୍ୟକାରୀ କରିବାକୁ ଜିଲାପାଳ ସତର୍କ କରାଇଦେଇଛନ୍ତି ।
ଦିନକୁ ଦିନ ବ୍ରହ୍ମପୁର ସହରରେ କରୋନା ପଜେଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ସହରରେ ମୋଟ ୩୫ଟି ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ମହାନଗର ନିଗମ ତରଫରୁ ମ୍ୟାପ ଜରିଆରେ ସୂଚନା ଦେଇଥିଲା। ଏପରିକି ଅତ୍ୟନ୍ତ ସମ୍ବେଦନଶୀଳ ୬ଟି ସାହିକୁ ନିଷିଦ୍ଧାଞ୍ଚାଳ ଘୋଷଣା କରାଯାଇଛି । ବ୍ରହ୍ମପୁର ସହରରେ କରୋନା ଯୋଦ୍ଧା ଡାକ୍ତର, ନର୍ସ ସ୍ବାସ୍ଥ୍ୟକର୍ମୀ ,ପୋଲିସ ସମେତ ସାଧାରଣ ଲୋକ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ସମସ୍ତଙ୍କୁ ଗୋଷ୍ଠୀ ସଂକ୍ରମଣର ଚିନ୍ତା ଘାରିଛି। ଅନ୍ୟପଟେ ଜିଲାରେ ଅଦ୍ୟାବଧି ୧୪୭୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିସାରିଲାଣି। ଲୋକେ ନିଜେ ସଚେତନ ଓ ସତର୍କ ରହିଲେ ହିଁ କରୋନା ସଂକ୍ରମଙ୍କୁ ବ୍ୟାପକ ହେବାରୁ ରୋକିହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ପୋଲିସ ଓ ପ୍ରଶାସନ ତରଫରୁ ସହରରେ ଯାଞ୍ଚ କଡାକଡି କରାଯାଉଥିଲେ ମଧ୍ୟ ଲୋକମାନଙ୍କର ଅସମ୍ଭାଳ ଭିଡକୁ ରୋକିବାରେ ଢିଲା ରହିଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri