Posted inଫୁରସତ

୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ଦିଶପୁର୍‌: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି। ଆସାମର ଗୁଆହାଟୀର କେ ଗଁାରେ ରହୁଥିବା ରାୟ୍‌ ନାମକ ମଜୁରିଆ ସ୍କୁଟି କିଣିବା ପାଇଁ ୨୦୧୪ରୁ କିଛି କିଛି ଖୁଚୁରା ପଇସା ସରାଗାତରେ ଭରୁଥିଲେ। ସେଥିରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଏବଂ ୧୦ ଟଙ୍କା ରଖୁଥିଲେ। ଏବେ ଯେବେ ସେ ତାଙ୍କ ସରାଗାତକୁ ଭାଙ୍ଗି ଟଙ୍କା ସବୁ ଗଣିଥିଲେ। ସେତେବେଳେ ସରାଗାତରୁ ୧ ଲକ୍ଷ ୫୦ ହଜାର ଟଙ୍କା ଥିବା ଜାଣିବାକୁ ପାଇଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ସ୍ବପ୍ନର ସ୍କୁଟି କିଣିବାକୁ ଏକ ଶୋ’ ରୁମ୍‌କୁ ଗଲେ। ସେଠାରେ ଦୋକାନୀ ଏତେ ଟଙ୍କା ଦେଖି ପ୍ରଥମେ ନେବାକୁ ମନା କରିଦେଇଥିଲେ। କିନ୍ତୁ ସେ ଉକ୍ତ ବ୍ୟକ୍ତିଙ୍କୁ ଫେରାଇ ନ ଥିଲେ। ସେହି ଖୁଚୁରା ପଇସାକୁ ବ୍ୟାଙ୍କରେ ଦେଇଥିଲେ। ବ୍ୟାଙ୍କ ମଧ୍ୟ ଏତେ ଖୁଚୁରାକୁ ନେବାକୁ ମନା କରିଥିଲା। ସେ ସେହି ଦୋକାନୀ କିଛି ବ୍ୟବସ୍ଥା କରି ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ଏଥିସହ ଉକ୍ତ ବ୍ୟକ୍ତିଙ୍କ ସ୍ବପ୍ନ ପୂରଣ କରିବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri