୫ବର୍ଷ ପରେ ୫୭ଜଣଙ୍କୁ ମିଳିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’

ଭୁବନେଶ୍ୱର, ୨୩।୩(ବ୍ୟୁରୋ):ଦୀର୍ଘ ୫ବର୍ଷ ପରେ ଚଳିତବର୍ଷ ଦିଆଯିବ ‘ରାଜ୍ୟ ଶିକ୍ଷକ ପୁରସ୍କାର’। ୨୦୧୭ ବର୍ଷ ପାଇଁ ମନୋନୀତ ୫୭ଜଣ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଗୁରୁଦିବସରେ ନୁହେଁ କି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୁହେଁ, ଉତ୍କଳ ଦିବସରେ ଏହି ଶିକ୍ଷକଙ୍କୁ ଜିଲା ସ୍ତରରେ ପୁରସ୍କୃତ କରାଯିବ। ଏ ନେଇ ବିଭାଗ ପକ୍ଷରୁ ଚିଠି ହେବା ପରେ ପୁରସ୍କାର ପାଇଁ ଚାହିଁ ବସିଥିବା ଶିକ୍ଷକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ଶିକ୍ଷକଙ୍କ ମଧ୍ୟରୁ ୧୩ଜଣ ଅବସର ନେଇ ସାରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ‘ରାଜ୍ୟ ଶିକ୍ଷକ ପୁରସ୍କାର’କୁ ଜିଲାସ୍ତରରେ ଦିଆଯିବା ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପାଇବା ପରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରସ୍କାର ପାଇବାକୁ ଅପେକ୍ଷା କରିଥିବା ଶିକ୍ଷକ ରବୀନ୍ଦ୍ରନାଥ ବେହେରା ଦୁଃଖର ସହ କହିଛନ୍ତି, ୫ବର୍ଷ ପରେ ପୁରସ୍କାର ଦେଉଛନ୍ତି। ଏହା ରାଜ୍ୟ ପୁରସ୍କାର। ଜିଲାସ୍ତରରେ ଏମିତି ପୁରସ୍କାର ଦେବା ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ। ସରକାର ଆଉଥରେ ଚିନ୍ତା କରି ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମ କରି ପୁରସ୍କାର ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରତି ଜିଲାରୁ ୨ଜଣ ଶିକ୍ଷକଙ୍କୁ ‘ରାଜ୍ୟପାଳ ପୁରସ୍କାର’ ଦିଆଯାଏ। କିନ୍ତୁ ପରବର୍ତ୍ତୀ ସମୟରେ ତାହା ‘ରାଜ୍ୟ ଶିକ୍ଷକ ପୁରସ୍କାର’ ଭାବେ ନାମିତ ହେଲା। ଏଥିପାଇଁ ରାଜ୍ୟ ସରକାର ୨୦୧୭ରେ ନୂଆ ରିଜୋଲ୍ୟୁଶନ ଆଣିଥିଲେ। ଏହି ଅନୁସାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକମାନେ ପୁରସ୍କାର ପାଇଁ ଆବେଦନ କଲେ। ୨୦୧୭ବର୍ଷ ପାଇଁ ୫୭ଜଣ ଶିକ୍ଷକଙ୍କୁ ଏହି ରାଜ୍ୟ ଶିକ୍ଷକ ପୁରସ୍କାର ପାଇଁ ଚୟନ କରାଗଲା। ୨୦୧୮ ସେପ୍ଟେମ୍ବର ୫ରେ ଭୁବନେଶ୍ୱର ସୂଚନା ଭବନରେ ପୁରସ୍କାର ଦେବାକୁ ଡକାଗଲା। କିନ୍ତୁ ସକାଳେ ହଠାତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ବାତିଲ କରାଗଲା। ଫଳରେ ସମ୍ପୃକ୍ତ ଶିକ୍ଷକମାନେ ନିରାଶ ହୋଇ ଫେରିଥିଲେ। ଜଣେ ଘରୋଇ ସ୍କୁଲ ଶିକ୍ଷକ ହାଇକୋର୍ଟରେ ମାମଲା ରୁଜୁ କରିଥିବାରୁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଥିଲା। ଅଭିଯୋଗ ଥିଲା ଯେ, ଏହି ପୁରସ୍କାର ପାଇଁ ସମସ୍ତ ଶିକ୍ଷକ (ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ)ଙ୍କୁ ଆବେଦନ ପାଇଁ ଅନୁମତି ଦିଆଯାଉ। ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୋଗ ଯଥାର୍ଥ ଏବଂ ନୂଆ ରିଜୋଲ୍ୟୁଶନ ଆଣି ୨୦୧୮ରୁ ତାହା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ୨୦୧୭ ପାଇଁ ମନୋନୀତ ହୋଇଥିବା ଶିକ୍ଷକଙ୍କୁ ପୁରସ୍କାର ଦିଆଗଲା ନାହିଁ। ତେଣୁ ସେମାନେ ବି ହାଇକୋର୍ଟର ଆଶ୍ରୟ ନେଲେ। ୨୦୧୯ରେ ପୁରସ୍କାର ପାଇଁ ମନୋନୀତ ଶିକ୍ଷକ ରବୀନ୍ଦ୍ରନାଥ ବେହେରା ସରକାରଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କଲେ। ହାଇକୋର୍ଟ ଏହାର ଶୁଣାଣି କରି ୨୦୧୭ରେ ମନୋନୀତ ଶିକ୍ଷକଙ୍କୁ ତୁରନ୍ତ ପୁରସ୍କାର ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ। କିନ୍ତୁ ରାଜ୍ୟ ସରକାର ନା ସେମାନଙ୍କୁ ପୁରସ୍କାର ଦେଲେ ନା ନୂଆ ରିଜୋଲ୍ୟୁଶନ ଆଣି ଆବେଦନ ଗ୍ରହଣ କଲେ। ୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ କିଛି ହେଲା ନାହିଁ। ୪ବର୍ଷ ଶିକ୍ଷକ ପୁରସ୍କାର ବି ଦିଆଗଲା ନାହିଁ। ତେବେ ଗତବର୍ଷ ଏପ୍ରିଲ ୫ରେ ନୂଆ ରିଜୋଲ୍ୟୁଶନ ଅଣାଯିବା ସହ ୨୦୧୮ରୁ ୪ବର୍ଷ ପାଇଁ ଶିକ୍ଷକ ପୁରସ୍କାର ପାଇଁ ତାଲିକା ଦେବା ପାଇଁ ସବୁ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା। ଏଥିସହିତ ୨୦୧୭ ପାଇଁ ମନୋନୀତ ଶିକ୍ଷକଙ୍କ ତାଲିକା ପଠାଇବାକୁ ମଧ୍ୟ କୁହାଗଲା। ଗତବର୍ଷ ସେପ୍ଟେମ୍ବର ୫ରେ ରାଜ୍ୟସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯାଇଥାନ୍ତା। କିନ୍ତୁ ଅଧିକାଂଶ ଜିଲାରୁ ତାଲିକା ଆସି ନ ପାରିବାରୁ କୌଣସି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ହୋଇପାରିଲା ନାହିଁ। ଫଳରେ ୨୦୧୭ରୁ ମନୋନୀତ ୫୭ ଶିକ୍ଷକ ମଧ୍ୟ ପୁଣି ନିରାଶ ହେଲେ। ତେବେ ଚଳିତବର୍ଷ ସେହି ଶିକ୍ଷକଙ୍କୁ ପୁରସ୍କାର ଦେବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଆସନ୍ତା ଉତ୍କଳ ଦିବସରେ ଜିଲା ସ୍ତରରେ ସେମାନଙ୍କୁ ପୁରସ୍କାର ଦେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି କରାଯାଇଛି। ଏହାକୁ ନେଇ ପୁଣି ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri