୪ବର୍ଷ ପରେ ମାଆ କୋଳରେ ଝିଅ

ସମ୍ବଲପୁର,୩ା୧୨(ବ୍ୟୁରୋ): ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ୫ବର୍ଷର ଶିଶୁକନ୍ୟା ମା’ଠାରୁ ଦୂରେଇ ସମ୍ବଲପୁର ଚାଲିଆସିଥିଲା। ଲାଳନପାଳନ ସମୟରେ ମାଆର ମମତା ପାଇବାରୁ ବଞ୍ଚତ୍ତ ହୋଇଥିଲା ଶିଶୁକନ୍ୟା। ହେଲେ ମାଆର ମମତାରେ ରହିଛି ଆଲୌକିକ ଶକ୍ତି। ପିଲା ଯେତେ ଦୂରରେ ଥିଲେ ମଧ୍ୟ ମା’ ପାଖକୁ ଟାଣି ଆଣିଥାଏ। ପ୍ରାୟ ସାଢେ ୪ବର୍ଷର ବିଚ୍ଛେଦ ପରେ ମାଆ କୋଳକୁ ଫେରିଆସିଛି ଝିଅ। ଉଭୟେ ପରସ୍ପରକୁ ଦେଖିବା ପରେ ଆଖିରୁ ଝରିଆସିଥିଲା ଖୁସିର ଲୁହ। ଝିଅକୁ କୋଳେଇ ଧରି ମାଆ ଅଜାଡି ଦେଇଥିଲା ସ୍ନେହ। ଶୁକ୍ରବାର ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା ସମ୍ବଲପୁର ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) କାର୍ଯ୍ୟାଳୟରେ। ସମସ୍ତ ଆଇନଗତ ପକ୍ରିୟା ଶେଷ ହେବା ପରେ ଅଧିକାରୀମାନେ ମାଆ ରୁନୁ ନାଏକଙ୍କୁ ନାବାଳିକା ଝିଅକୁ ହସ୍ତାନ୍ତର କରିଛନ୍ତି। ପରେ ସେମାନେ ବେଶ୍‌ ଖୁସିରେ ଘରକୁ ଫେରିଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲା ଯଶିପୁର ଗ୍ରାମର ରୁନୁଙ୍କୁ ଅନୁଗୋଳ ଜିଲା ଜରପଡାର ଟୁନା ନାୟକ ୨୦୧୩ ମସିହାରେ ବିବାହ କରିଥିଲେ। ବିବାହର କିଛିଦିନ ପର୍ଯ୍ୟନ୍ତ ଦମ୍ପତି ଭଲରେ ରହିଥିଲେ। ସମୟକ୍ରମେ ସେମାନେ ଦୁଇ କନ୍ୟାସନ୍ତାନର ମା’ବାପା ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ କଳିଝଗଡା ଲାଗିରହିଲା। ପରିସ୍ଥିତି ଏପରି ହେଲା ୨୦୧୮ରେ ଟୁନା ୫ବର୍ଷର ବଡ ଝିଅକୁ ଧରି ସମ୍ବଲପୁର ଚାଲିଆସିଥିଲେ। ସେପଟେ ମା’ ସାନଝିଅକୁ ଧରି ବାପଘରକୁ ଚାଲିଯାଇଥିଲେ। ଟୁନା ହୀରାକୁଦ ନିକଟ ଏକ ହୋଟେଲରେ କାମ କରି ଝିଅ ସହିତ ରହୁଥିଲେ। ହୋଟେଲ କାମ ସହ ଛୋଟ ଝିଅର ଲାଳନପାଳନ କରିବାରେ ଟୁନା ଅସମର୍ଥ ହୋଇଥିଲେ। ଫଳରେ ଶିଶୁକନ୍ୟା ଅବହେଳିତ ହୋଇପଡିଥିଲା। ଏପରିସ୍ଥଳେ ୨୦୧୯ ଜୁଲାଇରେ ଏକ ସାମାଜିକ ଅନୁଷ୍ଠାନ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଦେଇଥିଲା। ଚାଇଲ୍ଡଲାଇନ ସିଡବ୍ଳ୍ୟୁସିରେ ହାଜର କରିବା ପରେ ଶିଶୁକୁ ବରଗଁାସ୍ଥିତ ରୁକମଣିଲାଠ ବାଳନିକେତନରେ ରଖାଯାଇଥିଲା। ବୟସ ବଢିବା ସହ ସେ ନିକଟସ୍ଥ ସ୍କୁଲ ଯାଇ ପାଠ ପଢିଥିଲା। ଏବେ ସେ ଚତୁର୍ଥ ଶ୍ରେଣୀର ଜଣେ ମେଧାବୀ ତଥା ମେଳାପି ଝିଅ ଭାବେ ସମସ୍ତ ପ୍ରିୟ ହୋଇପାରିଛି। କିଛିଦିନ ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣ ନିୟମ ଅନୁସାରେ ଜିଲା ଶିଶୁସୁରକ୍ଷା ୟୁନିଟ୍‌ ଅଫିସ ପକ୍ଷରୁ ଖବର କାଗଜରେ ବିଜ୍ଞାପନ ଦିଆଯାଇଥିଲା। ଏପରି କି ଝିଅର ଫଟୋ ଦେଇ ପରିଚୟ ପାଇବାକୁ ଚେଷ୍ଟା କରାଯାଇଥିଲା। ଝିଅକୁ ଚାଇଲ୍ଡଲାଇନରେ ଦେବା ସମ୍ପର୍କରେ ଦୂର ସମ୍ପର୍କୀୟ ଜଣେ ଯୁବକ ରୁନୁଙ୍କୁ ସୂଚନା ଦେଇଥିଲେ। ଗତ ମାସରେ ରୁନୁ ଆସି ପ୍ରଥମେ ଅଇଁଠାପାଲି ଥାନାରେ ଝିଅ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଶିଶୁସୁରକ୍ଷା ୟୁନିଟ୍‌କୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଝିଅର ଜନ୍ମ ପ୍ରମାଣପତ୍ର, ମମତା ଯୋଜନା କାର୍ଡ, ପ୍ରସୁତି ସମୟର କାଗଜପତ୍ର, ଆଧାରକାର୍ଡ ଆଦି ଯାଞ୍ଚ କରାଯିବା ପରେ ପରିଚୟ ସ୍ପଷ୍ଟ ହେବାରୁ ହସ୍ତାନ୍ତର କରାଯାଇଥିଲା। ଶିଶୁକନ୍ୟା ମାଆକୁ ପାଇଗଲା ସତ, ହେଲେ ବାପାଙ୍କୁ ଆଉ କେବେ ପାଇବ ନାହିଁ। କାରଣ ୨୦୨୧ରେ ଏକ ସଡକ ଦୁର୍ଘଟଣାରେ ବାପା ଟୁନା ଆରପାରିକୁ ଚାଲି ଯାଇଛନ୍ତି। ଏ ସମ୍ପର୍କରେ ସିଡବ୍ଳୁ୍ୟୁସି ସଦସ୍ୟା ପୁଷ୍ପାରାଣୀ ମହାପାତ୍ର କହିଛନ୍ତି, ଆଜି ଆମ ପାଇଁ ବହୁତ ଖୁସିର ଦିନ। ପୋଷ୍ୟସନ୍ତାନ୍ତ ଦେବା ପାଇଁ ଯୋଜନା କରାଯାଇଥିଲା, ହେଲେ ନିୟତି ଲେଖିଥିଲା ଭିନ୍ନ। ପ୍ରାୟ ୪ବର୍ଷ ପରେ ଜନ୍ମଦାତ୍ରୀ ମାଆପାଖକୁ ଝିଅ ଫେରିଛି ବୋଲି କହିଥିଲେ। ମାଆ ରୁନୁ କହିଛନ୍ତି, ପିଲାକୁ ଖୋଜି ନୟାନ୍ତ ହୋଇଯାଇଥିଲି। ହେଲେ ପାଇ ନ ଥିଲି। ଆଜି ଝିଅ ମୋକୋଳକୁ ଫେରିଥିବାରୁ ବହୁତ ଖୁସି ବୋଲି କୋହଭରା କଣ୍ଠରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?