୪ବର୍ଷ ପରେ ମାଆ କୋଳରେ ଝିଅ

ସମ୍ବଲପୁର,୩ା୧୨(ବ୍ୟୁରୋ): ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ୫ବର୍ଷର ଶିଶୁକନ୍ୟା ମା’ଠାରୁ ଦୂରେଇ ସମ୍ବଲପୁର ଚାଲିଆସିଥିଲା। ଲାଳନପାଳନ ସମୟରେ ମାଆର ମମତା ପାଇବାରୁ ବଞ୍ଚତ୍ତ ହୋଇଥିଲା ଶିଶୁକନ୍ୟା। ହେଲେ ମାଆର ମମତାରେ ରହିଛି ଆଲୌକିକ ଶକ୍ତି। ପିଲା ଯେତେ ଦୂରରେ ଥିଲେ ମଧ୍ୟ ମା’ ପାଖକୁ ଟାଣି ଆଣିଥାଏ। ପ୍ରାୟ ସାଢେ ୪ବର୍ଷର ବିଚ୍ଛେଦ ପରେ ମାଆ କୋଳକୁ ଫେରିଆସିଛି ଝିଅ। ଉଭୟେ ପରସ୍ପରକୁ ଦେଖିବା ପରେ ଆଖିରୁ ଝରିଆସିଥିଲା ଖୁସିର ଲୁହ। ଝିଅକୁ କୋଳେଇ ଧରି ମାଆ ଅଜାଡି ଦେଇଥିଲା ସ୍ନେହ। ଶୁକ୍ରବାର ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା ସମ୍ବଲପୁର ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) କାର୍ଯ୍ୟାଳୟରେ। ସମସ୍ତ ଆଇନଗତ ପକ୍ରିୟା ଶେଷ ହେବା ପରେ ଅଧିକାରୀମାନେ ମାଆ ରୁନୁ ନାଏକଙ୍କୁ ନାବାଳିକା ଝିଅକୁ ହସ୍ତାନ୍ତର କରିଛନ୍ତି। ପରେ ସେମାନେ ବେଶ୍‌ ଖୁସିରେ ଘରକୁ ଫେରିଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ମୟୂରଭଞ୍ଜ ଜିଲା ଯଶିପୁର ଗ୍ରାମର ରୁନୁଙ୍କୁ ଅନୁଗୋଳ ଜିଲା ଜରପଡାର ଟୁନା ନାୟକ ୨୦୧୩ ମସିହାରେ ବିବାହ କରିଥିଲେ। ବିବାହର କିଛିଦିନ ପର୍ଯ୍ୟନ୍ତ ଦମ୍ପତି ଭଲରେ ରହିଥିଲେ। ସମୟକ୍ରମେ ସେମାନେ ଦୁଇ କନ୍ୟାସନ୍ତାନର ମା’ବାପା ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅଧିକାଂଶ ସମୟରେ ସେମାନଙ୍କ ମଧ୍ୟରେ କଳିଝଗଡା ଲାଗିରହିଲା। ପରିସ୍ଥିତି ଏପରି ହେଲା ୨୦୧୮ରେ ଟୁନା ୫ବର୍ଷର ବଡ ଝିଅକୁ ଧରି ସମ୍ବଲପୁର ଚାଲିଆସିଥିଲେ। ସେପଟେ ମା’ ସାନଝିଅକୁ ଧରି ବାପଘରକୁ ଚାଲିଯାଇଥିଲେ। ଟୁନା ହୀରାକୁଦ ନିକଟ ଏକ ହୋଟେଲରେ କାମ କରି ଝିଅ ସହିତ ରହୁଥିଲେ। ହୋଟେଲ କାମ ସହ ଛୋଟ ଝିଅର ଲାଳନପାଳନ କରିବାରେ ଟୁନା ଅସମର୍ଥ ହୋଇଥିଲେ। ଫଳରେ ଶିଶୁକନ୍ୟା ଅବହେଳିତ ହୋଇପଡିଥିଲା। ଏପରିସ୍ଥଳେ ୨୦୧୯ ଜୁଲାଇରେ ଏକ ସାମାଜିକ ଅନୁଷ୍ଠାନ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଦେଇଥିଲା। ଚାଇଲ୍ଡଲାଇନ ସିଡବ୍ଳ୍ୟୁସିରେ ହାଜର କରିବା ପରେ ଶିଶୁକୁ ବରଗଁାସ୍ଥିତ ରୁକମଣିଲାଠ ବାଳନିକେତନରେ ରଖାଯାଇଥିଲା। ବୟସ ବଢିବା ସହ ସେ ନିକଟସ୍ଥ ସ୍କୁଲ ଯାଇ ପାଠ ପଢିଥିଲା। ଏବେ ସେ ଚତୁର୍ଥ ଶ୍ରେଣୀର ଜଣେ ମେଧାବୀ ତଥା ମେଳାପି ଝିଅ ଭାବେ ସମସ୍ତ ପ୍ରିୟ ହୋଇପାରିଛି। କିଛିଦିନ ପୂର୍ବରୁ ପୋଷ୍ୟ ସନ୍ତାନ ଗ୍ରହଣ ନିୟମ ଅନୁସାରେ ଜିଲା ଶିଶୁସୁରକ୍ଷା ୟୁନିଟ୍‌ ଅଫିସ ପକ୍ଷରୁ ଖବର କାଗଜରେ ବିଜ୍ଞାପନ ଦିଆଯାଇଥିଲା। ଏପରି କି ଝିଅର ଫଟୋ ଦେଇ ପରିଚୟ ପାଇବାକୁ ଚେଷ୍ଟା କରାଯାଇଥିଲା। ଝିଅକୁ ଚାଇଲ୍ଡଲାଇନରେ ଦେବା ସମ୍ପର୍କରେ ଦୂର ସମ୍ପର୍କୀୟ ଜଣେ ଯୁବକ ରୁନୁଙ୍କୁ ସୂଚନା ଦେଇଥିଲେ। ଗତ ମାସରେ ରୁନୁ ଆସି ପ୍ରଥମେ ଅଇଁଠାପାଲି ଥାନାରେ ଝିଅ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଶିଶୁସୁରକ୍ଷା ୟୁନିଟ୍‌କୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଝିଅର ଜନ୍ମ ପ୍ରମାଣପତ୍ର, ମମତା ଯୋଜନା କାର୍ଡ, ପ୍ରସୁତି ସମୟର କାଗଜପତ୍ର, ଆଧାରକାର୍ଡ ଆଦି ଯାଞ୍ଚ କରାଯିବା ପରେ ପରିଚୟ ସ୍ପଷ୍ଟ ହେବାରୁ ହସ୍ତାନ୍ତର କରାଯାଇଥିଲା। ଶିଶୁକନ୍ୟା ମାଆକୁ ପାଇଗଲା ସତ, ହେଲେ ବାପାଙ୍କୁ ଆଉ କେବେ ପାଇବ ନାହିଁ। କାରଣ ୨୦୨୧ରେ ଏକ ସଡକ ଦୁର୍ଘଟଣାରେ ବାପା ଟୁନା ଆରପାରିକୁ ଚାଲି ଯାଇଛନ୍ତି। ଏ ସମ୍ପର୍କରେ ସିଡବ୍ଳୁ୍ୟୁସି ସଦସ୍ୟା ପୁଷ୍ପାରାଣୀ ମହାପାତ୍ର କହିଛନ୍ତି, ଆଜି ଆମ ପାଇଁ ବହୁତ ଖୁସିର ଦିନ। ପୋଷ୍ୟସନ୍ତାନ୍ତ ଦେବା ପାଇଁ ଯୋଜନା କରାଯାଇଥିଲା, ହେଲେ ନିୟତି ଲେଖିଥିଲା ଭିନ୍ନ। ପ୍ରାୟ ୪ବର୍ଷ ପରେ ଜନ୍ମଦାତ୍ରୀ ମାଆପାଖକୁ ଝିଅ ଫେରିଛି ବୋଲି କହିଥିଲେ। ମାଆ ରୁନୁ କହିଛନ୍ତି, ପିଲାକୁ ଖୋଜି ନୟାନ୍ତ ହୋଇଯାଇଥିଲି। ହେଲେ ପାଇ ନ ଥିଲି। ଆଜି ଝିଅ ମୋକୋଳକୁ ଫେରିଥିବାରୁ ବହୁତ ଖୁସି ବୋଲି କୋହଭରା କଣ୍ଠରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri