୩ ବର୍ଷ ପରେ ୨ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ମାଳମାଳ ଯୋଜନା ଘୋଷଣା ହେଉଛି। ତେବେ ସେଥିରୁ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ଉତ୍ତର ଖୋଜିବା ଲାଗି ସରକାରୀ ସ୍ତରରେ ସେତେଟା ତତ୍ପରତା ପ୍ରକାଶ ପାଉନାହିଁ। ଯୋଜନାର ପରିକଳ୍ପନା ଓ ବାସ୍ତବତା ମଧ୍ୟରେ ଏକ ଦୀର୍ଘ ଅନ୍ତର ସୃଷ୍ଟି ହେଉଛି। ଏଥିଯୋଗୁ ପ୍ରକଳ୍ପ ଖର୍ଚ୍ଚ ବଢ଼ି ଯାଉଥିବା ବେଳେ ଜନସାଧାରଣଙ୍କ ଆବଶ୍ୟକତା ମେଣ୍ଟାଯାଇ ପାରୁନାହିଁ। ଏଭଳି ଏକ ବିକଳ ଚିତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସାଗରମାଳା ଯୋଜନାରେ ଦେଖିବାକୁ ମିଳିଛି। ରାଜ୍ୟ ସରକାର ପ୍ରକଳ୍ପର ରିପୋର୍ଟ ପ୍ରସ୍ତୁତ କରି ପଠାଇଦେଇ ବସି ଯାଉଥିବାବେଳେ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିବାକୁ ବର୍ଷ ବର୍ଷ ଧରି ପକାଇ ରଖୁଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାଗରମାଳା ଯୋଜନାରେ ଓଡ଼ିଶାର ୬୯୮.୯୨ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ରାଜ୍ୟ ସରକାର ୨୦୧୮ରେ ପ୍ରସ୍ତାବ ଦେଇଥିଲେ। ୩ ବର୍ଷ ପରେ ୨ଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୭୭.୧୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଅର୍ଥରେ ଭଦ୍ରକ ଜିଲାର କାଣିନାଳି, କେନ୍ଦ୍ରାପଡ଼ା ଜିଲାର ତାଳଚୁଆ, ପୁରୀ ଜିଲାର କୃଷ୍ଣପ୍ରସାଦଗଡ଼ା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଅର୍ଥର ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନ କଲେ ଅନ୍ୟ ପ୍ରକଳ୍ପ ଉପରେ ବିଚାର କରାଯିବ ବୋଲି କେନ୍ଦ୍ର ସରକାର ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ନିକଟରେ ଏ ନେଇ ଭିଡିଓ କନ୍‌ଫରେନ୍ସରେ ହୋଇଥିବା ବୈଠକରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜେଟି ନିର୍ମାଣ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ବିକାଶ, ବନ୍ଦରକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ସହ ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ ଶିଳ୍ପାଞ୍ଚଳର ବିକାଶ କରିବାକୁ କେନ୍ଦ୍ର ସରକାର ସାଗରମାଳା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ୨୦୧୫ ମାର୍ଚ୍ଚ ୨୫ ତାରିଖରେ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ୨୦୧୬ରେ ନ୍ୟାଶନାଲ ପ୍ରସ୍‌ପେକ୍ଟିଭ ପ୍ଲାନ୍‌(ଏନ୍‌ପିପି) ଜରିଆରେ ଉପକୂଳ ଏବଂ ସାମୁଦ୍ରିକ ସମନ୍ବିତ ବିକାଶ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥାନ ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ସେହି ଯୋଜନାରେ ଓଡ଼ିଶା ଉପକୂଳର ୧୧ଟି ପ୍ରକଳ୍ପକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହି ପ୍ରକଳ୍ପଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବଳରାମଗଦି ନିକଟସ୍ଥ ଚାନ୍ଦିପୁର ମାଛଧରା ବନ୍ଦରକୁ ବିଦ୍ୟୁତ୍‌ ଯୋଗାଣ, ଜେଟି ନିର୍ମାଣ, ପାଚେରି ନିର୍ମାଣ ପାଇଁ ୧୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଥିବା ବେଳେ ସେହି ଜାଗାକୁ ପାନୀୟ ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୪.୭୨ କୋଟି, ସେହି ମାଛଧରା ବନ୍ଦରର ଭିତ୍ତିଭୂମି ବିକାଶ ସକାଶେ ୯.୯୫ କୋଟି, ମାଛ ପ୍ରକ୍ରିୟାକରଣ ପାଇଁ ୫ କୋଟି, ପୁରୀ ଜିଲାର ଚନ୍ଦ୍ରଭାଗା ନିକଟରେ ମାଛଧରା ଜେଟି ନିର୍ମାଣ ପାଇଁ ୫ କୋଟି, ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଯାତ୍ରୀମାନଙ୍କ ଯାତାୟାତ ସୁବିଧା ପାଇଁ ନୂଆ ଫେରି କ୍ରୟ କରିବା ସକାଶେ ୧୩.୯୬ କୋଟି, ଜାମୁଝରି, ବାସୁଦେବପୁର, ଧାମରାକୁ ସଂଯୋଗ କରୁଥିବା ୬୦ କି.ମି. ରାସ୍ତାରୁ ଦୋହରୀକରଣ ଲାଗି ୨୭୦.୩ କୋଟି, ହଳଦୀପଦର ଗୋପାଳପୁର ଭାୟା ରଙ୍ଗିପୁର ଦେଇ ଯାଇଥିବା ୧୭.୮ କି.ମି. ରାସ୍ତାକୁ ୪ ଲେନ୍‌ କରିବାକୁ ୧୬୧.୩୯ କୋଟି, ଭଦ୍ରକ ଜିଲାର କାଣିନାଳି ଓ କେନ୍ଦ୍ରାପଡ଼ା ଜିଲାର ତାଳଚୁଆରେ ଜେଟି ନିର୍ମାଣ କରିବା ପାଇଁ ୧୧୩ .୫୦ କୋଟି, ପୁରୀ ଜିଲାର କୃଷ୍ଣପ୍ରସାଦଗଡ଼ା ଏବଂ ଖୋର୍ଦ୍ଧା ଜିଲାର ବାଲୁଗାଁରେ ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ୬୩.୬୦ କୋଟି ଟଙ୍କାର ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ କେନ୍ଦ୍ର ନିକଟରେ ଦାବି କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସାଗରମାଳା ଉନ୍ନୟନ କମ୍ପାନୀ ଲିମିଟେଡ(ଏସ୍‌ଡିସିଏଲ୍‌) ଗଠନ କରିଛନ୍ତି। ଏହି କମ୍ପାନୀ ରାଜ୍ୟସ୍ତରରେ ଗଠନ କରାଯାଇଥିବା ସ୍ପେଶାଲ ପର୍ପସ ଭେହିକିଲ(ଏସ୍‌ପିଭି)ଗୁଡ଼ିକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହାୟତା କରିବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ସକାଶେ ପ୍ରାଥମିକ ସ୍ତରରେ ଏସ୍‌ଡିସିଏଲ ଅର୍ଥ ଯୋଗାଇବ। ଜାହାଜ ଚଳାଚଳ ମନ୍ତ୍ରଣାଳୟର ବଜେଟରୁ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟସ୍ତରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସାମୁଦ୍ରିକ ବୋର୍ଡ ଏବଂ ରାଜ୍ୟ ସାଗରମାଳା କମିଟି ମିଳିତ ଭାବେ କାର୍ଯ୍ୟ କରିବେ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା ବେଳେ ପ୍ରକଳ୍ପ ଅନୁମୋଦନ ହେଉ ନ ଥିବାରୁ ସାଗରମାଳା କାର୍ଯ୍ୟକ୍ରମ ଝୁଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri