ବ୍ୟସ୍ତବହୁଳ ରୁଟ୍‌ରେ ବିମାନ ଭଡ଼ା ୪୫% ବୃଦ୍ଧି

ନୂଆଦିଲ୍ଲୀ,୨୨।୧୦: ଦୀପାବଳି ପୂର୍ବରୁ ବ୍ୟସ୍ତବହୁଳ ରୁଟ୍‌ଗୁଡ଼ିକରେ ବିମାନ ଭଡ଼ା ଲଗାତର ବୃଦ୍ଧି ହେଉଥିବା ଦେଖାଯାଉଛି। ବର୍ଦ୍ଧିତ ଚାହିଦା ଯୋଗୁ ବିମାନ ଭଡ଼ା ପୂର୍ବ ତୁଳନାରେ ପ୍ରାୟ ୩୦ରୁ ୪୫% ବଢ଼ିଥିବା ଜଣାପଡ଼ିଛି। ଟ୍ରାଭେଲ ପୋର୍ଟାଲ ଇକ୍ସିଗୋ ମୁତାବକ, ମୁମ୍ବାଇ-ଦିଲ୍ଲୀ ଏବଂ ମୁମ୍ବାଇ-କୋଲକାତା ସମେତ ଦେଶର ପ୍ରମୁଖ ୧୦ ରୁଟ୍‌ରେ ହାରାହାରି ଓ୍ବାନଓ୍ବେ ଇକୋନୋମି କ୍ଲାସ୍‌ ଭଡା ବୃଦ୍ଧି ୩୦%ରୁ ଊର୍ଦ୍ଧ୍ୱ ରହିଛି। ବାଙ୍ଗାଲୋର-କୋଲକାତା ରୁଟ୍‌ରେ ଭଡ଼ା ୪୦% ବଢ଼ିଥିବା ବେଳେ କଲିକତା ରୁଟ୍‌ରେ ସର୍ବାଧିକ ୪୫% ବଢ଼ିଛି। ଦିଲ୍ଲୀ-ପାଟନା ଏବଂ ବାଙ୍ଗାଲୋର-ପାଟନା ରୁଟ୍‌ରେ ଭଡ଼ା ବୃଦ୍ଧି ୨୫%ରୁ କମ୍‌ ରହିଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଟନାକୁ ଅଧିକ ଟ୍ରେନ୍‌ ଉପଲବ୍ଧ ହେଉଥିବାରୁ ବିମାନ ଭଡ଼ା ବିଶେଷ ବୃଦ୍ଧି ହୋଇ ନ ଥିବା କୁହାଯାଇଛି।
ଇକ୍ସିଗୋ ସହ ପ୍ରତିଷ୍ଠାତା କେ.ହଓ୍ବାଲେ କହିଛନ୍ତି, ଟିକାକରଣ ଯୋଗୁ ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିଛି। ସେହିଭଳି ଆଡଭାନ୍ସ ପରଚେଜ୍‌ ପାଟର୍ନରେ ମଧ୍ୟ ପରିବର୍ତ୍ତନ ଆସିଛି। ଅକ୍ଟୋବରରେ ମଧ୍ୟ ବିମାନ ଯାତ୍ରା ବଢ଼ିଛି। ଏହା ପୂର୍ବ ପ୍ରସ୍ତୁତି ଅଗ୍ରିମ କ୍ରୟ ବ୍ୟବହାରକୁ ଦର୍ଶାଉଛି। ଗତ ବର୍ଷ ଏହି ସମୟରେ ବିମାନ କମ୍ପାନୀଗୁଡ଼ିକୁ ୭୦% କ୍ଷମତାରେ ଚଳାଚଳ ଲାଗି ଅନୁମତି ଦିଆଯାଇଥିଲା। ଗତ ନଭେମ୍ବରରେ ବିମାନର ଯାତ୍ରୀ ଟ୍ରାଫିକ କରୋନା ପୂର୍ବ ସମୟ ତୁଳନାରେ ପ୍ରାୟ ୫୦% ମଧ୍ୟ ନ ଥିଲା। ବର୍ତ୍ତମାନ ଦୈନିିକ ଯାତ୍ରୀ ଟ୍ରାଫିକ୍‌ ପ୍ରାୟ ୭୦ରୁ ୭୫% ଛୁଇଁଛି। ବିମାନ ଯାତ୍ରା ଚାହିଦା ବଢ଼ିଥିବା ବେଳେ ଭଡ଼ା ସୀମା ପରିବର୍ତ୍ତନ ହେବା ଯୋଗୁ ପାର୍ବଣରେ ଭଡ଼ା ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଅକ୍ଟୋବର ୧୭ରେ ଦେଶ ମଧ୍ୟରେ ୩.୨୭ ଲକ୍ଷ ବିମାନ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଲକ୍‌ଡାଉନ ପରେ ଏହା ସବୁଠାରୁ ସର୍ବୋଚ୍ଚ ସ୍ତର। ଟିକାକରଣରେ ତ୍ୱରିତତା, ବିମାନ ଯାତ୍ରା ଉପରେ ରହିଥିବା ପ୍ରତିବନ୍ଧକ କୋହଳ ହେବା ଯୋଗୁ ଧୀରେ ଧୀରେ ଅଧିକ ଲୋକ ବିମାନ ଯାତ୍ରା କରୁଛନ୍ତି। ବିମାନ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ପରିଚାଳନା ଖର୍ଚ୍ଚ ଜନିତ ଚାପ ମଧ୍ୟ ରହିଛି। ଶିଳ୍ପର ଜଣେ ଏକ୍‌ଜିକ୍ୟୁଟିଭ କହିଛନ୍ତି, ବିମାନ ଇନ୍ଧନ ଦର ଏବେ ପ୍ରାୟ ୨ ଗୁଣ ବଢ଼ିଛି। ମାତ୍ର ସେହି ତୁଳନାରେ ଭଡ଼ା ବୃଦ୍ଧି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ...

ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୬: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ବର୍ଷର ମୌସୁମୀ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଉକ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମର...

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର...

ଲଗ୍‌ ଇନ୍‌ କ୍ଷମତା ୩ ଲକ୍ଷକୁ ବଢ଼ାଇଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ଯୋଗାଉଥିବା କମ୍ପାନୀ ଜିଏସ୍‌ଟିଏନ୍‌ ଏହାର ଲଗ୍‌ ଇନ କ୍ଷମତାକୁ ବଢ଼ାଇଛି। ବର୍ତ୍ତମାନ ଏହି...

ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ

ଭୁବନେଶ୍ୱର, ୩୦।୭: (ଅଭୟ ଦାଶ): ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ କାରବାର କରୁଥିବା ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା...

ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ମାନ୍ଦାବସ୍ଥା ଯୋଗୁ ଧିମା ହୋଇଛି ନିଯୁକ୍ତି

ନୂଆଦିଲ୍ଲୀ,୨୦ -୮: ଭାରତରେ ଗତବର୍ଷ ବେକାରି ହାର ୪୫ ବର୍ଷରେ ସବୁଠାରୁ ଖରାପ ରହିଛି। ଏହି ସମୟରେ ପ୍ରାୟ ସବୁ ସେକ୍ଟରରେ ନିଯୁକ୍ତି ଅତ୍ୟନ୍ତ ଧିମା...

ଯୋଗ-ଆୟୁର୍ବେଦର ଅନୁସନ୍ଧାନ କ୍ଷେତ୍ରରେ ପତଞ୍ଜଳି ଶ୍ରେଷ୍ଠ

ନୂଆଦିଲ୍ଲୀ,୧୪।୧୦: ୟୁନାଇଟେଡ୍‌ ନେସନ ବା ୟୁଏନ୍‌-ଏସ୍‌ଡିଜି ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କୁ ଆଉ ଏକ ସମ୍ମାନ ଓ ମାନ୍ୟତା ଦିଆଯାଇଛି। ଏପରିକି ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଏବଂ ଏଲ୍‌ସେଭିଅର...

Advertisement
Archives

Model This Week