ବ୍ୟସ୍ତବହୁଳ ରୁଟ୍‌ରେ ବିମାନ ଭଡ଼ା ୪୫% ବୃଦ୍ଧି

ନୂଆଦିଲ୍ଲୀ,୨୨।୧୦: ଦୀପାବଳି ପୂର୍ବରୁ ବ୍ୟସ୍ତବହୁଳ ରୁଟ୍‌ଗୁଡ଼ିକରେ ବିମାନ ଭଡ଼ା ଲଗାତର ବୃଦ୍ଧି ହେଉଥିବା ଦେଖାଯାଉଛି। ବର୍ଦ୍ଧିତ ଚାହିଦା ଯୋଗୁ ବିମାନ ଭଡ଼ା ପୂର୍ବ ତୁଳନାରେ ପ୍ରାୟ ୩୦ରୁ ୪୫% ବଢ଼ିଥିବା ଜଣାପଡ଼ିଛି। ଟ୍ରାଭେଲ ପୋର୍ଟାଲ ଇକ୍ସିଗୋ ମୁତାବକ, ମୁମ୍ବାଇ-ଦିଲ୍ଲୀ ଏବଂ ମୁମ୍ବାଇ-କୋଲକାତା ସମେତ ଦେଶର ପ୍ରମୁଖ ୧୦ ରୁଟ୍‌ରେ ହାରାହାରି ଓ୍ବାନଓ୍ବେ ଇକୋନୋମି କ୍ଲାସ୍‌ ଭଡା ବୃଦ୍ଧି ୩୦%ରୁ ଊର୍ଦ୍ଧ୍ୱ ରହିଛି। ବାଙ୍ଗାଲୋର-କୋଲକାତା ରୁଟ୍‌ରେ ଭଡ଼ା ୪୦% ବଢ଼ିଥିବା ବେଳେ କଲିକତା ରୁଟ୍‌ରେ ସର୍ବାଧିକ ୪୫% ବଢ଼ିଛି। ଦିଲ୍ଲୀ-ପାଟନା ଏବଂ ବାଙ୍ଗାଲୋର-ପାଟନା ରୁଟ୍‌ରେ ଭଡ଼ା ବୃଦ୍ଧି ୨୫%ରୁ କମ୍‌ ରହିଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାଟନାକୁ ଅଧିକ ଟ୍ରେନ୍‌ ଉପଲବ୍ଧ ହେଉଥିବାରୁ ବିମାନ ଭଡ଼ା ବିଶେଷ ବୃଦ୍ଧି ହୋଇ ନ ଥିବା କୁହାଯାଇଛି।
ଇକ୍ସିଗୋ ସହ ପ୍ରତିଷ୍ଠାତା କେ.ହଓ୍ବାଲେ କହିଛନ୍ତି, ଟିକାକରଣ ଯୋଗୁ ଲୋକଙ୍କର ଆତ୍ମବିଶ୍ୱାସ ବଢ଼ିଛି। ସେହିଭଳି ଆଡଭାନ୍ସ ପରଚେଜ୍‌ ପାଟର୍ନରେ ମଧ୍ୟ ପରିବର୍ତ୍ତନ ଆସିଛି। ଅକ୍ଟୋବରରେ ମଧ୍ୟ ବିମାନ ଯାତ୍ରା ବଢ଼ିଛି। ଏହା ପୂର୍ବ ପ୍ରସ୍ତୁତି ଅଗ୍ରିମ କ୍ରୟ ବ୍ୟବହାରକୁ ଦର୍ଶାଉଛି। ଗତ ବର୍ଷ ଏହି ସମୟରେ ବିମାନ କମ୍ପାନୀଗୁଡ଼ିକୁ ୭୦% କ୍ଷମତାରେ ଚଳାଚଳ ଲାଗି ଅନୁମତି ଦିଆଯାଇଥିଲା। ଗତ ନଭେମ୍ବରରେ ବିମାନର ଯାତ୍ରୀ ଟ୍ରାଫିକ କରୋନା ପୂର୍ବ ସମୟ ତୁଳନାରେ ପ୍ରାୟ ୫୦% ମଧ୍ୟ ନ ଥିଲା। ବର୍ତ୍ତମାନ ଦୈନିିକ ଯାତ୍ରୀ ଟ୍ରାଫିକ୍‌ ପ୍ରାୟ ୭୦ରୁ ୭୫% ଛୁଇଁଛି। ବିମାନ ଯାତ୍ରା ଚାହିଦା ବଢ଼ିଥିବା ବେଳେ ଭଡ଼ା ସୀମା ପରିବର୍ତ୍ତନ ହେବା ଯୋଗୁ ପାର୍ବଣରେ ଭଡ଼ା ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ଚଳିତ ବର୍ଷ ଅକ୍ଟୋବର ୧୭ରେ ଦେଶ ମଧ୍ୟରେ ୩.୨୭ ଲକ୍ଷ ବିମାନ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଲକ୍‌ଡାଉନ ପରେ ଏହା ସବୁଠାରୁ ସର୍ବୋଚ୍ଚ ସ୍ତର। ଟିକାକରଣରେ ତ୍ୱରିତତା, ବିମାନ ଯାତ୍ରା ଉପରେ ରହିଥିବା ପ୍ରତିବନ୍ଧକ କୋହଳ ହେବା ଯୋଗୁ ଧୀରେ ଧୀରେ ଅଧିକ ଲୋକ ବିମାନ ଯାତ୍ରା କରୁଛନ୍ତି। ବିମାନ କମ୍ପାନୀଗୁଡ଼ିକ ଉପରେ ମଧ୍ୟ ପରିଚାଳନା ଖର୍ଚ୍ଚ ଜନିତ ଚାପ ମଧ୍ୟ ରହିଛି। ଶିଳ୍ପର ଜଣେ ଏକ୍‌ଜିକ୍ୟୁଟିଭ କହିଛନ୍ତି, ବିମାନ ଇନ୍ଧନ ଦର ଏବେ ପ୍ରାୟ ୨ ଗୁଣ ବଢ଼ିଛି। ମାତ୍ର ସେହି ତୁଳନାରେ ଭଡ଼ା ବୃଦ୍ଧି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri