୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର

ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା କରାଯାଇଛି। ତେବେ ଦର ବୃଦ୍ଧିି ଚାଷୀଙ୍କୁ କୌଣସି ଫାଇଦା ଦେଇନାହିଁ। ଚାଷୀ ଡିସେମ୍ବରରେ ହଳଦୀ ଅମଳ କରି ମେ ମାସ ମଧ୍ୟରେ କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକି କ୍ଷତି ସହିଥିବା ବେଳେ ଏବେ ଏହାକୁ ଗଚ୍ଛିତ ରଖିଥିବା ବ୍ୟବସାୟୀ ମାଲାମାଲ ହେଉଛନ୍ତି। କେତେଜଣ ବ୍ୟବସାୟୀ ନୂଆ ଦରରେ ହଳଦୀ କିଣାବିକା କରୁଥିବା ବେଳେ ଆଉ କେତେଜଣ ବଡ଼ ବ୍ୟବସାୟୀ ଆଗକୁ ଆଉ ଦର ବୃଦ୍ଧି ହେବା ଆଶାରେ ନିଜ ଗୋଦାମରେ ଗଚ୍ଛିତ ରଖୁଛନ୍ତି। ସରକାର ଯଦି ହଳଦୀର ସର୍ବନିମ୍ନ ଦର ଧାର୍ଯ୍ୟ କରିଥାନ୍ତେ ହୁଏତ ଆଜି ଚାଷୀମାନେ ଲାଭବାନ ହୋଇପାରିଥାନ୍ତେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, କନ୍ଧମାଳ ହଳଦୀରେ କୁରକୁମିନ ଉପାଦାନ ରହିଛି, ଯାହାକି ଆଣ୍ଟି ଅକ୍ସିଡେଣ୍ଟ ଭରପୁର। ଏହା କ୍ୟାନସର ଭଳି ରୋଗକୁ ପ୍ରତିହତ କରିବାର କ୍ଷମତା ରହିଥିବା କୁହାଯାଉଛି। କନ୍ଧମାଳରେ କେବଳ କସମ (କନ୍ଧମାଳ ଆପେକ୍ସ ସ୍ପାଇସେସ ଆସୋସିଏଶନ ଫର ମାର୍କେଟିଂ) ପକ୍ଷରୁ ହଳଦୀ ପ୍ରକ୍ରିୟାକରଣ କରାଯାଇ ଦାରିଙ୍ଗବାଡି ଠାରେ ଏକ କ୍ଷୁଦ୍ର ବିକ୍ରି କେନ୍ଦ୍ର କରାଯାଇ ବିକ୍ରି ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ କନ୍ଧମାଳର ଜୈବିକ ପଦ୍ଧତିରେ କରାଯାଉଥିବା ହଳଦୀ କିଣି ନେଉଛନ୍ତି। ଜିଲ୍ଲାରେ କିଛି ହାତ ଗଣତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହଳଦୀ ପ୍ରକ୍ରିୟାକରଣ କରି ବିଭିନ୍ନ ମେଳା ଓ ପର୍ଯ୍ୟଟନସ୍ଥଳରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି। ହେଲେ ସରକାରଙ୍କ ପକ୍ଷରୁ ପ୍ରକ୍ରିୟାକରଣ କିମ୍ବା ହଳଦୀ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅମଳ ପରେ ଦଲାଲ ଓ ବ୍ୟବସାୟୀଙ୍କୁ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ହଳଦୀ ପ୍ରକ୍ରିୟାକରଣ କରାଯିବା ଓ ସବନିମ୍ନ ଦର ଧାର୍ଯ୍ୟ କରି ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଆସୁଥିଲେ ସୁଦ୍ଧା ଫଳପ୍ରଦ ହୋଇପାରିନି। ସରକାର ହଳଦୀ ଚାଷୀଙ୍କୁ ସମସ୍ତ ଋଣ ସହ ପ୍ରୋତ୍ସାହନ ଯୋଗାଇଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?