Posted inଖେଳ

ଗାଲେ ଗ୍ଲାଡିଏଟର୍ସର ନେତୃତ୍ୱ ନେବେ ଆଫ୍ରିଦୀ

କରାଚୀ, ୨୩ା୧୧ (ପି.ଟି.)- ଉଦ୍‌ଘାଟନୀ ଲଙ୍କାନ୍‌ ପ୍ରିମିୟର ଲିଗ୍‌ (ଏଲପିଏଲ୍‌) ଟି୨୦ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଗାଲେ ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜ୍‌ର ଅଧିନାୟକତ୍ୱ କରିବେ। ଏହି ଇଭେଣ୍ଟ ନଭେମ୍ବର ୨୬ରୁ ଡିସେମ୍ବର ୧୬ପର୍ଯ୍ୟନ୍ତ ଶ୍ରୀଲଙ୍କାର ହାମ୍ବାନଟୋଟାଠାରେ ଖେଳାଯିବ। ସୂଚନାଯୋଗ୍ୟ, ପାକିସ୍ତାନୀ ବିଜନେସମ୍ୟାନ ନଦୀମ ଓମାର ହେଉଛନ୍ତି ଗାଲେ ଗ୍ଲାଡିଏଟର୍ସ ଟିମ୍‌ର ମାଲିକ। ଆଫିଦୀଙ୍କୁ ଶନିବାର ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ନଦୀମ ଓମାର ଆହୁରି ମଧ୍ୟ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ଲୋକପ୍ରିୟ କ୍ୱେଟା ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜ୍‌ର ମାଲିକ। ଓଭାର ପ୍ରଥମେ ସର୍ଫରାଜ ଅହମ୍ମଦଙ୍କୁ ଗାଲେ ଗ୍ଲାଡିଏଟର୍ସର ଅଧିନାୟକ କରିଥିଲେ। ମାତ୍ର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଥିବାରୁ ସେ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ଆଫ୍ରିଦୀ ହେଉଛନ୍ତି ଦଳର ସବୁଠାରୁ ବରଷ୍ଠେ ଖେଳାଳି। ଅଧିନାୟକ ହିସାବରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ତେଣୁ ସେ ବର୍ତ୍ତମାନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଓଭାର କହିଛନ୍ତି। ଉଦ୍‌ଘାଟନୀ ଏଲପିଏଲ୍‌ କୋଭିଡ୍‌ ସମୟରେ ଅନୁଷ୍ଠିତ ହେଉଥିବାରୁ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ସମସ୍ୟା ଦେଖାଯାଇଛି। ବହୁ ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ବିଭିନ୍ନ କାରଣରୁ ଇଭେଣ୍ଟରୁ ଓହରିଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ରିସ୍‌ ଗେଲ୍‌, ଫାଫ୍‌ ଡୁ’ପ୍ଲେସି, ଲିଆମ ପ୍ଲଙ୍କେଟ, ଡେଭିଡ୍‌ ମଲାନ, ଲସିଥ ମାଲିଙ୍ଗା, କମରାନ ଅକମଲ, ଓ୍ବାହାବ ରିଆଜ୍‌, ମହମ୍ମଦ ହାଫିଜ୍‌ ଓ ସର୍ଫରାଜ। ଲିଗ୍‌ରେ ଯେଉଁ ପାକିସ୍ତାନୀ ଖେଳାଳିମାନଙ୍କ ଆକ୍ସନ ଦେଖିବାକୁ ମିଳିବ ସେମାନଙ୍କ ମଧ୍ୟରେ ରହିଛନ୍ତି ସୋହେଲ ତନଭୀର, ମହମ୍ମଦ ଅମିର, ଏହସାନ ଅଲୀ, ଆଜାମ ଖାଁ, ଉସ୍‌ମାନ ସିନଓ୍ବାରୀ ଏବଂ ସୋଏବ ମଲିକ। କଲମ୍ବୋରେ ପହଞ୍ଚତ୍ବା ପରେ ବାମହାତୀ ପେସ୍‌ ବୋଲର ତନଭୀର ଓ କାନାଡା ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍‌ ଟେଷ୍ଟରେ ପଜିଟିଭ ହୋଇଛନ୍ତି। ଉଦ୍‌ଘାଟନୀ ଏଲ୍‌ପିଏଲ୍‌ ଟ୍ରଫି ପାଇଁ ୫ ଫ୍ରାଞ୍ଚାଇଜ୍‌ ଜାଫନା ଷ୍ଟାଲିଅନ୍ସ, କାଣ୍ଡି ଟସ୍କର୍ସ, ଗାଲେଗ୍ଲାଡିଏଟର୍ସ, କଲମ୍ବୋ କିଙ୍ଗ୍ସ ଏବଂ ଦାମ୍ବୁଲା ହକ୍ସ ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri