Posted inଖେଳ

ଗାଲେ ଗ୍ଲାଡିଏଟର୍ସର ନେତୃତ୍ୱ ନେବେ ଆଫ୍ରିଦୀ

କରାଚୀ, ୨୩ା୧୧ (ପି.ଟି.)- ଉଦ୍‌ଘାଟନୀ ଲଙ୍କାନ୍‌ ପ୍ରିମିୟର ଲିଗ୍‌ (ଏଲପିଏଲ୍‌) ଟି୨୦ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଗାଲେ ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜ୍‌ର ଅଧିନାୟକତ୍ୱ କରିବେ। ଏହି ଇଭେଣ୍ଟ ନଭେମ୍ବର ୨୬ରୁ ଡିସେମ୍ବର ୧୬ପର୍ଯ୍ୟନ୍ତ ଶ୍ରୀଲଙ୍କାର ହାମ୍ବାନଟୋଟାଠାରେ ଖେଳାଯିବ। ସୂଚନାଯୋଗ୍ୟ, ପାକିସ୍ତାନୀ ବିଜନେସମ୍ୟାନ ନଦୀମ ଓମାର ହେଉଛନ୍ତି ଗାଲେ ଗ୍ଲାଡିଏଟର୍ସ ଟିମ୍‌ର ମାଲିକ। ଆଫିଦୀଙ୍କୁ ଶନିବାର ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ନଦୀମ ଓମାର ଆହୁରି ମଧ୍ୟ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ଲୋକପ୍ରିୟ କ୍ୱେଟା ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜ୍‌ର ମାଲିକ। ଓଭାର ପ୍ରଥମେ ସର୍ଫରାଜ ଅହମ୍ମଦଙ୍କୁ ଗାଲେ ଗ୍ଲାଡିଏଟର୍ସର ଅଧିନାୟକ କରିଥିଲେ। ମାତ୍ର ଏହି ଉଇକେଟକିପର ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଥିବାରୁ ସେ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଥିଲେ। ଆଫ୍ରିଦୀ ହେଉଛନ୍ତି ଦଳର ସବୁଠାରୁ ବରଷ୍ଠେ ଖେଳାଳି। ଅଧିନାୟକ ହିସାବରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ତେଣୁ ସେ ବର୍ତ୍ତମାନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଓଭାର କହିଛନ୍ତି। ଉଦ୍‌ଘାଟନୀ ଏଲପିଏଲ୍‌ କୋଭିଡ୍‌ ସମୟରେ ଅନୁଷ୍ଠିତ ହେଉଥିବାରୁ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ସମସ୍ୟା ଦେଖାଯାଇଛି। ବହୁ ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ବିଭିନ୍ନ କାରଣରୁ ଇଭେଣ୍ଟରୁ ଓହରିଯାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କ୍ରିସ୍‌ ଗେଲ୍‌, ଫାଫ୍‌ ଡୁ’ପ୍ଲେସି, ଲିଆମ ପ୍ଲଙ୍କେଟ, ଡେଭିଡ୍‌ ମଲାନ, ଲସିଥ ମାଲିଙ୍ଗା, କମରାନ ଅକମଲ, ଓ୍ବାହାବ ରିଆଜ୍‌, ମହମ୍ମଦ ହାଫିଜ୍‌ ଓ ସର୍ଫରାଜ। ଲିଗ୍‌ରେ ଯେଉଁ ପାକିସ୍ତାନୀ ଖେଳାଳିମାନଙ୍କ ଆକ୍ସନ ଦେଖିବାକୁ ମିଳିବ ସେମାନଙ୍କ ମଧ୍ୟରେ ରହିଛନ୍ତି ସୋହେଲ ତନଭୀର, ମହମ୍ମଦ ଅମିର, ଏହସାନ ଅଲୀ, ଆଜାମ ଖାଁ, ଉସ୍‌ମାନ ସିନଓ୍ବାରୀ ଏବଂ ସୋଏବ ମଲିକ। କଲମ୍ବୋରେ ପହଞ୍ଚତ୍ବା ପରେ ବାମହାତୀ ପେସ୍‌ ବୋଲର ତନଭୀର ଓ କାନାଡା ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍‌ ଟେଷ୍ଟରେ ପଜିଟିଭ ହୋଇଛନ୍ତି। ଉଦ୍‌ଘାଟନୀ ଏଲ୍‌ପିଏଲ୍‌ ଟ୍ରଫି ପାଇଁ ୫ ଫ୍ରାଞ୍ଚାଇଜ୍‌ ଜାଫନା ଷ୍ଟାଲିଅନ୍ସ, କାଣ୍ଡି ଟସ୍କର୍ସ, ଗାଲେଗ୍ଲାଡିଏଟର୍ସ, କଲମ୍ବୋ କିଙ୍ଗ୍ସ ଏବଂ ଦାମ୍ବୁଲା ହକ୍ସ ମଧ୍ୟରେ ମୁକାବିଲା ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri