ଆଫ୍ରିକାର ସ୍ବାସ୍ଥ୍ୟ ପ୍ରଯୁକ୍ତି

ଷ୍ଟିଫେନ୍‌ ଓଗ୍‌ଓ୍ବିନୋ

ଆଫ୍ରିକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାରେ ସାଧାରଣତଃ ଘୋର ଅକ୍ଷମତା ଦେଖାଯାଇଥାଏ। ଏହିି ମହାଦେଶର ସବୁ ଦେଶ ଚିକିତ୍ସା ଉପକରଣ ଓ ଓଷଧ ଯୋଗାଣ ଶୃଙ୍ଖଳା, ପ୍ରଯୁକ୍ତିଗତ ସ୍ବାସ୍ଥ୍ୟ ସେବା ଯୋଗାଇବା, ଚିକିତ୍ସାଗତ ତଥ୍ୟର ସମୀକ୍ଷା ଓ ଷ୍ଟୋରେଜ ଏବଂ ପାଣ୍ଠି ଯୋଗାଣରେ ଥିବା ବାଧା ଦୂର କରିବା ଲାଗି ସଂଗ୍ରାମ କରିଥାନ୍ତି। କିନ୍ତୁ ଏବେ ଟେଲି ମେଡିସିନ, ଡ୍ରୋନ୍‌, ଅତ୍ୟଧିକ ତଥ୍ୟ ସଂଗ୍ରହ କରି ତାହାକୁ ସଞ୍ଚାଳନ କରିବା, ପିନ୍ଧିବାଯୋଗ୍ୟ ଉପକରଣ ଆବିଷ୍କାର ଏବଂ ତଥ୍ୟଗତ ପରିଚାଳନା କ୍ଷେତ୍ରରେ ନୂତନ ପରିବର୍ତ୍ତନ ଆସିଛି। ଏହାଯୋଗୁ ସାମଗ୍ରିକ ସ୍ବାସ୍ଥ୍ୟ ବ୍ୟବସ୍ଥାର ପରିଣାମରେ ଉନ୍ନତିର ପ୍ରତିବଦ୍ଧତା ପ୍ରକାଶ ପାଇଛି ଓ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ସମାଧାନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଗତ ଦୁଇ କି ତିନି ବର୍ଷ ମଧ୍ୟରେ ଆଫ୍ରିକୀୟ ହେଲ୍‌ଥ ଟେକ୍‌ ବା ସ୍ବାସ୍ଥ୍ୟ ପ୍ରଯୁକ୍ତି କ୍ଷେତ୍ରରେ ରେକର୍ଡ ସ୍ତରର ଅଭିବୃଦ୍ଧି ଘଟିଛି। କେବଳ ୨୦୨୦ରେ ମହାଦେଶରେ ୪୦ରୁ ଅଧିକ ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ୍‌ରେ ବାହାର ଦେଶର ନିବେଶକମାନେ ପୁଞ୍ଜି ଖଟାଇଛନ୍ତି କିମ୍ବା ଆଂଶିିକ ଭାଗୀଦାରି ହୋଇଛନ୍ତି। ନିକଟରେ ଆରମ୍ଭ ହୋଇଥିବା ଫାର୍ମଗୁଡ଼ିକ ଜେନେଟିକ ସିକ୍ୱେନ୍‌ସିଂ ବା ଆନୁବାଂଶିକ ଅନୁକ୍ରମଣ , ଓଷଧ କିଣା ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଯୋଗାଇବା ଓ ତାହାକୁ କିଭଳି ଲୋକେ ଚିକିତ୍ସାରେ ଲଗାଇ ପାରିବେ, ସେହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ବହୁ ସୁଯୋଗ ରହିଛି। କିନ୍ତୁ ସ୍ବାସ୍ଥ୍ୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ଏଥିରେ ସଫଳ ହେବା ପାଇଁ କିଛି ପଦକ୍ଷେପ ନେବାକୁ ପଡ଼ିବ। ଏହାର ଏଣ୍ଟରପ୍ରିନ୍ୟୁୟରମାନେ ପୂର୍ବ ସଫଳତା ଓ ବିଫଳତାକୁ ଅନୁଧ୍ୟାନ କରିବା ଦରକାର। ସୁଯୋଗଗୁଡ଼ିକ ମଧ୍ୟରୁ ଆଫ୍ରିକାରେ କେଉଁଟି କାମ କରିବ କିମ୍ବା କେଉଁଟି କାମ କରିବ ନାହିଁ ତାହା ଉକ୍ତ ଅନୁଧ୍ୟାନ ମାଧ୍ୟମରେ ସ୍ଥିର କରିବାକୁ ହେବ। ଆଫ୍ରିକାର ହେଲ୍‌ଥ ଟେକ୍‌ଗୁଡ଼ିକ ମଧ୍ୟରେ ‘ଓ୍ବାଇଜ୍‌ପିଲ୍‌’ ଅନ୍ୟତମ। ଏହା ୨୦୦୭ରେ ପ୍ରତିଷ୍ଠା ହୋଇଥିଲା। ଦକ୍ଷିଣ ଆଫ୍ରିକାର ଏହିି କମ୍ପାନୀ ଏକ ଷ୍ଟୋରେଜ କଣ୍ଟେନର ବିକାଶ କରିଥିଲା। ଏହାର ବିଶେଷତ୍ୱ ହେଉଛି, ୟୁଜରମାନେ ଓଷଧ ଖାଇବାକୁ ଭୁଲିଯାଇଥିଲେ ଏହା ମୋବାଇଲ ଡିଭାଇସ ମାଧ୍ୟମରେ ସେମାନଙ୍କୁ ସତର୍କ କରିଦେଇଥାଏ। ଜଣେ କେତେବେଳେ ଓଷଧ ଖାଇଛନ୍ତି ସେ ସମ୍ପର୍କରେ ତଥ୍ୟ ଡାକ୍ତର ଏବଂ ବିଶେଷଜ୍ଞଙ୍କୁ ଜଣାଇଦିଏ। ଦକ୍ଷିଣ ଆଫ୍ରିକା ଏବଂ ଉଗାଣ୍ଡାରେ କରାଯାଇଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ଯେ, ଓ୍ବାଇଜ୍‌ପିଲ୍‌ ପ୍ରୟାସରେ ଚିକିତ୍ସା ଲାଗି ଓଷଧ ବ୍ୟବହାର ନିୟମ ପାଳନରେ ଯଥେଷ୍ଟ ଉନ୍ନତି ଦେଖାଯାଇଥିଲା ଓ ଏହାର ହାର ଥିଲା ୯୦%ରୁ ଅଧିକ। ସେହିଭଳି ନାଇଜେରିଆର ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ୍‌ ‘ମେଡିଟେଲ’୍‌ ମଧ୍ୟ ଓଷଧ ବ୍ୟବହାରରେ ରହିଥିବା ଜଟିଳତା ଦୂର କରିବା ଲାଗି ରୋଗୀମାନଙ୍କୁ ସତର୍କ କରାଉଥିଲା। ଏହାର ଏକ ସଫ୍ଟଓ୍ବେର ରୋଗୀଙ୍କ ପାଖକୁ ହସ୍ପିଟାଲରୁ ଟେକ୍ସଟ୍‌ ମେସେଜ୍‌ ପଠାଇ ଓଷଧ ସେବନ କରିବାକୁ ମନେପକାଇ ଦେଉଥିଲା। ପରେ ମେଡିଟେଲ୍‌ର ପ୍ରତିଷ୍ଠାତାମାନେ ଇନସ୍ୟୁରାନ୍ସ ବ୍ୟବସ୍ଥା ଏବଂ ଫାର୍ମାସ୍ୟୁଟିକାଲ କମ୍ପାନିଗୁଡ଼ିକ ସହ ବହୁ ଚୁକ୍ତି କରି ଲୋକମାନଙ୍କ ମଧ୍ୟରେ ତା’ଉପତ୍ାଦର ଗ୍ରହଣୀୟତା ବୃଦ୍ଧି କରିବା ସକାଶେ ଚେଷ୍ଟା କରିଥିଲେ। କମ୍ପାନୀ ତା’ମୂଳ ଲକ୍ଷ୍ୟରୁ ଦୂରେଇ ଯିବାରୁ ଶେଷରେ ବିଫଳ ହୋଇଥିଲା। ତେବେ ଆଫ୍ରିକୀୟ ସ୍ବାସ୍ଥ୍ୟ ପ୍ରଯୁକ୍ତି ଫାର୍ମଗୁଡ଼ିକ ଯଦି ଧୀରେ ଧୀରେ ଆଗକୁ ବଢନ୍ତି ଓ ଉପଭୋକ୍ତାଙ୍କ ମାନସିକତାକୁ ଗ୍ରହଣ କରନ୍ତି, ତେବେ ସ୍ବାସ୍ଥ୍ୟ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ହୋଇପାରିବ। ଏଭଳି ଲକ୍ଷ୍ୟ ହାସଲ ପାଇଁ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ପରିଚାଳନା କରୁଥିବା ଡିଷ୍ଟ୍ରିକ୍ଟ ହେଲ୍‌ଥ ଇନ୍‌ଫର୍ମେଶନ ସଫ୍ଟଓ୍ବେର (ଡିଏଚ୍‌ଆଇଏସ୍‌) ଦକ୍ଷିଣ ଆଫ୍ରିକାର ତିନୋଟି ଛୋଟ ଜିଲାରେ ତା’ପ୍ଲାଟଫର୍ମରେ ରୋଗୀଙ୍କ ତଥ୍ୟ ରେକର୍ଡିଂ ଆରମ୍ଭ କରିଛି। ପ୍ଲାଟଫର୍ମକୁ ବଢ଼ାଇବା ଲାଗି ଡିଏଚ୍‌ଆଇଏସ୍‌ କାର୍ଯ୍ୟ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାରିତାରେ ଉନ୍ନତି ଆଣିପାରିଛି। ଏବେ ଏହା ୭୩ଟି ଦେଶରେ ଗ୍ରହଣୀୟ ହୋଇପାରିଛି।
ଆଫ୍ରିକୀୟ ହେଲ୍‌ଥ ଟେକ୍‌ ଏଣ୍ଟରପ୍ର୍ରିିନ୍ୟୁୟରମାନେ ଲପଲବ୍ଧ ସଂସାଧନଗୁଡ଼ିକର ସଦ୍‌ଉପଯୋଗ ପାଇଁ ସେମାନଙ୍କ ପ୍ରଭାବଶାଳୀ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ୨୦୦୦ ଦଶନ୍ଧିର ମଧ୍ୟଭାଗରେ ଇଣ୍ଟର୍‌ନେଟ ସଂଯୋଗ ବ୍ୟାପକ ହୋଇ ନ ଥିଲାେବେଳ ଆଗଧାଡ଼ିର ଏସଏମ୍‌ଏସ ପ୍ରତିଷ୍ଠାତାମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କର୍ମୀ ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗ ବଢାଇବା ଲାଗି ଆଗକୁ ଆସିଥିଲେ। ଭିତ୍ତିିଭୂମି କ୍ଷେତ୍ରରେ ରହିଥିବା ବାଧାଗୁଡ଼ିକୁ ସାମ୍ନା କରି ସେମାନେ ସାଧାରଣ ଟେକ୍ସଟ୍‌ ମେସେଜ ଟେକ୍‌ନୋଲୋଜି ମାଧ୍ୟମରେ ତଥ୍ୟ ପଠାଇବା ଲାଗି ଏକ ପ୍ରୋଗ୍ରାମ ବିକାଶ କରିଥିଲେ। ବେସିକ୍‌ କ୍ୟାମେରା ଫୋନ୍‌ ମାଧ୍ୟମରେ ରକ୍ତ ନମୁନାର ଫଟୋ ଫଠାଇବା ପାଇଁ ଏହାକୁ ବ୍ୟବହାର କରାଗଲା। ଫଳରେ କ୍ଲିନିକ୍‌ ନ ଯାଇ ରୋଗୀମାନଙ୍କ ରକ୍ତ ପରୀକ୍ଷା ହୋଇପାରିଲା। ହେଲ୍ଥ ଟେକ୍‌ ଫାର୍ମଗୁଡ଼ିକରେ ରହିଥିବା ପ୍ରତିବନ୍ଧକଗୁଡ଼ିକ ଶୀଘ୍ର ଅପସରି ଯିବା ଫଳରେ ଆଫ୍ରିକାରେ ମୋବାଇଲ ଏବଂ ଇଣ୍ଟର୍‌ନେଟ ବ୍ୟବହାରୀଙ୍କ ହାର ଦ୍ରୁତଗତିରେ ବଢୁଛି। କୋଭିଡ୍‌-୧୯ ମହାମାରୀ ଏ କ୍ଷେତ୍ରରେ ନୂତନତ୍ୱ ଓ ନିବେଶକୁ ପ୍ରେରିତ କରିଛି। ୨୦୨୦ରେ ଆଫ୍ରିକାରେ ହେଲ୍‌ଥ ଟେକ୍‌ରେ ପୂର୍ବପେକ୍ଷା ସବୁଠୁ ଅଧିକ ନିବେଶ ହୋଇପାରିଛି।
ଆଫ୍ରିକା ମହାଦେଶର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ବହୁ ସମୟରେ ଆହ୍ବାନଗୁଡ଼ିକୁ ସାମ୍ନା କରି ଆଗକୁ ବି ଯାଇପାରିଛି। ଏହାକୁ ଲକ୍ଷ୍ୟ କଲେ ଆଫ୍ରିକୀୟ ହେଲ୍‌ଥ ଟେକ୍‌ ଷ୍ଟାର୍ଟଅପ୍‌ଗୁଡ଼ିକ ଶୀଘ୍ର ବିକାଶ କରିପାରିବେ ବୋଲି ଆଶା କରାଯାଏ। ଗୋଟିଏ ଦେଶରେ ସଫଳ ହେଉଥିବା ଯୋଜନାକୁ ବହୁ ଦେଶରେ ପୁନର୍ବାର ଲାଗୁ କରାଯାଇପାରିବ। ଉଦାହରଣ ସ୍ବରୂପ, ଘାନାର ଟେଲିହେଲ୍‌ଥରେ ଆଗୁଆ ଏମ୍‌ଫାର୍ମା ଏବେ ୧୦୦ଟି ଭର୍ଚ୍ଚୁଆଲ କ୍ଲିନିକ ପ୍ରତିଷ୍ଠା କରିବା ଲାଗି ପାଣ୍ଠି ପାଇପାରିଛି। ଏଭଳି ଅଭିନବତ୍ୱ ଏବଂ ବିକାଶକୁ ପ୍ରୋତ୍ସାହିତ କରିବାକୁ ଆଫ୍ରିକୀୟ ଦେଶଗୁଡ଼ିକ ସ୍ଥାୟୀ ନୀତି ଗଢିବା ଦରକାର। ଅର୍ଥାତ, ଟେକ୍‌ ବିକାଶକାରୀଙ୍କୁ ଏକ ସ୍ପଷ୍ଟ ନିୟମ ଏବଂ ଚିକିତ୍ସା କ୍ଷେତ୍ରରେ ପୁଞ୍ଜି ଆକର୍ଷିତ କରିବା ତଥା କାର୍ଯ୍ୟ କରିବାକୁ ସ୍ଥାୟୀ ପରିବେଶ ଯୋଗାଇ ଦେବାକୁ ହେବ। ସବୁ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟଧାରାକୁ ବିସ୍ତାର କରିବା ସକାଶେ ସେମାନଙ୍କ ପ୍ଲାଟ୍‌ଫର୍ମଗୁଡ଼ିକୁ ବ୍ୟବହାର କରିବା ଉଚିତ। ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତାମାନେ ନୂଆ ଟେକ୍‌ନୋଲୋଜି କ୍ଷେତ୍ରରେ ଥିବା ଅଭାବ ଓ ଅସୁବିଧାକୁ ଚିହ୍ନଟ କରି ସମାଧାନ କରିବା ଆବଶ୍ୟକ। ୟୁଜର ଏବଂ ସରକାରଙ୍କ ସମର୍ଥନ ପାଇବା ଲାଗି ଆଫ୍ରିକୀୟ ହେଲ୍‌ଥ ଟେକ୍‌ ଫାର୍ମଗୁଡ଼ିକ ପ୍ରଯୁକ୍ତି କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ଉପରେ ଧ୍ୟାନ ଦେବା ଅନିବାର୍ଯ୍ୟ । ୟୁଜର୍‌ମାନେ କିଭଳି ଅଧିକ ଲାଭ ପାଇପାରିବେ ସେ କ୍ଷେତ୍ରରେ ସେମାନେ ଲଗାତର କାଯ୍ୟ କରିବା ଦରକାର । ଆଫ୍ରିକାରେ ସ୍ବାସ୍ଥ୍ୟ ସେବାର ଭବିଷ୍ୟତ ଅଭିନବ ପଦ୍ଧତି ଉପରେ ନିର୍ଭରଶୀଳ। ସମସ୍ତ ଆଫ୍ରକାବାସୀଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ସେମାନେ କିଭଳି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ପାଇପାରିବେ ଓ ତାହାକୁ ବୁଝି ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ କରପାରିବେ ସେଥିପାଇଁ ନୂଆ ପ୍ରଯୁକ୍ତିଗ୍ରହଣ କରିବାକୁ ହେବ। କୋଭିଡ୍‌-୧୯ ମହାମାରୀ ମହାଦେଶରେ ସ୍ବାସ୍ଥ୍ୟ ପ୍ରଯୁକ୍ତିକୁ ପ୍ରେରିତ କରିବା ସହ ବହୁ ପରିବର୍ତ୍ତନ ଆଣିଛି। ଏବେ ଏଣ୍ଟରପ୍ରିନ୍ୟୁୟର ଓ ସରକାରଗୁଡ଼ିକ ଏହି ଗତିକୁ ବଜାୟ ରଖିବାକୁ ପଡ଼ିବ।
– ଫାଉଣ୍ଡର୍‌ ଏବଂ ସିଇଓ,ଷ୍ଟୋଓ୍ବିଲିଙ୍କ୍‌ ଆଇଏନ୍‌ସି.


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri