Posted inଖେଳ

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେସନ ପୂର୍ବରୁ ଏହି ପ୍ରଥମ ଟ୍ରେନିଂ ଆଶାଠାରୁ ଭଲ ଥିଲା ବୋଲି ସେ କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ କୋହଲି କୋଭିଡ୍‌-୧୯ ମହାମାରୀ କାରଣରୁ ୫ ମାସ ପରେ ଟ୍ରେନିଂ ଆରମ୍ଭ କରିଥିଲେ। ଏହି ନେଟ୍ସ ସେସନ୍‌ରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ ଓ ଆରସିବି ଟିମ୍‌ ଡାଇରେକ୍ଟର ମାଇକ ହେସନ ଯୋଗ ଦେଇଥିଲେ।
ଗତ ୫ ମାସ ହେବ ବ୍ୟାଟ ଧରି ନ ଥିଲି। ତେଣୁ ଡରି ଯାଇଥିଲି। ତେବେ ଯାହା ଆଶା କରୁଥିଲି ତାହାଠାରୁ ବହୁତ କିଛି ଅଧିକ ଥିଲା ବୋଲି କୋହଲି କହିଛନ୍ତି। ୩୧ ବର୍ଷୀୟ କୋହଲି ଗତବର୍ଷ ଆରସିବିର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଲକ୍‌ଡାଉନ୍‌ରେ ଫିଟ୍‌ ରହିଥିବାରୁ ନେଟ୍‌ ସେସନ୍‌ ଭଲ ହୋଇପାରିଥିଲା। ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଟ୍ରେନିଂ ଜାରି ରଖିଥିଲି। ଏହା ଏବେ କାମ ଦେଇଛି।
ଆଇପିଏଲ୍‌ର ୧୩ତମ ସଂସ୍କରଣ ଖେଳିବାକୁ ଆରସିବି ଦଳ ଗତ ସପ୍ତାହରେ ଦୁବାଇରେ ପହଞ୍ଚିଥିଲା। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏଥର ଆଇପିଏଲ୍‌ ଭାରତରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହୋଇଛି। କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଆରସିବି ଦଳ ଶନିବାର ନେଟ୍ସରେ ଅଭ୍ୟାସ କରିଥିଲା। ୩ ସ୍ପିନର ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର ଓ ଶାହାବାଜ ନଦୀମ ଓ ଆଉ କେତେକ ପେସର ଅଭ୍ୟାସ କରିଥିଲେ। ସ୍ପିନରମାନେ ଭଲ ପ୍ରଦର୍ଶନ କରିଛନ୍ତି।
ଆରସିବି ୩ ଥର ରନର୍ସଅପ୍‌ ହୋଇଥିଲେ ମଧ୍ୟ କେବେ ଆଇପିଏଲ୍‌ ଟାଇଟଲ ହାସଲ କରିପାରି ନାହିଁ। ୨୦୧୬ରେ ଶେଷଥର ପାଇଁ ଆରସିବି ରନର୍ସଅପ୍‌ ହୋଇଥିଲା। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟମାନେ ମଧ୍ୟ ସ୍ଥାନୀୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏକାଡେମୀରେ ପ୍ରଥମ ନେଟ୍ସ ସେସନ୍‌ରେ ଅଭ୍ୟାସ କରିଥିଲେ। ଦୀର୍ଘଦିନ ପରେ ଆମେ ଏକାଠି ହୋଇଛୁ। ତେଣୁ ଆମ ପାଖରେ ଆତ୍ମବିଶ୍ୱାସ ଭରପୂର ରହିଛି। ଭଲ ଆରମ୍ଭ ମଧ୍ୟ କରିଛୁ ବୋଲି ବାମହାତୀ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ୍‌ କହିଛନ୍ତି। ଗତ ୬ ଦିନଧରି ଆମେ ଏଠାରେ ରହିଛୁ। ଏଠାକାର ପରିବେଶ ବେଶ୍‌ ଉଷ୍ମ ରହିଛି ବୋଲି ସେ କହିଛନ୍ତି। ମାନସିକ ଭାବେ ପ୍ରସ୍ତୁତି ହେବା ପାଇଁ ସକାରାତ୍ମକ ଚିନ୍ତା କରିବା ଆବଶ୍ୟକ। ଏଥର ଟୁର୍ନାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଧାଓ୍ବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?