Posted inଖେଳ

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେସନ ପୂର୍ବରୁ ଏହି ପ୍ରଥମ ଟ୍ରେନିଂ ଆଶାଠାରୁ ଭଲ ଥିଲା ବୋଲି ସେ କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ କୋହଲି କୋଭିଡ୍‌-୧୯ ମହାମାରୀ କାରଣରୁ ୫ ମାସ ପରେ ଟ୍ରେନିଂ ଆରମ୍ଭ କରିଥିଲେ। ଏହି ନେଟ୍ସ ସେସନ୍‌ରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ ଓ ଆରସିବି ଟିମ୍‌ ଡାଇରେକ୍ଟର ମାଇକ ହେସନ ଯୋଗ ଦେଇଥିଲେ।
ଗତ ୫ ମାସ ହେବ ବ୍ୟାଟ ଧରି ନ ଥିଲି। ତେଣୁ ଡରି ଯାଇଥିଲି। ତେବେ ଯାହା ଆଶା କରୁଥିଲି ତାହାଠାରୁ ବହୁତ କିଛି ଅଧିକ ଥିଲା ବୋଲି କୋହଲି କହିଛନ୍ତି। ୩୧ ବର୍ଷୀୟ କୋହଲି ଗତବର୍ଷ ଆରସିବିର ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଲକ୍‌ଡାଉନ୍‌ରେ ଫିଟ୍‌ ରହିଥିବାରୁ ନେଟ୍‌ ସେସନ୍‌ ଭଲ ହୋଇପାରିଥିଲା। ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଟ୍ରେନିଂ ଜାରି ରଖିଥିଲି। ଏହା ଏବେ କାମ ଦେଇଛି।
ଆଇପିଏଲ୍‌ର ୧୩ତମ ସଂସ୍କରଣ ଖେଳିବାକୁ ଆରସିବି ଦଳ ଗତ ସପ୍ତାହରେ ଦୁବାଇରେ ପହଞ୍ଚିଥିଲା। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏଥର ଆଇପିଏଲ୍‌ ଭାରତରୁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହୋଇଛି। କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଆରସିବି ଦଳ ଶନିବାର ନେଟ୍ସରେ ଅଭ୍ୟାସ କରିଥିଲା। ୩ ସ୍ପିନର ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ ସୁନ୍ଦର ଓ ଶାହାବାଜ ନଦୀମ ଓ ଆଉ କେତେକ ପେସର ଅଭ୍ୟାସ କରିଥିଲେ। ସ୍ପିନରମାନେ ଭଲ ପ୍ରଦର୍ଶନ କରିଛନ୍ତି।
ଆରସିବି ୩ ଥର ରନର୍ସଅପ୍‌ ହୋଇଥିଲେ ମଧ୍ୟ କେବେ ଆଇପିଏଲ୍‌ ଟାଇଟଲ ହାସଲ କରିପାରି ନାହିଁ। ୨୦୧୬ରେ ଶେଷଥର ପାଇଁ ଆରସିବି ରନର୍ସଅପ୍‌ ହୋଇଥିଲା। ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସଦସ୍ୟମାନେ ମଧ୍ୟ ସ୍ଥାନୀୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏକାଡେମୀରେ ପ୍ରଥମ ନେଟ୍ସ ସେସନ୍‌ରେ ଅଭ୍ୟାସ କରିଥିଲେ। ଦୀର୍ଘଦିନ ପରେ ଆମେ ଏକାଠି ହୋଇଛୁ। ତେଣୁ ଆମ ପାଖରେ ଆତ୍ମବିଶ୍ୱାସ ଭରପୂର ରହିଛି। ଭଲ ଆରମ୍ଭ ମଧ୍ୟ କରିଛୁ ବୋଲି ବାମହାତୀ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ୍‌ କହିଛନ୍ତି। ଗତ ୬ ଦିନଧରି ଆମେ ଏଠାରେ ରହିଛୁ। ଏଠାକାର ପରିବେଶ ବେଶ୍‌ ଉଷ୍ମ ରହିଛି ବୋଲି ସେ କହିଛନ୍ତି। ମାନସିକ ଭାବେ ପ୍ରସ୍ତୁତି ହେବା ପାଇଁ ସକାରାତ୍ମକ ଚିନ୍ତା କରିବା ଆବଶ୍ୟକ। ଏଥର ଟୁର୍ନାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଧାଓ୍ବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri