ମୃତ ଘୋଷଣା କରିବାକୁ ଡର

ନୟାଗଡ଼,୩୧।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ରେ ଇଟାମାଟିର ରାଜ କିଶୋର ସାହୁ(୬୦) ନାମକ ଜଣେ ବୃଦ୍ଧ ମରିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ ନାହିଁ ।
ତେବେ ଏ ଘଟଣା ପ୍ରଚାରିତ ପରେ ପାଟିତୁଣ୍ଡ ଓ ଉତ୍ତେଜନା ବଢ଼ି ଚାଲିବାରୁ ଡାକ୍ତର ବାଧ୍ୟ ହୋଇ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି ।

ତରବରିଆ ଭାବେ ମହାପ୍ରୟାଣ ଭ୍ୟାନ ଡକାଇ ମୃତଦେହକୁ ଘରକୁ ପଠାଇବାର ବ୍ୟବସ୍ଥା କଲେ। ତେବେ ବୃଦ୍ଧ ଜଣକ ବେଡ୍‌ ନ ପାଇ ମେଡିସିନ ୱାର୍ଡର ବାରଣ୍ଡାରେ ଚିକିସତ୍ିତ ହେଉଥିଲେ । ସ୍ବାସ୍ଥ୍ୟସେବା ଠିକରେ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ମେଡିସିନ ୱାର୍ଡର ବାରଣ୍ଡାରେ ପଡିଥିବା ଚୌକିରେ ବସିି କ୍ଷୋଭ ପ୍ରକାଶ କରୁଥିଲେ । ଚୌକିରେ ବସିଥିବାବେଳେ ବୃଦ୍ଧ ଟଳି ପଡି ପ୍ରାଣ ହରାଇଥିଲେ । ହେଲେ ପରିବାର ଲୋକ ଜାଣି ପାରି ନ ଥିଲେ । ରାଜ କିଶୋରଙ୍କ ମୃତ୍ୟୁ ହେଉ ଅଥବା ଅନ୍ୟ କାହାରି ମୃତ୍ୟୁ ହେଉ ଅନେକ ସମୟରେ ଅନେକ ରୋଗୀ ସ୍ବାସ୍ଥ୍ୟ ସେବା ଠିକ୍‌ ନ ପାଇ ପ୍ରାଣ ହରାଉଛନ୍ତି। ଚିକସତ୍ାରେ ଅବହେଳା ଅଭିଯୋଗ ଉଠିଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚତୁରତାର ସହ ମୃତଦେହକୁ ଘରକୁ ପଠାଇ ଘଟଣାକୁ ଚାପି ଦିଆ ଯାଉଥିବାର ଅଭିଯୋଗ ହୋଇଛି ା ତେବେ ଜିଲା ମୁଖ୍ୟ ଚିକିସତ୍ାଳୟରେ ଚାଲିଥିବା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିକାର ହେଉ ନ ଥିବାରୁ ରାଜ କିଶୋରଙ୍କ ପରି ଜଣକ ପରେ ଜଣେ ପ୍ରାଣ ହରାଉଛନ୍ତି । ଅଭିଯୋଗ ନ ଥିବା ଦର୍ଶାଇ ସିଡିଏମ୍‌ଓ ଓ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି ା
ଇଟାମାଟିର ରାଜକିଶୋର ସାହୁ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବା ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କୁ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ହେଲେ ବେଡ୍‌ ନ ଥିବାରୁ ବାରଣ୍ଡାରେ ଚିକିସତ୍ିତ ହେଉଥିଲେ । ରାଜକିଶୋରଙ୍କ ପରିବାର ପକ୍ଷରୁ କୁହାଯାଇଛି ମଙ୍ଗଳ ଓ ବୁଧବାର ଦୁଇ ଦିନ ହେଲା ଠିକ୍‌ରେ ସ୍ବାସ୍ଥ୍ୟସେବା ମିଳି ନ ଥିଲା । ବୁଧବାର ଅପରାହ୍ନରେ ରାଜକିଶୋର ଚିକିସତ୍ାଳୟରେ ଟିକିଏ ବୁଲି ବାରଣ୍ଡାରେ ପଡିଥିବା ଚୌକିରେ ବସି ପଡିଥିଲେ । କିଛି ସମୟ ପରେ ଚୌକିରେ ଟଳି ପଡି ପ୍ରାଣ ହରାଇଥିଲେ ।

ପରିବାର ସଦସ୍ୟ ନର୍ସ ଓ ଡାକ୍ତରଙ୍କୁ ବାରମ୍ବାର ଡାକିବା ପରେ ବିଳମ୍ବରେ ଆସି ଇଞ୍ଜେକଶନ ଦିଆଗଲା । ତେବେ ଡାକ୍ତର ସିକ୍ୟୁରିଟ୍‌ ଗାର୍ଡଙ୍କୁ କଣ କହି ଚାଲି ଯାଇଥିଲେ । ପରେ ଡାକ୍ତର ଓ ନର୍ସ ଆସି ନ ଥିଲେ । ପରିବାର ଜାଣି ପାରିଥିଲେ ରାଜ କିଶୋର ମରି ଯାଇଛନ୍ତି । ହେଲେ ଡାକ୍ତର ମୃତ ଘୋଷଣା ନ କରିବାରୁ ସେମାନଙ୍କ ଟେନଶନ ବଢ଼ି ଯାଇଥିଲା । ସେ ସମୟରେ ରାଜ ପାଟଣାର ଜଣେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଓ ସାମାଜିକ କର୍ମୀ ଘଟଣା ସମ୍ପର୍କରେ ଅବଗତ ହୋଇ ପାଟିତୁଣ୍ଡ କରିଥିଲେ । ଉତ୍ତେଜନା ବଢ଼ିବା ଦେଖି ଡାକ୍ତର ମୃତ ଘୋଷଣା କରି ଦାୟିତ୍ୱ ଶେଷ କରିଦେଲେ ।
ଏନେଇ ସାମାଜିକ କର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି ରାଜ କିଶୋରଙ୍କ ମୃତ୍ୟୁକୁ ଅନୁଧ୍ୟାନ କଲେ ପ୍ରଶ୍ନ ଉଠୁଛି ମୃତକଙ୍କୁ ମୃତ ଘୋଷଣା କରିବାକୁ ଡାକ୍ତର କାହିଁକି ୨ ଘଣ୍ଟା ସମୟ ନେଲେ ।

ଏହା ପଛରେ ଚିକିସତ୍ା ଅବହେଳା ଅଭିଯୋଗ ଥିବାରୁ ଡାକ୍ତର ଜାଣି ଶୁଣି ମୃତ ଘୋଷଣା କଲେ ନାହିଁ । ଅନ୍ୟପକ୍ଷେ ଗତ କିଛି ଦିନ ହେଲା ଡିଏଚଏଚରେ ରୋଗୀଙ୍କୁ ବେଡ୍‌ ମିଳୁନି । ଜଣେ ରୋଗୀ ଚୌକିରେ ବସି ପ୍ରାଣ ହରାଇବା ଜିଲା ପାଇଁ ଅପମାନ । ଏ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବା ଦରକାର । ନଚେତ ଚିକସତ୍ା ଅବହେଳାରୁ ପୁଣି ଅନ୍ୟ କିଏ ପୁଣି ମରି ପାରେ ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ ରମାକାନ୍ତ ପଣ୍ଡା ଓ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ଉଭୟ ଫୋନ ଉଠାଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?