Posted inଖେଳ

କାର୍‌ ଦୁର୍ଘଟଣାରେ ଆଖିବୁଜିଲେ ଏହି ଲୋକପ୍ରିୟ କ୍ରିକେଟର୍‌

କାବୁଲ,୬।୧୦: ଆଫଗାନିସ୍ତାନ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ ନାଜିବ ତର୍କାଇଙ୍କ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ମୃତ୍ୟୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛି। ୨୯ ବର୍ଷୀୟ ତାର୍କାଇ ପୂର୍ବ ନାଙ୍ଗରହାରରେ ରାସ୍ତା ପାର ହେଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ସେ ଆଇସିୟୁରେ ଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ସେ କୋମାରେ ଥିଲେ, ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
୨୦୧୪ ମାର୍ଚ୍ଚରେ ତାର୍କାଇ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଆଫଗାନିସ୍ତାନ ପାଇଁ ୧୨ଟି-୨୦ ଏବଂ ଗୋଟିଏ ଏକଦିବସୀୟ ଖେଳିଛନ୍ତି। ଟି-୨୦ରେ ସେ ୪ଟି ଅର୍ଦ୍ଧଶତକ ସହ ୨୫୮ ରନ ସଂଗ୍ରହ କରିଛନ୍ତି। ସେ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ମଧ୍ୟ ଖେଳିଛନ୍ତି। ଏଥିରେ ସେ ହାରାହାରି ୪୭.୨୦ରେ ୨୦୩୦ ରନ ସ୍କୋର କରିଛନ୍ତି। ଏଥି ମଧ୍ୟରେ ୬ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅମିରଙ୍କୁ ମିଳିଲା ଦୁଇ ଚେତାବନୀ

ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ...

ବ୍ୟାଟିଂ କି ବୋଲିଂ ନୁହେଁ, ଏହି କାମରେ ଟ୍ୟାଲେଣ୍ଟ୍‌ ଦେଖାଇଲେ ସଚିନ ତେନ୍ଦୁଲକରଙ୍କ ପୁଅ

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିବା ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଅର୍ଜୁନଙ୍କୁ...

ଲକ୍‌ଡାଉନ୍‌ରେ ଲେଖକ ହେଲେ ମାରିଜନେ

ନୂଆଦିଲ୍ଲୀ,୧୩।୪ (ପି.ଟି.): କୋଭିଡ୍‌-୧୯ ପାଇଁ ସାରା ଦେଶ ତଥା ବିଶ୍ୱରେ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଭାରତୀୟ ମହିଳା ହକି ଦଳର କୋଚ ଜୋଏର୍ଡ...

ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ମିଳିଥିଲା ଏହି ଖାସ୍‌ ଉପହାର: ଭାବୁକ ହୋଇପଡିଲେ କୋହଲି

ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍‌ ପୂର୍ବରୁ...

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ

ଲିଡ୍ସ,୫।୭- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଆଫାଗାନିସ୍ତାନ ଓପନର ଇକ୍ରାମ ଅଲିଖିଲ। ସେ ବିଶ୍ୱକପ୍‌ ଇତିହାସରେ ସର୍ବକନିଷ୍ଠ ଖେଳାଳି...

କରଓ୍ବାଚୌଥ୍‌ର ଭିଡିଓ ଶେୟାରକରି ଟ୍ରୋଲ ହେଲେ ଏହି ଖେଳାଳି: ଜାଣନ୍ତୁ କାହିଁକି….

ସାରା ଦେଶରେ କରଓ୍ବାଚୌଥ୍‌ ପାଳନ ହୋଇଯାଇଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଛି। ସାଧାରଣ ଲୋକଙ୍କ ପରି ସେଲିବ୍ରିଟିମାନେ ମଧ୍ୟ...

ଆଇପିଏଲ୍‌ ନିଲାମି: କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍‌, ଦେଖନ୍ତୁ ପୁରା ତାଲିକା…

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ମିନି ଅକ୍ସନ(ନିଲାମି) ଏଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ଦାମ୍‌ ଲଗାଉଛନ୍ତି ସମସ୍ତ ୧୦ ଫ୍ରାଞ୍ଚାଇଜ୍‌।...

Advertisement
Archives

Model This Week