ବିପଜ୍ଜନକ ସ୍ଥିତିରେ ଆଫଗାନିସ୍ତାନ

କାବୁଲ, ୨୫।୭(ଆଇଏଏନ୍‌ଏସ୍‌): ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ସହିତ ଅଶାନ୍ତ ହେବାରେ ଲାଗିଛି ଆଫଗାନିସ୍ତାନ। ତାଲିବାନ ଆତଙ୍କବାଦୀମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳର ୯୦ ପ୍ରତିଶତ ନିଜ ଦଖଲକୁ ନେଇସାରିଥିବା ଦାବି କରୁଛନ୍ତି। କେବଳ ତାଲିବାନ ନୁହେଁ, ସେଠାରେ ଡାଏଶ୍‌ ଏବଂ ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟାଇବାରେ ଲାଗିଥିବାବେଳେ ତାଲିବାନ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ଜାତିସଂଘ ପକ୍ଷରୁ ଏକ ନୂଆ ରିପୋର୍ଟରେ ସତର୍କ କରିଦିଆଯାଇଛି। ଆଫଗାନିସ୍ତାନର ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଶାନ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି।
ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟ ଅନୁଯାୟୀ ୨୦୨୦ରେ କୁନର ଏବଂ ନଙ୍ଗରହାର ପ୍ରଦେଶରେ ବହୁ ସଦସ୍ୟଙ୍କୁ ହରାଇବା ସହ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଡାଏଶ୍‌ର ଖୋରାସନ ଶାଖା (ଆଇଏସ୍‌ଆଇଏଲ୍‌-କେ) ଏବେ ନୁରିସ୍ତାନ, ବଡଘିସ୍‌, ସାର୍‌-ଇ-ପୁଲ୍‌, ବାଗ୍‌ଲାନ, କାବୁଲ୍‌ କୁନ୍ଦୁଜ୍‌ ଆଦି ପ୍ରଦେଶକୁ ନିଜର ସଂଗଠନ ବିସ୍ତାର କରୁଛି। ସେଠାରେ ଆତଙ୍କବାଦୀମାନେ ସ୍ଲିପର ସେଲ୍‌ ପ୍ରସ୍ତୁତ କରୁଛନ୍ତି। କାବୁଲ ଓ ଏହାର ଆଖପାଖରେ ସଂଗଠନ ତା’ର ସ୍ଥିତି ମଜଭୁତ କରିବା ସହ ସଂଖ୍ୟାଲଘୁ, ସାମାଜିକ କର୍ମୀ, ସରକାରୀ କର୍ମଚାରୀ ଏବଂ ସୁରକ୍ଷା ଯବାନଙ୍କୁ ଟାର୍ଗେଟ କରୁଛି। ଗତମାସରେ ବାଗଲାନ୍‌ ପ୍ରଦେଶରେ ହାଲୋ ଟ୍ରଷ୍ଟ ସହ କାର୍ଯ୍ୟ କରୁଥିବା ୧୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ଡାଏଶ୍‌ ନିଜକୁ ଦାୟୀ କରିଥିଲା।
ସେହିପରି ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ୧୫ଟି ପ୍ରଦେଶରେ ଅଲ୍‌-କାଏଦା ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତାଲିବାନ ସୁରକ୍ଷା ମଧ୍ୟରେ ଅଲ୍‌-କାଏଦାର ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ (ଏକ୍ୟୁଆଇଏସ୍‌) କାନ୍ଦାହାର, ହେଲମଣ୍ଡ ଏବଂ ନିମ୍ରୋଜ୍‌ ପ୍ରଦେଶରୁ ଆତଙ୍କରାଜ ଚଳାଇଛନ୍ତି। ଓସାମା ମହମ୍ମଦଙ୍କ ନେତୃତ୍ୱରେ ଚାଲୁଥିବା ଏକ୍ୟୁଆଇଏସ୍‌ରେ ମୁଖ୍ୟତଃ ଆଫଗାନ ଓ ପାକିସ୍ତାନୀ ଆତଙ୍କବାଦୀମାନେ ରହିଛନ୍ତି। ଏହା ବ୍ୟତୀତ ବାଂଲାଦେଶ, ଭାରତ ଏବଂ ମ୍ୟାନ୍‌ମାରରୁ ମଧ୍ୟ ଆତଙ୍କବାଦୀ ଏଥିରେ ସାମିଲ ହୋଇଛନ୍ତି।

ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ତାଲିବାନ ଆତଙ୍କବାଦୀଙ୍କ ଶକ୍ତି ବୃଦ୍ଧି ସହ ଆଫଗାନିସ୍ତାନ ଏବେ ବିପଜ୍ଜନକ ସ୍ଥିତିରେ ରହିଥିବାରୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଦୂତାବାସ ପକ୍ଷରୁ ସତର୍କ କରାଯାଇଛି। ଆତଙ୍କବାଦୀମାନେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ସହ ରାସ୍ତାପାର୍ଶ୍ୱରେ ଆଇଇଡି ବିସ୍ଫୋରଣ ଘଟାଇପାରନ୍ତି। ସେଥିପାଇଁ ସେଠାରେ ଥିବା ଭାରତୀୟମାନେ ସବୁବେଳେ ସତର୍କ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବା ପାଇଁ ସେମାନଙ୍କୁ କୁହାଯାଇଛି। ଜୁନ୍‌ ୨୯ରେ ମଧ୍ୟ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରିଥିଲା।

୩୩ ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ବାୟୁସେନା ବିମାନରୁ ଆକ୍ରମଣ କରାଯିବା ଫଳରେ ୩୩ ତାଲିବାନ ଆତଙ୍କବାଦୀ ନିହତ ହେବା ସହ ୧୭ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଜଓ୍ବଜାନ ପ୍ରଦେଶର ମୁରଘାବ ଏବଂ ହାସନ ତବିନ ଗ୍ରାମରେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସୂଚନା ପାଇ ଯୁଦ୍ଧବିମାନରୁ ଟାର୍ଗେଟ କରାଯାଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୧୫ ଆହତ ହୋଇଛନ୍ତି। ସେହିପରି ହେଲମଣ୍ଡ ପ୍ରଦେଶ ରାଜଧାନୀ ଲଶ୍କର ଗାହ ଉପକଣ୍ଠରେ ବାୟୁସେନା ଆକ୍ରମଣରେ ୧୪ ଆତଙ୍କବାଦୀ ନିହତ ହେବା ସହ ୨ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ୩ ଗାଡ଼ି, ୬ ବାଇକ୍‌, ଦୁଇଟି ବଙ୍କର ଏବଂ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?