ବିପଜ୍ଜନକ ସ୍ଥିତିରେ ଆଫଗାନିସ୍ତାନ

କାବୁଲ, ୨୫।୭(ଆଇଏଏନ୍‌ଏସ୍‌): ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ସହିତ ଅଶାନ୍ତ ହେବାରେ ଲାଗିଛି ଆଫଗାନିସ୍ତାନ। ତାଲିବାନ ଆତଙ୍କବାଦୀମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳର ୯୦ ପ୍ରତିଶତ ନିଜ ଦଖଲକୁ ନେଇସାରିଥିବା ଦାବି କରୁଛନ୍ତି। କେବଳ ତାଲିବାନ ନୁହେଁ, ସେଠାରେ ଡାଏଶ୍‌ ଏବଂ ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟାଇବାରେ ଲାଗିଥିବାବେଳେ ତାଲିବାନ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ଜାତିସଂଘ ପକ୍ଷରୁ ଏକ ନୂଆ ରିପୋର୍ଟରେ ସତର୍କ କରିଦିଆଯାଇଛି। ଆଫଗାନିସ୍ତାନର ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଶାନ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି।
ଜାତିସଂଘ ସୁରକ୍ଷା ପରିଷଦ ରିପୋର୍ଟ ଅନୁଯାୟୀ ୨୦୨୦ରେ କୁନର ଏବଂ ନଙ୍ଗରହାର ପ୍ରଦେଶରେ ବହୁ ସଦସ୍ୟଙ୍କୁ ହରାଇବା ସହ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଡାଏଶ୍‌ର ଖୋରାସନ ଶାଖା (ଆଇଏସ୍‌ଆଇଏଲ୍‌-କେ) ଏବେ ନୁରିସ୍ତାନ, ବଡଘିସ୍‌, ସାର୍‌-ଇ-ପୁଲ୍‌, ବାଗ୍‌ଲାନ, କାବୁଲ୍‌ କୁନ୍ଦୁଜ୍‌ ଆଦି ପ୍ରଦେଶକୁ ନିଜର ସଂଗଠନ ବିସ୍ତାର କରୁଛି। ସେଠାରେ ଆତଙ୍କବାଦୀମାନେ ସ୍ଲିପର ସେଲ୍‌ ପ୍ରସ୍ତୁତ କରୁଛନ୍ତି। କାବୁଲ ଓ ଏହାର ଆଖପାଖରେ ସଂଗଠନ ତା’ର ସ୍ଥିତି ମଜଭୁତ କରିବା ସହ ସଂଖ୍ୟାଲଘୁ, ସାମାଜିକ କର୍ମୀ, ସରକାରୀ କର୍ମଚାରୀ ଏବଂ ସୁରକ୍ଷା ଯବାନଙ୍କୁ ଟାର୍ଗେଟ କରୁଛି। ଗତମାସରେ ବାଗଲାନ୍‌ ପ୍ରଦେଶରେ ହାଲୋ ଟ୍ରଷ୍ଟ ସହ କାର୍ଯ୍ୟ କରୁଥିବା ୧୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏଥିପାଇଁ ଡାଏଶ୍‌ ନିଜକୁ ଦାୟୀ କରିଥିଲା।
ସେହିପରି ଆମେରିକା ସେନା ପ୍ରତ୍ୟାହାର ପରେ ଆଫଗାନିସ୍ତାନର ୧୫ଟି ପ୍ରଦେଶରେ ଅଲ୍‌-କାଏଦା ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତାଲିବାନ ସୁରକ୍ଷା ମଧ୍ୟରେ ଅଲ୍‌-କାଏଦାର ଇଣ୍ଡିଆନ ସବ୍‌କଣ୍ଟିନେଣ୍ଟ (ଏକ୍ୟୁଆଇଏସ୍‌) କାନ୍ଦାହାର, ହେଲମଣ୍ଡ ଏବଂ ନିମ୍ରୋଜ୍‌ ପ୍ରଦେଶରୁ ଆତଙ୍କରାଜ ଚଳାଇଛନ୍ତି। ଓସାମା ମହମ୍ମଦଙ୍କ ନେତୃତ୍ୱରେ ଚାଲୁଥିବା ଏକ୍ୟୁଆଇଏସ୍‌ରେ ମୁଖ୍ୟତଃ ଆଫଗାନ ଓ ପାକିସ୍ତାନୀ ଆତଙ୍କବାଦୀମାନେ ରହିଛନ୍ତି। ଏହା ବ୍ୟତୀତ ବାଂଲାଦେଶ, ଭାରତ ଏବଂ ମ୍ୟାନ୍‌ମାରରୁ ମଧ୍ୟ ଆତଙ୍କବାଦୀ ଏଥିରେ ସାମିଲ ହୋଇଛନ୍ତି।

ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ତାଲିବାନ ଆତଙ୍କବାଦୀଙ୍କ ଶକ୍ତି ବୃଦ୍ଧି ସହ ଆଫଗାନିସ୍ତାନ ଏବେ ବିପଜ୍ଜନକ ସ୍ଥିତିରେ ରହିଥିବାରୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଦୂତାବାସ ପକ୍ଷରୁ ସତର୍କ କରାଯାଇଛି। ଆତଙ୍କବାଦୀମାନେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ସହ ରାସ୍ତାପାର୍ଶ୍ୱରେ ଆଇଇଡି ବିସ୍ଫୋରଣ ଘଟାଇପାରନ୍ତି। ସେଥିପାଇଁ ସେଠାରେ ଥିବା ଭାରତୀୟମାନେ ସବୁବେଳେ ସତର୍କ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ ବାହାରିବା ପାଇଁ ସେମାନଙ୍କୁ କୁହାଯାଇଛି। ଜୁନ୍‌ ୨୯ରେ ମଧ୍ୟ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କ ପାଇଁ ଆଡଭାଇଜରି ଜାରି କରିଥିଲା।

୩୩ ତାଲିବାନ ଆତଙ୍କବାଦୀ ନିହତ

ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ବାୟୁସେନା ବିମାନରୁ ଆକ୍ରମଣ କରାଯିବା ଫଳରେ ୩୩ ତାଲିବାନ ଆତଙ୍କବାଦୀ ନିହତ ହେବା ସହ ୧୭ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଜଓ୍ବଜାନ ପ୍ରଦେଶର ମୁରଘାବ ଏବଂ ହାସନ ତବିନ ଗ୍ରାମରେ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସୂଚନା ପାଇ ଯୁଦ୍ଧବିମାନରୁ ଟାର୍ଗେଟ କରାଯାଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୧୫ ଆହତ ହୋଇଛନ୍ତି। ସେହିପରି ହେଲମଣ୍ଡ ପ୍ରଦେଶ ରାଜଧାନୀ ଲଶ୍କର ଗାହ ଉପକଣ୍ଠରେ ବାୟୁସେନା ଆକ୍ରମଣରେ ୧୪ ଆତଙ୍କବାଦୀ ନିହତ ହେବା ସହ ୨ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ୩ ଗାଡ଼ି, ୬ ବାଇକ୍‌, ଦୁଇଟି ବଙ୍କର ଏବଂ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri