ତିନି ପୂର୍ବ ଚାମ୍ପିୟନଙ୍କୁ ହରାଇ ସାରିଲାଣି ଆଫଗାନିସ୍ଥାନ, ଏହିପରି ପହଞ୍ଚିପାରେ ସେମିଫାଇନାଲରେ

ନୂଆଦିଲ୍ଲୀ,୩୦/୧୦: ଚଳିତ ଦିନିକିଆ ବିଶ୍ୱକପରେ ଯଦି କୌଣସି ଟିମ୍ ସବୁଠୁ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ କରିଛି, ସେ ହେଉଛି ଆଫଗାନିସ୍ଥାନ। ଆତଙ୍କବାଦ ଏବଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଆଫଗାନିସ୍ଥାନ କ୍ରିକେଟରେ କିନ୍ତୁ ଆଗକୁ ବଢି଼ବା ଜାରି ରଖିଛି। ସୋମବାର ପୁଣି ଆଫଗାନିସ୍ଥାନ ଟିମ୍ ଏକ ବିପର୍ଯ୍ୟୟ ସୃଷ୍ଟି କରି ୧୯୯୬ ମସିହାର ଚାମ୍ପିୟନ ଟିମ୍କୁ ପରାସ୍ତ କରିଛି।

ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ୪୯.୩ ବଲରେ ୨୪୧ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ଥାନ ଆଗରେ ରଖିଥିଲା। ଜବାବରେ ଆଫଗାନିସ୍ଥାନ ୪୫.୨ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଚଳିତ ବିଶ୍ୱକପରେ ଆଫଗାନିସ୍ଥାନ ତିନି ପୂର୍ବ ଚାମ୍ପିୟନକୁ ମାଟି କାମୁଡ଼ାଇ ସେମିଫାଇନାଲ ଅଭିମୁଖେ ଆଗେଇ ଚାଲିଛି।

ଏହା ପୂର୍ବରୁ, ଅକ୍ଟୋବର ୧୫ ରେ ଆଫଗାନିସ୍ତାନ ପ୍ରଥମେ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରି କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଥିଲା। ଏହାପରେ ଅକ୍ଟୋବର ୨୩ ରେ ଆଫଗାନିସ୍ତାନ ପଡୋଶୀ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରି ଉତ୍ତେଜନା ସୃଷ୍ଟି କରିଥିଲା। ଉଭୟ ଇଂଲଣ୍ଡ ଏବଂ ପାକିସ୍ତାନ ପୂର୍ବତନ ଚାମ୍ପିୟନ ହୋଇଛନ୍ତି। ୧୯୯୨ ମସିହାରେ ଇମ୍ରାନ ଖାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ବିଶ୍ୱକପ ଜିତିଥିବାବେଳେ ଇଂଲଣ୍ଡ ୨୦୧୯ ରେ ଚାମ୍ପିୟନ ହୋଇଥିଲା।

ବର୍ତ୍ତମାନ ଆଫଗାନିସ୍ତାନ ଆଉ ତିନଟାଇମଞ୍ଚ ଖେଳିବ। ତିନି ନଭେମ୍ବରରେ ନେଦରଲ୍ୟାଣ୍ଡ୍ସ, ୭ ଏବଂ ୧୦ ନଭେମ୍ବରରେ କ୍ରମଶଃ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଭେଟିବ। ତେବେ ଏଠାରୁ ଆଫଗାନିସ୍ତାନର ରାସ୍ତ ସାମାନ୍ୟ କଠିନ ମନେହୁଏ। କାରଣ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇବା ସହଜ ହେବ ନାହିଁ। କିନ୍ତୁ ସେମିଫାଇନାଲ କୌଣସି ବି ପରିସ୍ଥିତିରେ ଏହି ଦୁଇ ଦଳକୁ ହରାଇବାକୁ ପଡିବ।

ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ଥାନ ୬ ମ୍ୟାଚ୍ରୁ ୩ ବିଜୟ ସହିତ ୬ ପଏଣ୍ଟ ହାସଲ କରିଛି। ତେବେ ଯଦି ଦଳ ଆଗାମୀ ୩ ମ୍ୟାଚ ଜିତିନିଏ ତେବେ ସେମିଫାଇନାଲ ରାସ୍ତା ସମ୍ପୂର୍ଣ୍ଣ ସହଜ ହୋଇଯିବ। ବର୍ତ୍ତମାନ ପଏଣ୍ଟ ଟେବୁଲ ଦେଖିଲେ ଭାରତ ବ୍ୟତୀତ ଅନ୍ୟ ଏସିଆ ଟିମ୍ ଆଫଗାନିସ୍ଥାନ ତଳେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?