Posted inଖେଳ

ଦୀପାବଳି ଭଳି ଫୁଟିଲା ବାଣ, ରାସ୍ତାରେ ଧୁମ୍‌ ନାଚିଲେ ପ୍ରଶଂସକ; ଆଫଗାନିସ୍ତାନର ଐତିହାସିକ ବିଜୟ ପରେ କାବୁଲରେ ଉତ୍ସବ;Video

କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍‌ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି। ଏଥିସହିତ ଦଳ ଏହି ଟୁର୍ନାମେଣ୍ଟରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଏହାକୁ ନେଇ କେବଳ ଖେଳାଳିମାନେ ଉତ୍ସବ ପାଳନ କରିନାହାନ୍ତିି ବରଂ ଆଫଗାନିସ୍ତାନ ପ୍ରଶଂସକମାନେ ମଧ୍ୟ ଏସବୁରେ ପଛରେ ରହି ନାହାନ୍ତି। ଇଂଲଣ୍ଡ ବିପକ୍ଷରେ ଦଳର ବିଜୟ ପରେ ଆଫଗାନିସ୍ତାନରେ ଦୀପାବଳି ଭଳି ପରିବେଶ ସୃଷ୍ଟି ହୋଇଥିଲା।
ଲାହୋରରେ ଇଂଲଣ୍ଡ ବିପକ୍ଷରେ ବିଜୟ ଲାଭ କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଉତ୍ସବ ମନା ଯାଇଥିଲା। ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଧୁମ ଧାମ୍‌ରେ ଉତ୍ସବ ପାଳନ କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେମାନେ ନିଆଁ ଲଗାଇବା ସହ ପ୍ରଚୁର ବାଣ ଫୁଟାଉଥିବା ଦେଖାଯାଉଛି। କିଛି ପ୍ରଶଂସକଙ୍କୁ ବାଇକ ଷ୍ଟଣ୍ଟ କରୁଥିବାର ମଧ୍ୟ ଦେଖାଯାଇଛି। କେବଳ ଏତିକି ନୁହେଁ ହଜାର ହଜାର ପ୍ରଶଂସକ ନିଜ ଦଳର ବିଜୟକୁ ପାଳନ କରିବା ପାଇଁ ରାସ୍ତାରେ ଏକ ରାଲି ବାହାର କରିଥିଲେ। ଏହି ସମୟରେ ଅନେକ ପ୍ରଶଂସକ ଗାଡ଼ି ଉପରେ ନାଚୁଥିବାର ଦେଖାଯାଇଥିଲା। ସେହିଭଳି ରାସ୍ତାରେ ଅନେକ ଲୋକ ନାଚୁଥିଲେ।
ଆଫଗାନିସ୍ତାନ ଦଳ ଯେଉଁଭଳି ପରିସ୍ଥିତିରୁ ବିଜୟ ଲାଭ କଲା  ତାହା ଦେଖିବା ପରେ ବିଶ୍ୱର ମହାନ ଖେଳାଳିମାନେ ଚକିତ ହୋଇଯାଇଛନ୍ତି। ଲାହୋରରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୭ ରନରେ ୩ ଉଇକେଟ ହରାଇଥିଲା। ଏହା ପରେ ଇବ୍ରାହିମ ଜାଦ୍ରନ ୧୭୭ ରନର ଇନିଂସ ଖେଳିଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ୪୦ ରନ ଏବଂ ଆଜମତୁଲ୍ଲା ଓମାରଜାଇ ୪୧ ରନ ଯୋଗଦାନ କରି ଦଳର ସ୍କୋରକୁ ୩୨୫ ରେ ପହଞ୍ଚାଇଥିଲେ।

ଜବାବରେ ରୁଟ୍‌ଙ୍କ ଶତକ ଯୋଗୁ ଇଂଲଣ୍ଡ ୬ ଉଇକେଟ ହରାଇ ୨୮୭ ରନ କରିଥିଲା ଏବଂ ବିଜୟ ନିକଟତର ମନେ ହେଉଥିଲା। କିନ୍ତୁ ଆଜମତୁଲ୍ଲା ଓମାରଜାଇ ପ୍ରଥମେ ରୁଟ୍‌ ଏବଂ ପରେ ଜେମି ଓଭରଟନ୍‌ଙ୍କ ଉଇକେଟ ନେଇ ଇଂଲଣ୍ଡକୁ ପରାଜୟମୁହାଁ କରିଥିଲେ। ଶେଷ ଓଭରରେ ୧୩ ରନ ରକ୍ଷା କରି ଓମାରଜାଇ ଆଦିଲ ରଶିଦଙ୍କ ଉଇକେଟ ନେଇ ଇନିଂସ ଏବଂ ମ୍ୟାଚ୍‌ର ଅନ୍ତ ଘଟାଇଥିଲେ। ଏହି କାରଣରୁ ଇଂଲଣ୍ଡ ଟିମ୍‌ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଥିଲା। ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ଆଫଗାନିସ୍ତାନ ୨୦୨୩ ODI ବିଶ୍ୱକପ ସମୟରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?