Posted inଖେଳ

IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍‌ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଲାଗି ଆଫଗାନିସ୍ତାନ ଟିମ୍‌ ଏକ ଚକିତ କଲାଭଳି ନିଷ୍ପତ୍ତି ନେଇଛି। ବୋର୍ଡ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ଏହି ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍ରାନ୍‌ ଦଳର ଅଧିନାୟକ ହେବେ। ଏହାପୂର୍ବରୁ ରଶିଦ ଖାନ୍‌ ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଥିଲେ। ହେଲେ ତାଙ୍କୁ ଭାରତ ବିପକ୍ଷ ସିରିଜ ଲାଗି ଅଧିନାୟକ ଦାୟିତ୍ୱ ଦିଆଯାଇନାହିଁ।
ନିକଟରେ ୟୁଏଇ ବିପକ୍ଷରେ ଖେଳାଯାଇଥିବା ଟି୨୦ ସିରିଜରେ ଇବ୍ରାହିମ୍‌ ଦଳର ଅଧିନାୟକ ହୋଇଥିଲେ। ହେଲେ ରଶିଦଙ୍କୁ ଦଳରେ ଚୟନ କରାଯାଇ ନ ଥିବା ବେଳେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏବେ ଭାରତ ବିପକ୍ଷ ସିରିଜ ଲାଗି ରଶିଦଙ୍କୁ ଦଳରେ ସ୍ଥାନ ମିଳିଥିଲେ ହେଁ ଇବ୍ରାହିମ୍‌ଙ୍କୁ ଅଧିନାୟକ କରାଯାଇଛି।
ଟିମ୍‌ରେ ସ୍ପିନର ମୁତିବ ଉର ରେହମାନଙ୍କୁ ସୁଯୋଗ ମିଳିଛି। ଏହାଛଡ଼ା ରହମାନୁଲ୍ଲା ଗୁରୁବାଜଙ୍କ ବ୍ୟାକ୍‌ଅପ୍‌ ଭାବେ ଇକ୍ରାମ ଅଲିଖିଲଙ୍କୁ ନିଆଯାଇଛି।
ଆଫଗାନିସ୍ତାନ କ୍ରିକେଟ ଦଳ: ଇବ୍ରାହିମ ଜାଦ୍ରାନ (କ୍ୟାପଟେନ୍‌), ରହମାନୁଲ୍ଲା ଗୁରୁବାଜ (ଉଇକେଟକିପର), ଇକ୍ରାମ ଅଲିଖିଲ (ଉଇକେଟ କିପର), ହଜରତୁଲ୍ଲା ଜାଜାଇ, ରହମତ ଶାହା, ନଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନବୀ, କରିମ ଜନତ, ଅଜମୁଲ୍ଲା ଓମାରଜାଇ, ଶରାଫୁଦ୍ଦିନ ଅଶରଫ, ମୁଜୀବ ଉର ରେହମାନ, ଫରିଦ ଅହମ୍ମଦ, ନବୀନ ଉଲ ହକ, ନୁର ଅହମ୍ମଦ, ମହମ୍ମଦ ସଲିମ, କାଇସ ଅହମ୍ମଦ, ଗୁଲବାଦିନ ନାଏବ, ରଶିଦ ଖାନ

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?