Posted inଖେଳ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଭେଟେରାନ୍‌ କ୍ରିକେଟର

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫିର ଠିକ୍‌ ପୂର୍ବରୁ ଅବସର ଘୋଷଣା କରି ଚମକାଇଲେ ଜଣେ ଲୋକପ୍ରିୟ କ୍ରିକେଟର। ଫଳରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ନିଜକୁ ଦୂରେଇ ନେଇଛନ୍ତି। ଶାପୁର ଜଣେ ଦ୍ରୁତ ବୋଲର ଥିଲେ। ଏବେ ତାଙ୍କ ବୋଲିଂର ଯାଦୁ କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ନାହିଁ। ସେ ଫେସବୁକ୍‌ରେ ଏକ ଲମ୍ବା ପୋଷ୍ଟ ଲେଖି ତାଙ୍କର ଅବସର ଘୋଷଣା କରିଛନ୍ତି।

ଜାଦ୍ରାନ ଜାନୁଆରୀ ୩୦ରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ସନ୍ୟାସ। ଆଜି ଏପରି ଦିନ ଯାହାକୁ ମୁଁ କେବେ ସାମ୍ନା କରିବାକୁ ଚାହୁଁ ନ ଥିଲି, କିନ୍ତୁ ଏହା ଶେଷରେ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଆସେ। କ୍ରିକେଟ ପ୍ରତି ୨୨ ବର୍ଷର ସେବା, ତ୍ୟାଗ ଏବଂ ପ୍ରେମ ପରେ, ମୁଁ ଆନୁଷ୍ଠାନିକ ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ କାରଣ କ୍ରିକେଟ ମୋ ପାଇଁ କେବଳ ଏକ ଖେଳ ନୁହେଁ, ଏହା ମୋର ଆଗ୍ରହ, ମୋର ପରିଚୟ ଏବଂ ମୋର ଉଦ୍ଦେଶ୍ୟ ରହି ଆସିଛି।
ଜାଦ୍ରାନ ଆହୁରି ଲେଖିଛନ୍ତି, ‘ପିଲାଦିନରୁ ମୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବାର ସ୍ବପ୍ନ ଦେଖୁଥିଲି। ଏବେ ପଛକୁ ଫେରି ଚାହିଁଲେ ମୁଁ ଅନ୍ତର୍ଜାତୀୟସ୍ତରରେ ଆମ ଦେଶର ପତାକାର ସମ୍ମାନ ବଢ଼ାଇବାରେ ଭୂମିକା ଗ୍ରହଣ କରିଥିବାରୁ ଗର୍ବିତ।’ ଆଫଗାନ କ୍ରିକେଟର ସବୁଠାରୁ ଚ୍ୟାଲେଞ୍ଜିଂ ସମୟରେ ମୋର ଯାତ୍ରା ଆରମ୍ଭ ହୋଇଥିଲା। ମୁଁ ଅସୁବିଧାର ସମ୍ମୁଖୀନ ହେଲି। ମୁଁ ସୀମିତ ସମ୍ବଳ ସହିତ ଖେଳିଲି ଏବଂ ଅନେକ ବାଧା ଅତିକ୍ରମ କଲି, କିନ୍ତୁ ମୁଁ କେବେ ବିଶ୍ୱାସ ହରାଇ ନ ଥିଲି। କ୍ରିକେଟ ପ୍ରଶଂସକ, ମୋର ସାଥୀ ଖେଳାଳି, ପ୍ରଶିକ୍ଷକ ଏବଂ ବିଶେଷକରି ମୋ ପରିବାରର ସମର୍ଥନ ମୋତେ ପ୍ରତ୍ୟେକ କଷ୍ଟକୁ ଦୂର କରିବାରେ ସାହାଯ୍ୟ କରିଥିଲା। ଏହି ଲମ୍ବା ଯାତ୍ରା ସମୟରେ ମୋ ସହିତ ଠିଆ ହୋଇଥିବା ସମସ୍ତଙ୍କୁ ମୁଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ମୋ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ଆଫଗାନିସ୍ତାନର ଲୋକଙ୍କ ପ୍ରେମ, ପ୍ରାର୍ଥନା ଏବଂ ଅତୁଟ ସମର୍ଥନ ମୋର ସବୁଠାରୁ ବଡ଼ ଶକ୍ତି ହୋଇଛି।

ଜାଦ୍ରାନ ୨୦୦୯ରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କର ଶେଷ ମ୍ୟାଚ୍‌ ୨୦୨୦ ମାର୍ଚ୍ଚରେ ଖେଳିଥିଲେ। ଜାଦ୍ରାନ ୨୦୧୫ ବିଶ୍ୱକପରେ ଆଫଗାନିସ୍ତାନ ଦଳର ଅଂଶ ଥିଲେ। ଏହି ସମୟ ମଧ୍ୟରେ, ଯେତେବେଳେ ଆଫଗାନିସ୍ତାନ ବିଶ୍ୱକପ ଇତିହାସରେ ସ୍କଟଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା, ସେତେବେଳେ ବିଜୟୀ ରନ ଜାଦ୍ରାନଙ୍କ ବ୍ୟାଟରୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri