Posted inଖେଳ

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି ଭେଟେରାନ୍‌ କ୍ରିକେଟର

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫିର ଠିକ୍‌ ପୂର୍ବରୁ ଅବସର ଘୋଷଣା କରି ଚମକାଇଲେ ଜଣେ ଲୋକପ୍ରିୟ କ୍ରିକେଟର। ଫଳରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ବ୍ରେକ ଲାଗିଛି। ସେ ହେଲେ ଆଫଗାନିସ୍ତାନ କ୍ରିକେଟର ଶାପୁର ଜାଦ୍ରାନ। ୩୭ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ନିଜକୁ ଦୂରେଇ ନେଇଛନ୍ତି। ଶାପୁର ଜଣେ ଦ୍ରୁତ ବୋଲର ଥିଲେ। ଏବେ ତାଙ୍କ ବୋଲିଂର ଯାଦୁ କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ନାହିଁ। ସେ ଫେସବୁକ୍‌ରେ ଏକ ଲମ୍ବା ପୋଷ୍ଟ ଲେଖି ତାଙ୍କର ଅବସର ଘୋଷଣା କରିଛନ୍ତି।

ଜାଦ୍ରାନ ଜାନୁଆରୀ ୩୦ରେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ସନ୍ୟାସ। ଆଜି ଏପରି ଦିନ ଯାହାକୁ ମୁଁ କେବେ ସାମ୍ନା କରିବାକୁ ଚାହୁଁ ନ ଥିଲି, କିନ୍ତୁ ଏହା ଶେଷରେ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଆସେ। କ୍ରିକେଟ ପ୍ରତି ୨୨ ବର୍ଷର ସେବା, ତ୍ୟାଗ ଏବଂ ପ୍ରେମ ପରେ, ମୁଁ ଆନୁଷ୍ଠାନିକ ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ମଧ୍ୟରୁ ଗୋଟିଏ କାରଣ କ୍ରିକେଟ ମୋ ପାଇଁ କେବଳ ଏକ ଖେଳ ନୁହେଁ, ଏହା ମୋର ଆଗ୍ରହ, ମୋର ପରିଚୟ ଏବଂ ମୋର ଉଦ୍ଦେଶ୍ୟ ରହି ଆସିଛି।
ଜାଦ୍ରାନ ଆହୁରି ଲେଖିଛନ୍ତି, ‘ପିଲାଦିନରୁ ମୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବାର ସ୍ବପ୍ନ ଦେଖୁଥିଲି। ଏବେ ପଛକୁ ଫେରି ଚାହିଁଲେ ମୁଁ ଅନ୍ତର୍ଜାତୀୟସ୍ତରରେ ଆମ ଦେଶର ପତାକାର ସମ୍ମାନ ବଢ଼ାଇବାରେ ଭୂମିକା ଗ୍ରହଣ କରିଥିବାରୁ ଗର୍ବିତ।’ ଆଫଗାନ କ୍ରିକେଟର ସବୁଠାରୁ ଚ୍ୟାଲେଞ୍ଜିଂ ସମୟରେ ମୋର ଯାତ୍ରା ଆରମ୍ଭ ହୋଇଥିଲା। ମୁଁ ଅସୁବିଧାର ସମ୍ମୁଖୀନ ହେଲି। ମୁଁ ସୀମିତ ସମ୍ବଳ ସହିତ ଖେଳିଲି ଏବଂ ଅନେକ ବାଧା ଅତିକ୍ରମ କଲି, କିନ୍ତୁ ମୁଁ କେବେ ବିଶ୍ୱାସ ହରାଇ ନ ଥିଲି। କ୍ରିକେଟ ପ୍ରଶଂସକ, ମୋର ସାଥୀ ଖେଳାଳି, ପ୍ରଶିକ୍ଷକ ଏବଂ ବିଶେଷକରି ମୋ ପରିବାରର ସମର୍ଥନ ମୋତେ ପ୍ରତ୍ୟେକ କଷ୍ଟକୁ ଦୂର କରିବାରେ ସାହାଯ୍ୟ କରିଥିଲା। ଏହି ଲମ୍ବା ଯାତ୍ରା ସମୟରେ ମୋ ସହିତ ଠିଆ ହୋଇଥିବା ସମସ୍ତଙ୍କୁ ମୁଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି। ମୋ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ଆଫଗାନିସ୍ତାନର ଲୋକଙ୍କ ପ୍ରେମ, ପ୍ରାର୍ଥନା ଏବଂ ଅତୁଟ ସମର୍ଥନ ମୋର ସବୁଠାରୁ ବଡ଼ ଶକ୍ତି ହୋଇଛି।

ଜାଦ୍ରାନ ୨୦୦୯ରେ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କର ଶେଷ ମ୍ୟାଚ୍‌ ୨୦୨୦ ମାର୍ଚ୍ଚରେ ଖେଳିଥିଲେ। ଜାଦ୍ରାନ ୨୦୧୫ ବିଶ୍ୱକପରେ ଆଫଗାନିସ୍ତାନ ଦଳର ଅଂଶ ଥିଲେ। ଏହି ସମୟ ମଧ୍ୟରେ, ଯେତେବେଳେ ଆଫଗାନିସ୍ତାନ ବିଶ୍ୱକପ ଇତିହାସରେ ସ୍କଟଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା, ସେତେବେଳେ ବିଜୟୀ ରନ ଜାଦ୍ରାନଙ୍କ ବ୍ୟାଟରୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?