ଆଫଗାନ୍‌ ମହିଳାଙ୍କ ଏକମାତ୍ର ରେଡିଓ ଷ୍ଟେଶନ ବନ୍ଦ

କାବୁଲ,୭/୨:୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନର ନିୟନ୍ତ୍ରଣ ନିଜ ହାତକୁ ନେବାର ୫ ମାସ ପୂର୍ବରୁ ରାଜଧାନୀ କାବୁଲରେ ଖୋଲାଯାଇଥିଲା ‘ରେଡିଓ ବେଗମ୍‌’। ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ବେତାର ପ୍ରସାରଣ କେନ୍ଦ୍ର ସହ ଅନୁବନ୍ଧିତ ଏକ ସାଟେଲାଇଟ୍‌ ଚ୍ୟାନେଲ ‘ବେଗମ୍‌ ଟିଭି’ ଫ୍ରାନ୍ସରୁ ପ୍ରସାରିତ ହୋଇଥାଏ। ଆଫଗାନିସ୍ତାନର ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକୁ ‘ବେଗମ୍‌ ଟିଭି’ ପ୍ରସାର କରିଥାଏ। ‘ରେଡିଓ ବେଗମ୍‌’ ମଧ୍ୟ ଦୈନିକ ଅନୂ୍ୟନ ୬ ଘଣ୍ଟା ପିଲାଙ୍କ ପାଠପଢ଼ା ସମ୍ପର୍କିତ କାର୍ଯ୍ୟକ୍ରମ ବ୍ରଡ୍‌କାଷ୍ଟ କରିଥାଏ। ସେହିପରି ଆଫ୍‌ଗାନ ମହିଳାଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ, ମନସ୍ତତ୍ତ୍ୱ ଓ ଆଧ୍ୟାମତ୍ିକ କାର୍ଯ୍ୟକ୍ରମର ପ୍ରସାର କରାଯାଇଥାଏ। କିନ୍ତୁ ମଙ୍ଗଳବାର ତାଲିବାନ୍‌ ଏହା ଉପରେ ହଠାତ୍‌ ଚଢ଼ାଉ କରି ଅଫିସରେ ତାଲା ପକାଇଦେଇଛି। ତାଲିବାନ୍‌ର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀମାନେ ଚଢ଼ାଉ ବେଳେ ଏହି ରେଡିଓ ଷ୍ଟେଶନରୁ ଅନେକ କମ୍ପ୍ୟୁଟର, ହାର୍ଡ ଡ୍ରାଇଭ୍‌, ଫାଇଲ, ଫୋନ୍‌ ଆଦି ଜବତ କରିଛନ୍ତି। ମହିଳା ଖବରଦାତାଙ୍କ ସାମଗ୍ରୀ ଜବତ କରିବା ପରେ କର୍ମଚାରୀମାନଙ୍କୁ ସେଠାକୁ କାର୍ଯ୍ୟ କରିବା ପାଇଁ ଆଉ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପରିଚାଳନା ଦାୟିତ୍ୱରେ ନ ଥିବା ୨ ଜଣ ପୁରୁଷ କର୍ମଚାରୀଙ୍କୁ ଗିରଫ କରିନେଇଛନ୍ତି। ‘ରେଡିଓ ବେଗମ୍‌’ ଆଫଗାନ୍‌ ସରକାରଙ୍କ ପ୍ରସାରଣ ନୀତିକୁ ଉଲ୍ଲଂଘନ କରିବା ସହ ପ୍ରାପ୍ତ ଲାଇସେନ୍ସର ଦୁରୁପଯୋଗ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ତାଲିବାନ୍‌ କହିଛି। ତେବେ ଏହି ରେଡିଓ ଷ୍ଟେଶନକୁ କେବେଠୁ ସ୍ବାଭାବିକ ଭାବେ ପୁନଃ ପ୍ରସାରଣ ଅନୁମତି ଦିଆଯିବ ସେନେଇ ତାଲିବାନ୍‌ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ରେଡିଓ ଷ୍ଟେଶନ୍‌ର ଭବିଷ୍ୟତ ସ୍ଥିର କରିବା ପାଇଁ ସବୁ ଜରୁରୀ ଦସ୍ତାବିଜକୁ ଯାଞ୍ଚ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷେ ‘ରେଡିଓ ବେଗମ୍‌’ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବିଷୟକୁ ଏହାର କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଆଫ୍‌ଗାନିସ୍ତାନବାସୀ ଓ ବିଶେଷକରି ମହିଳାଙ୍କୁ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟେଶନ୍‌ ପକ୍ଷରୁ କୁହାଯାଇଛି।
ଏକ ବିଦେଶୀ ଗଣମାଧ୍ୟମ ସହ ମିଶି କାର୍ଯ୍ୟ କରିବା ଅଭିଯୋଗରେ ତାଲିବାନ୍‌ ପକ୍ଷରୁ ଶଟର ବନ୍ଦ କରାଯିବାର ଏହା ହେଉଛି ଦ୍ୱିତୀୟ ଘଟଣା। ଗତବର୍ଷ ମେ’ରେ ତାଲିବାନ୍‌ ଆଫ୍‌ଗାନିସ୍ତାନର ଖବରଦାତା ଓ ବିଶେଷଜ୍ଞମାନଙ୍କୁ ଆଫ୍‌ଗାନିସ୍ତାନ ଇଣ୍ଟରନ୍ୟାଶନାଲ ଟିଭି ସହ ସମନ୍ବୟ ରଖି କାର୍ଯ୍ୟ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯୁଦ୍ଧ ପ୍ରଭାବିତ ଦେଶରୁ ନିର୍ବାସିତ ଲୋକଙ୍କ ସହ ମିଶି ଏହି ଟିଭି ଚ୍ୟାନେଲ କାର୍ଯ୍ୟ କରିଥାଏ। ମାନବାଧିକାର ସଙ୍ଗଠନଗୁଡ଼ିକ ତାଲିବାନ୍‌କୁ ରେଡିଓ ଷ୍ଟେଶନ ଉପରୁ କଟକଣା ହଟାଇବାକୁ ଦାବି କରିଛନ୍ତି। ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ-୨୦୨୪ରେ ୧୮୦ ଦେଶ ମଧ୍ୟରୁ ଆଫଗାନିସ୍ତାନର ସ୍ଥାନ ୧୭୮ରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri