କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ

କଟକ,୭ା୨(କାର୍ତ୍ତିକ ସାହୁ):କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ କଟକବାସୀ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରେ ଏହି ମାନ୍ୟତା ପ୍ରାପ୍ତିକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବାଲିଯାତ୍ରା ହେଉଛି ନୌବାଣିଜ୍ୟର ଐତିହ୍ୟ। ଏହାକୁ ସ୍ବୀକୃତି ଦେବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କଠାରେ ଦାବି କରାଯାଇଛି। ୨୦୧୯ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଆସିଥିଲା। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ତାହାକୁ ସ୍ବୀକୃତି ମିଳିଛି।
କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂଙ୍କ କହିବାନୁସାରେ, କୁମ୍ଭମେଳାକୁ କେନ୍ଦ୍ର ସରକାର ୨/୩ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି, ବାଲିଯାତ୍ରାକୁ ମଧ୍ୟ ସେହିଭଳି କେନ୍ଦ୍ରୀୟ ଅନୁଦାନ ମିଳିବ। କଟକରେ ଜାତୀୟ ସ୍ତରର ମେଳା ହେବ। ଏଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସମାଗମ ହେବ। ଦେଶବିଦେଶରୁ ବିଭିନ୍ନ ବାଣିଜି୍ୟକ ସଂସ୍ଥା ବାଲିଯାତ୍ରାକୁ ଆସିବ।
ଜାତୀୟ ସ୍ତରୀୟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତବର୍ଷ ବିଭିନ୍ନ ଦେଶରୁ ଆମ୍ବାସାଡାରମାନେ ବାଲିଯାତ୍ରା ମହୋତ୍ସବରେ ସାମିଲ ହେବେ। ବାଲିଯାତ୍ରା ଆମ ରାଜ୍ୟର ମହୋତ୍ସବ ହୋଇ ରହିବନାହିଁ। ଏହା ଜାତୀୟ ମହୋତ୍ସବରେ ପରିଣତ ହେବ। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ ମିଳିତ ଭାବେ ବାଲିଯାତ୍ରା ଆୟୋଜନ କରିଆସୁଥିଲେ। ପୂର୍ବରୁ ୧୦ ଏକର ଜାଗାରେ ବାଲିଯାତ୍ରା ହେଉଥିବାବେଳେ ଏହାର କଳେବର ବୃଦ୍ଧି ପାଇ ୩୪ ଏକର ଜାଗାରେ ହେଉଛି। ଏଥିପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଉଥିଲେ। ମାତ୍ର ଏଣିକି କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ବାଲିଯାତ୍ରା ଆୟୋଜନ, ପରିଚାଳନାରେ ସାମିଲ ହେବେ। ଜାତୀୟ ମାନ୍ୟତାପ୍ରାପ୍ତି ପରେ ଏହା ୩୪ ଏକର ପରିବର୍ତ୍ତେ ୧୦୦ ଏକର ଜାଗାରେ ଅନୁଷ୍ଠିତ ହେବ। ୮ ଦିନ ଅବା ୯ ଦିନ ବଦଳରେ ୧୫ ଦିନ ବ୍ୟାପୀ ବାଲିଯାତ୍ରା ଚାଲିବ। ଏଠାରେ କୌଣସି ସ୍ଥାୟୀ ନିର୍ମାଣ ହେଉ ନ ଥିବାରୁ ଏନ୍‌ଜିଟିଙ୍କ କଟକଣା ବାଧକ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?