କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା:ଏଣିକି କୁମ୍ଭମେଳା ପରି କଳେବର ବୃଦ୍ଧି ହେବ

କଟକ,୭ା୨(କାର୍ତ୍ତିକ ସାହୁ):କଟକ ବାଲିଯାତ୍ରାକୁ କେନ୍ଦ୍ର ସରକାର ଜାତୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହାକୁ ନେଇ କଟକବାସୀ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ମହଲରେ ଏହି ମାନ୍ୟତା ପ୍ରାପ୍ତିକୁ ନେଇ ଆନନ୍ଦ ପ୍ରକାଶ ପାଇଛି। ବାଲିଯାତ୍ରା ହେଉଛି ନୌବାଣିଜ୍ୟର ଐତିହ୍ୟ। ଏହାକୁ ସ୍ବୀକୃତି ଦେବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କଠାରେ ଦାବି କରାଯାଇଛି। ୨୦୧୯ରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ହୋଇଆସିଥିଲା। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ତାହାକୁ ସ୍ବୀକୃତି ମିଳିଛି।
କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂଙ୍କ କହିବାନୁସାରେ, କୁମ୍ଭମେଳାକୁ କେନ୍ଦ୍ର ସରକାର ୨/୩ ହଜାର କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି, ବାଲିଯାତ୍ରାକୁ ମଧ୍ୟ ସେହିଭଳି କେନ୍ଦ୍ରୀୟ ଅନୁଦାନ ମିଳିବ। କଟକରେ ଜାତୀୟ ସ୍ତରର ମେଳା ହେବ। ଏଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କ ସମାଗମ ହେବ। ଦେଶବିଦେଶରୁ ବିଭିନ୍ନ ବାଣିଜି୍ୟକ ସଂସ୍ଥା ବାଲିଯାତ୍ରାକୁ ଆସିବ।
ଜାତୀୟ ସ୍ତରୀୟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେବେ। ଚଳିତବର୍ଷ ବିଭିନ୍ନ ଦେଶରୁ ଆମ୍ବାସାଡାରମାନେ ବାଲିଯାତ୍ରା ମହୋତ୍ସବରେ ସାମିଲ ହେବେ। ବାଲିଯାତ୍ରା ଆମ ରାଜ୍ୟର ମହୋତ୍ସବ ହୋଇ ରହିବନାହିଁ। ଏହା ଜାତୀୟ ମହୋତ୍ସବରେ ପରିଣତ ହେବ। କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ ମିଳିତ ଭାବେ ବାଲିଯାତ୍ରା ଆୟୋଜନ କରିଆସୁଥିଲେ। ପୂର୍ବରୁ ୧୦ ଏକର ଜାଗାରେ ବାଲିଯାତ୍ରା ହେଉଥିବାବେଳେ ଏହାର କଳେବର ବୃଦ୍ଧି ପାଇ ୩୪ ଏକର ଜାଗାରେ ହେଉଛି। ଏଥିପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଇ ଦେଉଥିଲେ। ମାତ୍ର ଏଣିକି କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ବାଲିଯାତ୍ରା ଆୟୋଜନ, ପରିଚାଳନାରେ ସାମିଲ ହେବେ। ଜାତୀୟ ମାନ୍ୟତାପ୍ରାପ୍ତି ପରେ ଏହା ୩୪ ଏକର ପରିବର୍ତ୍ତେ ୧୦୦ ଏକର ଜାଗାରେ ଅନୁଷ୍ଠିତ ହେବ। ୮ ଦିନ ଅବା ୯ ଦିନ ବଦଳରେ ୧୫ ଦିନ ବ୍ୟାପୀ ବାଲିଯାତ୍ରା ଚାଲିବ। ଏଠାରେ କୌଣସି ସ୍ଥାୟୀ ନିର୍ମାଣ ହେଉ ନ ଥିବାରୁ ଏନ୍‌ଜିଟିଙ୍କ କଟକଣା ବାଧକ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri