ଆଫଗାନ୍‌ ମହିଳାଙ୍କ ଏକମାତ୍ର ରେଡିଓ ଷ୍ଟେଶନ ବନ୍ଦ

କାବୁଲ,୭/୨:୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନର ନିୟନ୍ତ୍ରଣ ନିଜ ହାତକୁ ନେବାର ୫ ମାସ ପୂର୍ବରୁ ରାଜଧାନୀ କାବୁଲରେ ଖୋଲାଯାଇଥିଲା ‘ରେଡିଓ ବେଗମ୍‌’। ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ବେତାର ପ୍ରସାରଣ କେନ୍ଦ୍ର ସହ ଅନୁବନ୍ଧିତ ଏକ ସାଟେଲାଇଟ୍‌ ଚ୍ୟାନେଲ ‘ବେଗମ୍‌ ଟିଭି’ ଫ୍ରାନ୍ସରୁ ପ୍ରସାରିତ ହୋଇଥାଏ। ଆଫଗାନିସ୍ତାନର ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ଶୈକ୍ଷିକ କାର୍ଯ୍ୟକ୍ରମଗୁଡ଼ିକୁ ‘ବେଗମ୍‌ ଟିଭି’ ପ୍ରସାର କରିଥାଏ। ‘ରେଡିଓ ବେଗମ୍‌’ ମଧ୍ୟ ଦୈନିକ ଅନୂ୍ୟନ ୬ ଘଣ୍ଟା ପିଲାଙ୍କ ପାଠପଢ଼ା ସମ୍ପର୍କିତ କାର୍ଯ୍ୟକ୍ରମ ବ୍ରଡ୍‌କାଷ୍ଟ କରିଥାଏ। ସେହିପରି ଆଫ୍‌ଗାନ ମହିଳାଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ, ମନସ୍ତତ୍ତ୍ୱ ଓ ଆଧ୍ୟାମତ୍ିକ କାର୍ଯ୍ୟକ୍ରମର ପ୍ରସାର କରାଯାଇଥାଏ। କିନ୍ତୁ ମଙ୍ଗଳବାର ତାଲିବାନ୍‌ ଏହା ଉପରେ ହଠାତ୍‌ ଚଢ଼ାଉ କରି ଅଫିସରେ ତାଲା ପକାଇଦେଇଛି। ତାଲିବାନ୍‌ର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀମାନେ ଚଢ଼ାଉ ବେଳେ ଏହି ରେଡିଓ ଷ୍ଟେଶନରୁ ଅନେକ କମ୍ପ୍ୟୁଟର, ହାର୍ଡ ଡ୍ରାଇଭ୍‌, ଫାଇଲ, ଫୋନ୍‌ ଆଦି ଜବତ କରିଛନ୍ତି। ମହିଳା ଖବରଦାତାଙ୍କ ସାମଗ୍ରୀ ଜବତ କରିବା ପରେ କର୍ମଚାରୀମାନଙ୍କୁ ସେଠାକୁ କାର୍ଯ୍ୟ କରିବା ପାଇଁ ଆଉ ନ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପରିଚାଳନା ଦାୟିତ୍ୱରେ ନ ଥିବା ୨ ଜଣ ପୁରୁଷ କର୍ମଚାରୀଙ୍କୁ ଗିରଫ କରିନେଇଛନ୍ତି। ‘ରେଡିଓ ବେଗମ୍‌’ ଆଫଗାନ୍‌ ସରକାରଙ୍କ ପ୍ରସାରଣ ନୀତିକୁ ଉଲ୍ଲଂଘନ କରିବା ସହ ପ୍ରାପ୍ତ ଲାଇସେନ୍ସର ଦୁରୁପଯୋଗ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ତାଲିବାନ୍‌ କହିଛି। ତେବେ ଏହି ରେଡିଓ ଷ୍ଟେଶନକୁ କେବେଠୁ ସ୍ବାଭାବିକ ଭାବେ ପୁନଃ ପ୍ରସାରଣ ଅନୁମତି ଦିଆଯିବ ସେନେଇ ତାଲିବାନ୍‌ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ରେଡିଓ ଷ୍ଟେଶନ୍‌ର ଭବିଷ୍ୟତ ସ୍ଥିର କରିବା ପାଇଁ ସବୁ ଜରୁରୀ ଦସ୍ତାବିଜକୁ ଯାଞ୍ଚ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷେ ‘ରେଡିଓ ବେଗମ୍‌’ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ବିଷୟକୁ ଏହାର କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଆଫ୍‌ଗାନିସ୍ତାନବାସୀ ଓ ବିଶେଷକରି ମହିଳାଙ୍କୁ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟେଶନ୍‌ ପକ୍ଷରୁ କୁହାଯାଇଛି।
ଏକ ବିଦେଶୀ ଗଣମାଧ୍ୟମ ସହ ମିଶି କାର୍ଯ୍ୟ କରିବା ଅଭିଯୋଗରେ ତାଲିବାନ୍‌ ପକ୍ଷରୁ ଶଟର ବନ୍ଦ କରାଯିବାର ଏହା ହେଉଛି ଦ୍ୱିତୀୟ ଘଟଣା। ଗତବର୍ଷ ମେ’ରେ ତାଲିବାନ୍‌ ଆଫ୍‌ଗାନିସ୍ତାନର ଖବରଦାତା ଓ ବିଶେଷଜ୍ଞମାନଙ୍କୁ ଆଫ୍‌ଗାନିସ୍ତାନ ଇଣ୍ଟରନ୍ୟାଶନାଲ ଟିଭି ସହ ସମନ୍ବୟ ରଖି କାର୍ଯ୍ୟ କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଯୁଦ୍ଧ ପ୍ରଭାବିତ ଦେଶରୁ ନିର୍ବାସିତ ଲୋକଙ୍କ ସହ ମିଶି ଏହି ଟିଭି ଚ୍ୟାନେଲ କାର୍ଯ୍ୟ କରିଥାଏ। ମାନବାଧିକାର ସଙ୍ଗଠନଗୁଡ଼ିକ ତାଲିବାନ୍‌କୁ ରେଡିଓ ଷ୍ଟେଶନ ଉପରୁ କଟକଣା ହଟାଇବାକୁ ଦାବି କରିଛନ୍ତି। ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କ-୨୦୨୪ରେ ୧୮୦ ଦେଶ ମଧ୍ୟରୁ ଆଫଗାନିସ୍ତାନର ସ୍ଥାନ ୧୭୮ରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?