Posted inଜାତୀୟ

ବିମାନ ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀରେ ପହଞ୍ଚିଲେ ଆଫଗାନ୍‌ ବାଳକ

ନୂଆଦିଲ୍ଲୀ,୨୩ା୯(ପି.ଟି.): ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି। କେଏଏମ୍‌ ଏୟାରଲାଇନ୍ସର ଆର୍‌କ୍ୟୁ-୪୪୦୧ ବିମାନରେ ୨ ଘଣ୍ଟାର ଯାତ୍ରା ପରେ ସେ ରବିବାର ସକାଳ ୧୧ଟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ଏୟାରପୋର୍ଟ କର୍ମଚାରୀମାନେ ବାଳକଙ୍କୁ ଧରିନେଇ ସିଆଇଏସ୍‌ଏଫ୍‌ ଯବାନଙ୍କ ଜିମା ଦେଇଥିଲେ। ସେମାନେ ତାଙ୍କୁ ୩ ନମ୍ବର ଟର୍ମିନାଲକୁ ନେଇ ପଚରାଉଚରା କରିବାରୁ ସେ ଲୁଚିଛପି କାବୁଲ ବିମାନବନ୍ଦରରେ ପ୍ରବେଶ କରିଥିବା କହିଥିଲେ। କୌତୂହଳ କାରଣରୁ ସେ ବିମାନର ରିଅର ସେଣ୍ଟ୍ରାଲ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ଜେରା ପରେ ସେହି ବିମାନରେ ତାଙ୍କୁ ଆଫଗାନିସ୍ତାନ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ , ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସି

ଭୁବନେଶ୍ୱର/କୋଲକାତା, ୯/୬: ଦୀଘା ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ବଡ଼ ଘୋଷଣା କରିଛନ୍ତି।…

ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ୧୧ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୫ଜିଲାକୁ ଆଲର୍ଟ କଲା IMD

ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ (UP) ରେ ପାଣିପାଗ ଏବେଠାରୁ ରୂପ ବଦଳାଇବା ଆରମ୍ଭ କଲାଣି। ବାରାଣସୀ, ପ୍ରୟାଗରାଜ, ବାନ୍ଦା ଏବଂ ଆଗ୍ରା ଭଳି ସହରଗୁଡ଼ିକରେ ପାରଦ ୪୧…

‘ଦୀଘା ଜଗନ୍ନାଥ ଧାମ’ ନାମ ପରିବର୍ତ୍ତନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯।୬: ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ…

ସୁଜାତା ଆର୍. ପାଣ୍ଡିଆନଙ୍କ ବିଜେଡିରେ ଯୋଗଦାନକୁ ନେଇ ଜୋର ଧରିଛି ଚର୍ଚ୍ଚା : ଏପଟେ ବୁଲେଇ ବଙ୍କେଇ ଏମିତି କିଛି କହିଦେଲେ ଭୂପିନ୍ଦର

ଭୁବନେଶ୍ୱର, ୯।୬: ବିଜୁ ଜନତା ଦଳ (ବିଜେଡି)ରେ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦଳର ବରିଷ୍ଠ ନେତା ଭୂପିନ୍ଦର…

ନିଜ ଜ୍ୱାଇଁକୁ ବାହାହେଲେ ଶାଶୁ, ସ୍ତ୍ରୀ ଦେଖି କହିଲେ…

କାନପୁର,୯।୬: ଉତ୍ତରପ୍ରଦେଶର କାନପୁର ଦେହାତ ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ସ୍ତ୍ରୀଙ୍କୁ ଛାଡ଼ି ଶାଶୁଙ୍କୁ କୋର୍ଟରେ ବାହା ହେଇଛନ୍ତି। ବିବାହ…

କମିବାର ନାଁ ନେଉନାହିଁ ମମତାଙ୍କ ସମସ୍ୟା; ହଠାତ୍‌ କାର୍ଯ୍ୟାଳୟରେ ପହଞ୍ଚିଲା CID ଟିମ୍‌, ଜାଣନ୍ତୁ କାହିଁକିି…

କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ…

TMC ମୁଖ୍ୟରୁ ହଟିବେ ମମତା? ବିଦ୍ରୋହୀ ଦଳ ଖେଳିବେ ବଡ଼ ଗେମ୍‌!

ନୂଆଦିଲ୍ଳୀ,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC) ଏବେ ଏକ ବଡ଼ ଧରଣର ବିଦ୍ରୋହ ଓ ବିଭାଜନର ସାମ୍ନା କରୁଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ଏବେ…

FIFA World Cup ଆଉ ୨ ଦିନ : ପରସ୍ପର ବିପକ୍ଷରେ ଖେଳିବେ ଭାଇ-ଭାଇ

ଓ୍ବାଶିଂଟନ୍‌,୯।୬: ଫିଫା ବିଶ୍ୱକପ୍‌କୁ ଆଉ ୨ ଦିନ। ଜୁନ ୧୧ରୁ ଆରମ୍ଭ ହେଉଥିବା ବିଶ୍ୱକପ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri