Posted inଖେଳ

ଏଏଫ୍‌ସି କପ୍‌: ବିଜୟ ସହ ନକ୍ ଆଉଟରେ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍‌ସି କପ୍‌ର ମ୍ୟାଚ୍‌ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ବିଜୟ ସହିତ ଏଏଫ୍‌ସି କପ୍‌ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍‌ ଡିରେ ସ୍ଥାନ ପାଇଥିବା ଓଏଫ୍‌ସି ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହିତ ୧୨ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ପକ୍ଷରୁ ୬୧ ତମ ମିନିଟରେ ମୋର୍ଟାଡା ଫଲ୍‌ ଏକମାତ୍ର ଗୋଲ ସ୍କୋର କରିଥିଲେ।

ନକ୍ ଆଉଟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବା ପାଇଁ ଓଏଫ୍‌ସିକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବା ବେଳେ ଦଳ ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ଓଏଫ୍‌ସି ୪-୨-୩-୧ କମ୍ବିନେଶନ ସହ ଓହ୍ଲାଇଥିବା ବେଳେ ପ୍ରଥମାର୍ଦ୍ଧରେ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲା। ତେବେ ବସୁନ୍ଧରା କିଙ୍ଗ୍ସ ଗୋଲକିପର ଏହାକୁ ରୋକିବାରେ ସମର୍ଥ ହୋଇଥିଲେ।

ପ୍ରଥମାର୍ଦ୍ଧ ଗୋଲଶୂନନ୍ୟ ରହିଥିଲେ ମଧ୍ୟ ଶେଷ ଆଡକୁ ବେଶ ନାଟକୀୟ ରହିଥିଲା। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଅହମଦ ଜାହୋହଙ୍କୁ ଫାଉଲ ମାରିବା କାରଣରୁ ମିଡଫିଲ୍ଡର ଆସ୍ରୋର ଗଫୁରୋଭଙ୍କୁ ରେଡକାର୍ଡ ପ୍ରଦାନ କରିଥିଲେ ରେଫରି। ଏହାକୁ ନେଇ କିଛି ସମୟ ଧରି ଉତ୍ତେଜନା ମୂଳକ ପରସ୍ଥିତି ଦେଖିବାକୁ ମିଳିଥିଲା। ବସୁନ୍ଧରାର ସପୋର୍ଟ ଷ୍ଟାଫ୍‌ ରେଫରୀଙ୍କ ସହିତ ଯୁକ୍ତି କରିଥିବା ବେଳେ ମୁଖ୍ୟ କୋଚ୍‌ ଓସ୍କାର ବ୍ରୁଜୋନଙ୍କୁ ୟେଲୋ କାର୍ଡ ମିଳିଥିଲା।

ଦ୍ୱିତୀୟାର୍ଦ୍ଧରେ ବସୁନ୍ଧରା କିଙ୍ଗ୍ସ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଓଏଫ୍‌ସି ମ୍ୟାଚ୍‌ରେ ୧୦ଟି କର୍ନର ହାସଲ କରିଥିଲେ ମଧ୍ୟ ବସୁନ୍ଧରା କିଙ୍ଗ୍ସ ଗୋଲକିପର ମେହିଦି ହସନ ଶ୍ରବୋନ୍‌ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ। ୬୧ ତମ ମିନିଟରେ ଓଡ଼ିଶାକୁ ମିଳିଥିବା କର୍ନରକୁ ଗୋଲ୍‌ରେ ପରିଣତ କରିଥିଲେ ମୋର୍ଟାଡା ଫଲ୍‌। ଜାହୋହଙ୍କ ଶକ୍ତିଶାଳୀ କର୍ନର କିକ୍‌କୁ ହେଡର ଜରିଆରେ ଗୋଲ୍‌ରେ ପରିଣତ କରିଥିଲେ ଫଲ୍‌। ଏଏଫ୍‌ସି କପ୍‌ରେ ଏହା ତାଙ୍କର ଦ୍ୱିତୀୟ ଗୋଲ୍‌। ପୂର୍ବରୁ ମଜିୟା ଏଫ୍‌ସି ବପକ୍ଷରେ ଫଲ୍‌ ଏକ ଗୋଲ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?