ମାର୍ଗାଓ,୨୨।୪(ପି.ଟି.): ଏଠାରେ ଚାଲିଥିବା ଏସିଆନ ଫୁଟ୍ବଲ କନ୍ଫେଡେରେଶନ (ଏଏଫ୍ସି) ଚାମ୍ପିୟନ୍ସ ଲିଗ୍ରେ ଭାରତୀୟ କ୍ଲବ ଏଫ୍ସି ଗୋଆ ପ୍ରଭାବୀ ପ୍ରଦର୍ଶନ କରିଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ରେ ଗୋଆ ଲଢେଇ କରି ୧-୨ ଗୋଲରେ ଗ୍ରୁପ ‘ଇ’ ଶୀର୍ଷରେ ଥିବା ପେର୍ସେପଲିସ୍ ପରାସ୍ତ ହୋଇଛି।
୧୪ତମ ମିନିଟ୍ରେ ଏଡୁ ବେଡିଆ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରାଇଥିଲେ। ଗୋଲ ଦେବାରେ ବେଡିଆଙ୍କୁ ବ୍ରାଣ୍ଡନ ଫର୍ନାଣ୍ଡିଜ୍ ସହାୟତା ପ୍ରଦାନ କରିଥିଲେ। ଭାରତର ଏହି ଖୁସି ବେଶି ସମୟ ତିଷ୍ଠି ପାରି ନ ଥିଲା। ପେର୍ସେପଲିସ୍ ଏହାପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇ ମ୍ୟାଚ୍ ହାତେଇଥିଲା। ଦଳ ତରଫରୁ ୧୮ତମ ମିନିଟ୍ରେ ମେହଦି ତୋରାବି ପେନାଲ୍ଟି ଜରିଆରେ ୧୮ତମ ମିନିଟ୍ରେ ଗୋଲ ସ୍କୋର କରିଥିଲେ। ଏହାର ଠିକ୍ ୫ ମିନିଟ୍ ପରେ ୨୪ତମ ମିନିଟ୍ରେ ଜଲାଲ ହୋସେଇନି ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। କୋତୋଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ଭାରତୀୟ କ୍ଲବ୍କୁ ପରାଜୟ ବରଣ କରିବାକୁ ହୋଇଥିଲା।
ଗତ ସଂସ୍କରଣରେ ପେର୍ସେପଲିସ୍ ରନର୍ସଅପ୍ ବିବେଚିତ ହୋଇଥିଲା। ଇଞ୍ଜୁରି କାରଣରୁ ଗୋଆ ଆଦିଲ ଖାଁଙ୍କ ବଦଳରେ ଅମରଜିତ ସିଂଙ୍କୁ ୨୯ ତମ ମିନିଟ୍ରେ ସାମିଲ କରାଯାଇଥିଲା। ଏଥିସହିତ ଗ୍ରୁପ୍ ପର୍ଯ୍ୟାୟରେ ଗୋଆ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପଟେ ପେର୍ସେପଲିସ୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ପ୍ରଥମଥର ପାଇଁ ଗୋଆ ଏହି କଣ୍ଟିନେଣ୍ଟାଲ ଟପ୍ ଟାୟର ଲିଗ୍ରେ ଅଂଶଗ୍ରହଣ କରିଛି। ଗୋଆ ତୃତୀୟ ସ୍ଥାନରେ ରହିଛି। ପରାସ୍ତ ହୋଇଥିଲେ ମଧ୍ୟ ଗୋଆର ପ୍ରଦର୍ଶନ ପ୍ରଶଂସନୀୟ ଥିଲା।


