Advertisement

ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି ା ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଲିକେପ୍ଟରରେ ଏରିଏଲ ସର୍ଭେ ହେବ। ରାଜ୍ୟ ପୋଲିସ ସହ ସିଆରପିଏଫ ଏବଂ ବିଏସ୍‌ଏଫ୍‌ ମାଓବାଦୀ ଦମନରେ ସାମିଲ ହେବା ନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଶୁକ୍ରବାର ରାଜ୍ୟ ପୋଲିସ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଆଇଜି (ଅପରେଶନ) ଅମିତାଭ ଠାକୁର, ଡିଆଇଜି ଏସ୍‌ଆଇଡବ୍ଲ୍ୟୁ ଅନିରୁଦ୍ଧ କୁମାର ସିଂ, ବିଏସ୍‌ଏଫ ଆଇଜି ଧନେଶ୍ୱର କୁମାର ଶର୍ମା, ଡିଆଇଜି ଧୀରେନ୍ଦ୍ର କୁମାର ପ୍ରମୁଖ ଏକ ହେଲିକପ୍ଟରରେ ଆସି ଫୁଲବାଣୀ ପୋଲିସ ରିଜର୍ଭ ପଡିଆରେ ଓହ୍ଲାଇଥିଲେ। ସେଠାରୁ ଗାଡିରେ ଜିଲା ପୋଲିସ ମୁଖ୍ୟାଳୟ ଆସି ମାଓବାଦୀ ଦମନ ସଂକ୍ରାନ୍ତରେ ଏସ୍‌ପି ଭିନୀତ ଅଗ୍ରୱାଲ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ବାଲିଗୁଡା ଏସ୍‌ଡିପିଓ ଜି.ରାଘବେନ୍ଦ୍ର, ସିଆର୍‌ପିଏଫ କମାଣ୍ଡାଣ୍ଟ ଆନନ୍ଦଝାଙ୍କ ସହ ଆଲୋଚନା କରିଥିଲେ। ଜିଲାର ମାଓବାଦୀ ପ୍ରଭାବିତ ଅଞ୍ଚଳ ଗୋଚ୍ଛାପଡ଼ା, ପାହିରାଜୁ, କଲମପଦର, ରାକା, ମିଙ୍ଗୁନପଦର, ସାଡ଼ିଙ୍ଗିଆ, ଲୁବେନଗଡ଼ ଏବଂ ଆଉ କେତେକ ଅଞ୍ଚଳରେ ଏରିଅଲ ସର୍ଭେ ହେବ। ମାଓବାଦୀ ଦମନ ପାଇଁ ଆଗକୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଜି ଠାକୁର କହିଛନ୍ତି। ଏଥିସହ ସେମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ବିଏସ୍‌ଏଫ ଆଇଜି ଧନେଶ୍ୱର କୁମାର ଶର୍ମା କହିଛନ୍ତି, ରାଜ୍ୟ ସରକାର ମାଓବାଦୀ ଦମନ ପାଇଁ ସେମାନଙ୍କ ସହଯୋଗ ଲୋଡ଼ିଲେ ସେହି ଅନୁସାରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ। ସରକାରଙ୍କ ଯୋଜନା ଅନୁସାରେ ସବୁ କାମ ହେବ। ତାହା ଉପରେ ଅଧିକ କିଛି କହି ହେବନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ କୋମ୍ବିଂ ଅପରେଶନ ବେଳେ ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଲାଲ ବାହିନୀ ଗତ ସୋମବାର ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ଆଦି ପୋଡି ଦେଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ, ମନ୍ତ୍ରୀ

କେସିଙ୍ଗା,୨୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ପୂର୍ତ୍ତ ଓ ଗୃହମନ୍ତ୍ରୀ ପ୍ରଫୁଲ କୁମାର ମଲିକ ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ...

ଧାନ କିଣାବିକାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଗଡ଼ବାନ୍ଧଗୋଡ଼ାରେ ଧାନକିଣାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ଶନିବାର ଜଣେ ଚାଷୀ ସମବାୟ ସମିତିକୁ ଧାନ...

ଟ୍ରେନ୍‌ ଧକ୍କାରେ ୩ ଗାଈଙ୍କ ଜୀବନ ଗଲା

କେନ୍ଦୁଝର,୭ା୫(ସ୍ବ.ପ୍ର.): ସ୍ଥାନୀୟ ନରଣପୁର ରେଲଓ୍ବେ ଷ୍ଟେଶନ ନିକଟରେ ରେଳ ଦୁର୍ଘଟଣା ଘଟି ୩ ଗାଈଙ୍କର ମୃତ୍ୟୁ ଘଟିଛି। ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂର ରେଲଓ୍ବେ...

ମହୁଲପଡ଼ା-ରଏନପଡ଼ା ଯୋର ପୁଲିଆ କାମ୍‌: ୮ ବଛର ହେଲା ଦରଖଁଡ଼ିଆ ହେଇ ପଡ଼ିଛେ

  କେସିଙ୍ଗା, ୭।୩ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପରଲସିଙ୍ଗା ପଁଚେତ୍‌ ମହୁଲପଡ଼ାରୁ ରଏନପଡ଼ା ମଝିରେ ଗୁଟେ ଯୋର ରହିଛେ। ଯେନ୍‌ଥିରଲାଗି ଗଁାବାସୀ...

ବଅଁରପାଳରେ ବଢୁଛି ଅପରାଧ: ୨ ମାସରେ ୧୯ ଡକାୟତି

ବଅଁରପାଳ,୨୫।୮(ଡି.ଏନ.ଏ.) – ବଅଁରପାଳ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ଦିନ ଦ୍ୱିପ୍ରହରରେ ଲୋକଙ୍କଠାରୁ...

ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ...

ଧାନ ବୋଝେଇ ଟ୍ରକ୍‌କୁ ୫୮,୦୪୦ ଟଙ୍କା ଜରିମାନା

ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍‌କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ)...

ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ବଇଣ୍ଡା,୨୧।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ରାଇନାଳୀ, ହେମାମୁରା, ବାତ୍ରାଖୋଳ, ଲକ୍ଷ୍ମୀପୁର, ଟେଣ୍ଟୁଲୀ ଗ୍ରାମ ଗୁଡ଼ିକରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି...

Advertisement
Archives

Model This Week