ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ପାଇଁ ଆଡ୍‌ଭାଇଜରି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):କରୋନାରୁ ଆରୋଗ୍ୟ ପରବର୍ତ୍ତୀ ପରିଚାଳନା ସଂକ୍ରାନ୍ତରେ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଆଡ଼ଭାଇଜରି ଜାରି ହୋଇଛି। ସୁସ୍ଥ ହେବା ପରେ ମଧ୍ୟ ଅଧିକାଂଶ ଆକ୍ରାନ୍ତଙ୍କ ପାଖରେ ଅନ୍ୟକିଛି ରୋଗର ଲକ୍ଷଣ ଦେଖାଯାଉଛି। ତେଣୁ ଏକ୍ଷେତ୍ରରେ ବ୍ୟକ୍ତିଗତ ସ୍ତରରେ, ଗୋଷ୍ଠୀ ସ୍ତରରେ ଓ ହସ୍ପିଟାଲ ସ୍ତରରେ କ’ଣ କରିବାକୁ ହେବ ତାହା କୁହାଯାଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ମେଡିକାଲ କଲେଜର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଜଣାଇଛନ୍ତି।
ହସ୍ପିଟାଲ ସ୍ତରରେ ଦିଆଯାଇଥିବା ଆଡ଼ଭାଇଜରି ଅନୁସାରେ, ଜଣେ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ୭ଦିନ ମଧ୍ୟରେ ହସ୍ପିଟାଲ ପକ୍ଷରୁ ପ୍ରଥମ ଫଲୋଅପ୍‌ କରାଯିବ। ଶାରିରୀକ ଭାବେ ହେଉ କିମ୍ବା ଟେଲିଫୋନ୍‌ରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଏହାପରେ ଡିସ୍‌ଚାର୍ଜର ଚତୁର୍ଥ ସପ୍ତାହ ଓ ଦ୍ୱାଦଶ ସପ୍ତାହରେ ରେଗୁଲାର ଫଲୋଅପ୍‌ କରାଯିବ। ଯଦି କେହି ହୋମ୍‌ ଆଇସୋଲେଶନରେ ରହିଥିବେ ଏବଂ ସେ କିଛି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିବେ, ତେବେ ସେ ନିକଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇପାରିବେ। ତେବେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଫଲୋଅପ୍‌କୁ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଅନେକ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତ ସୁସ୍ଥ ହେବାପରେ ସେମାନଙ୍କ ଫଲୋଅପ୍‌କୁ ମଧ୍ୟ ଆଡ୍‌ଭାଇଜରିରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ସୁସ୍ଥ ହେବା ପରେ କ’ଣ କରିବେ

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟକ୍ତିଗତ ସ୍ତରରେ ମଧ୍ୟ କେତେକ ପରାମର୍ଶ ଦିଆଯାଇଛି। ସୁସ୍ଥ ହେବା ପରେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା, ହାତ ସଫା କରିବା, ସାନିଟାଇଜର ବ୍ୟବହାର କରିବାକୁ ପଡ଼ିବ। ପାଣି ବହୁତ ପିଇବେ। ଯଦି ସ୍ବାସ୍ଥ୍ୟବସ୍ଥା ଠିକ୍‌ ଲାଗୁଛି, ତେବେ ଘର କାମ ସହିତ ନିଜ ପ୍ରଫେଶନାଲ କାମ କରିପାରିବେ। ପ୍ରତିଦିନ ଯୋଗ, ବ୍ୟାୟାମ, ମେଡିଟେଶନ କରିବା ଉଚିତ। ପୁଷ୍ଟିକର ଖାଦ୍ୟ ଖାଇବା ସହିତ ପର୍ଯ୍ୟାପ୍ତ ଶୋଇବା ଉଚିତ। ମଦ ଓ ଧୁମ୍ରପାନଠାରୁ ଦୂରେଇ ରହିବା ଉଚିତ। ସେହିପରି ଗୋଷ୍ଠୀସ୍ତରରେ କୁହାଯାଇଛି ଯେ, ଯେଉଁ ରୋଗୀ ସୁସ୍ଥ ହେଉଛନ୍ତି ସେମାନେ ନିଜ ଅଭିଜ୍ଞତାକୁ ସାଙ୍ଗ ଓ ବନ୍ଧୁବର୍ଗରେ ବାଣ୍ଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri