Posted inଜାତୀୟ

ଏଲ୍‌ଏସିରେ ଲ୍ୟାଣ୍ଡମାଇନ ବିଛାଉଛି ଚାଇନା

ନୂଆଦିଲ୍ଲୀ,୨୨ା୧୦: ଭାରତ-ଚାଇନା ସୀମା ବିବାଦ ଥମିବାର ନାଁ ନେଉନାହିଁ। ଗତ ଜୁନ୍‌ ମାସରୁ ଦୁଇଦେଶ ମୁହଁାମୁହିଁ ଅବସ୍ଥାରେ ଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଲ୍ୟାଣ୍ଡମାଇନ୍‌ ବିଛାଇବା ଆରମ୍ଭ କରିଛି। ଲ୍ୟାଣ୍ଡମାଇନ୍‌ ପାଇଁ ପିଏଲ୍‌ଏ ଏକ ସ୍ବତନ୍ତ୍ର ରକେଟ ଲଞ୍ଚର ମଧ୍ୟ ପରୀକ୍ଷଣ କରିଛି। ଶତ୍ରୁ ପକ୍ଷର ସେନା ଓ ଟ୍ୟାଙ୍କ ଯେପରି ନିଜ ପଟକୁ ପ୍ରବେଶ କରି ନ ପାରିବେ ସେଥିଲାଗି ଲ୍ୟାଣ୍ଡମାଇନ୍‌ ବିଛାଯାଇଥାଏ। ଚାଇନାର ନ୍ୟୁଜ୍‌ ଚ୍ୟାନେଲ ସିସିଟିଭି-ମିଲିଟାରି ଅନୁସାରେ ପିଏଲ୍‌ଏ ତିବ୍ବତର କମାଣ୍ଡ ନିକଟରେ ରକେଟ ଲଞ୍ଚର୍ସର ସଫଳ ପରୀକ୍ଷଣ କରିଛି। ଏହି ରକେଟ ଲଞ୍ଚର୍ସକୁ ଟ୍ରକ୍‌ରେ ଅଣାଯାଇଥାଏ। ପରେ ଲ୍ୟାଣ୍ଡମାଇନ୍ସକୁ ରକେଟରୁ କୌଣସି ସୀମା ବା ଅଞ୍ଚଳ ଆଖପାଖରେ ବିଛାଯାଇଥାଏ। ଗୋଟିଏ ଟ୍ରକ୍‌ରେ ୪୦ଟି ଲଞ୍ଚର୍ସକୁ ପରିବହନ କରାଯାଇପାରେ।
ତେବେ ଏହି ଲଞ୍ଚରଗୁଡ଼ିକର ରେଞ୍ଜ କେତେ ତାହା କୁହାଯାଇ ନାହିଁ। କିନ୍ତୁ ସୂଚନା ମୁତାବକ ଏହାକୁ ଉଚ୍ଚ ଅଞ୍ଚଳରେ ଅବସ୍ଥାପିତ କରି ‘କମ୍ବାଟ-ଲକ୍‌ଡାଉନ୍‌’ କରାଯାଇପାରେ। ଚାଇନା ସେନା ଏହି ସ୍ବତନ୍ତ୍ର ଲଞ୍ଚର୍ସର ଟେଷ୍ଟ ପ୍ରାୟ ୧୨ ହଜାର ଫୁଟ୍‌ ଉଚ୍ଚତାରେ କରିଛି।
ବିଶେଷଜ୍ଞଙ୍କ ମତରେ ଚାଇନା ସେନା ଏହି ପରୀକ୍ଷଣ ଦୁଇଟି ବଡ଼ କାରଣରୁ କରିଛି। ପ୍ରଥମତଃ ଚାଇନା ସୈନ୍ୟଙ୍କୁ ଉଚ୍ଚସ୍ଥାନରେ ପହଞ୍ଚତ୍ବାରେ ଅସୁବିଧା ହୋଇଥାଏ। ବିଶେଷକରି ଶୀତଋତୁରେ ପ୍ରବଳ ଥଣ୍ଡା ଯୋଗୁ ସେମାନେ ଉଚ୍ଚସ୍ଥାନକୁ ଯାଇପାରି ନ ଥାନ୍ତି। ଦ୍ୱିତୀୟତଃ ଚାଇନାକୁ ଗୋଟିଏ ଭୟ ଘାରିଛି ଯେ, ଯଦି ଭାରତ ସହ ଆଲୋଚନା ବିଫଳ ହୋଇଯାଏ ତେବେ ଭାରତୀୟ ସେନା ଏଲ୍‌ଏସି ଅତିକ୍ରମ କରି ଆକ୍ରମଣ କରିବ। ତେଣୁ ଚାଇନା ନିଜ ସୀମାକ୍ଷେତ୍ରରେ ଏପରି ବିପଜ୍ଜନକ ଲ୍ୟାଣ୍ଡମାଇନ୍‌ ବିଛାଉଛି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଚାଇନା ପିଏଲ୍‌ଏର ପଦାତିକ ବାହିନୀ ସଂଖ୍ୟା ବଢ଼ାଇବା ସହିତ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି।
ଇତିମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ କୌଣସି ଶକ୍ତି ଭାରତର ଏକ ଇଞ୍ଚ ମଧ୍ୟ ଭୂମି ନେଇ ପାରିବେ ନାହିଁ। ଲଦାଖ ସଂଲଗ୍ନ ଏଲ୍‌ଏସିରେ ମୁହଁାମୁହିଁ ହେବାବେଳେ ଭାରତୀୟ ଯବାନମାନେ ଏକ ଚମତ୍କାର କାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ, ଜୁନ୍‌ ୧୫ରେ ଗଲଓ୍ବାନ ଉପତ୍ୟକାରେ ଦୁଇଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ପିଏଲ୍‌ଏ ସୈନ୍ୟଙ୍କ ମୃତାହତ ନେଇ ଚାଇନା ଅଦ୍ୟାବଧି କିଛି ସ୍ପଷ୍ଟ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri