ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଆଡଭାଇଜରୀ ଜାରି, ମେଟଫର୍ମିନ ସେବନ କରୁଥିବା ବ୍ୟକ୍ତି ଯାଞ୍ଚ୍‌ କରନ୍ତୁ ବି-୧୨ସ୍ତର…

ଲଣ୍ଡନ, ୨୩।୬ : ଡାଇବେଇଟିସ୍‌ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବ-୧୨ ସ୍ତରକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ। ବ୍ରିଟେନର ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଚେତାବନୀର ଭାରତୀୟ ପ୍ରସଙ୍ଗରେ ମଧ୍ୟ ପ୍ରାସଙ୍ଗିକତା ରହିଛି ।

ଯେହେତୁ ଭାରତ ପୃଥିବୀର ଡାଇବେଟିସ୍‌ ରାଜଧାନୀ ଭାବରେ ବେଶ୍‌ ଜଣାଶୁଣା। ପୃଥିବୀରେ ଥିବା ଡାଇବେଟିସ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଭାରତରେ ୧୭ ପ୍ରତିଶତ ରହିଛନ୍ତି। ୨୦୨୧ରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ ୮ କୋଟି ଲୋକ ଡାଇବେଟିସ୍‌ ସମସ୍ୟା ଭୋଗୁଛନ୍ତି। ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୩.୫ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମେଟଫର୍ମିନ ଭାରତ ସମେତ ପୃଥିବୀରେ ବ୍ୟବହୃତ ହେଉଥିବା ସାଧାରଣ ଆଣ୍ଟି-ଡାଇବେଟିସ ଔଷଧ ମଧ୍ୟରୁ ଗୋଟିଏ। କାରଣ ଏହା ଟାଇପ-୨ ଡାଇବେଟିସ୍‌ ସମସ୍ୟା କ୍ଷେତ୍ରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ବ୍ରିଟେନର ଏକ ଆଡଭାଇଜରୀ ଅନୁଯାୟୀ ମେଟଫର୍ମିନ ଯୋଗୁ ଶରୀରରେ ଭିଟାମିନ ବି-୧୨ସ୍ତର ହ୍ରାସ ଘଟିଥାଏ। ବି-୧୨ର ଅଭାବ ଡାଇବେଟିସ ସମସ୍ୟା ଭୋଗୁଥିବା ଲୋକଙ୍କଠାରେ ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ଯେଉଁମାନେ ଅଧିକ ମାତ୍ରାରେ ମେଟଫର୍ମିନ ଗ୍ରହଣ କରନ୍ତି, ସେମାନଙ୍କଠାରେ ଭିଟାମିନ ବି-୧୨ର ଅଭାବ ଯୋଗୁ ରକ୍ତହୀନତା ସୃଷ୍ଟି ହୋଇଥାଏ। କାରଣ ଶରୀର ଲାଲ ରକ୍ତ କଣିକା ତିଆରି କରିବା ପାଇଁ ବି-୧୨ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଆବଶ୍ୟକତା ରହିଥାଏ।

ଫୋର୍ଟିସ ସି ଡିଓସିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଅନୁପ ମିଶ୍ରଙ୍କ ଅନୁଯାୟୀ, ମେଟଫର୍ମିନ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ। ପ୍ରାୟ ୮୦ ପ୍ରତିଶତ ଡାଇବେଟିସ୍‌ ଆକ୍ରାନ୍ତ ଏହା ବ୍ୟବହାର କରିଥାନ୍ତି। ତେଣୁ ନିୟମିତ ସମୟ ବ୍ୟବଧାନରେ ବି-୧୨ ସ୍ତର ଯାଞ୍ଚ୍‌ କରିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri