ସାପ କାମୁଡ଼ା, ଜଳବାହିତ ରୋଗରୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୪।୮(ଅଭିଜିତ ଦାସ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଓ ବର୍ଷା ପାଣି ଘେରରେ ବହୁ ଗାଁ ରହିଛି। ଏସବୁ ଅଞ୍ଚଳରେ ସରୀସୃପଙ୍କ ପ୍ରାର୍ଦୁଭାବ ରହିଥିବାବେଳେ ଜଳବାହିତ ରୋଗ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସାଧାରଣତଃ ବନ୍ୟା ଜଳରେ ଅନେକ ବିଷଧର ସାପ ଭାସି ଆସି ଘର ବା ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥାନ୍ତି। ଏହି ସମୟରେ ସାଧାରଣତଃ ଅଧିକ ସାପ କାମୁଡ଼ା ଘଟଣା ଘଟିଥାଏ। ତେଣୁ ବିଭାଗ ପକ୍ଷରୁ ସାପ କାମୁଡା ରୋଗୀଙ୍କୁ ମାଗଣା ଔଷଧ ଓ ଟେଷ୍ଟିଂ ଯୋଗାଇ ଦିଆଯିବ। ଏଥିସହ ସମସ୍ତ ଜିଲା, ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ସାପ କାମୁଡା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ଓ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ବିଭାଗର ଜଣେ ଉଚ୍ଚପଦସ୍ତ ଅଧିକାରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ପ୍ରଭାବ ରହିଥିବା ବେଳେ ବନ୍ୟା କାରଣରୁ ଅଧିକାଂଶ ଗାଁରେ ଜଳବାହିତ ରୋଗର ଆଶଙ୍କା ରହିଛି। ପୂର୍ବରୁ ଓଡିଶାର କେତେକ ସ୍ଥାନରେ ଜଳବାହିତ ରୋଗ ବ୍ୟାପିଥିବାବେଳେ କେତେକ ରୋଗୀଙ୍କ ଜୀବନ ମଧ୍ୟ ଗଲାଣି। ଚଳିତବର୍ଷ ଜୁଲାଇ ସୁଦ୍ଧା ମୋଟ ୩୧୪ଟି କେସ୍‌ରୁ ୩୦ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବନ୍ୟା ଅଞ୍ଚଳରେ ଜଳ ଉତ୍ସଗୁଡିକ ଦୂଷିତ ହୋଇଯାଇଥିବାରୁ ଉକ୍ତ ପାଣିରେ ହାଲୋଜେନ ବଟିକା ପକାଇ ପାଣି ପିଇବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସେହିପରି ପାଣିଘେରରେ ଥିବା ଗାଁ ରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଶିବିର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଠାରେ ଲୋକଙ୍କୁ ଦୈନିକ ବ୍ୟବହାର ହେଉଥିବା ଔଷଧ ମାଗଣା ବିତରଣ କରାଯିବ ସହ ଲୋକମାନେ ଶୁଖିଲା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri